ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ,ଶୁକ୍ରବାର) ପଦ୍ମପୁର :- ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକର ଅନ୍ତର୍ଗତ ଲଖମରା, ବାଦିକଟା ଏବଂ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ଚାଷୀ ମାନେ ୨୦୧୯/୨୦ ଖରିଫ ଫସଲ ବୀମା ପାଇ ପାରିନଥିବାରୁ ଗତ ତା ୨୩/ ୯ /୨୦ ଦିନ ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହି ପରିପ୍ରେକ୍ଷୀରେ ପଦ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଚାଷୀ ମାନଙ୍କ ସହିତ ଆଲୋଚନା କରି ଗତ ତା ୨୫/୯/୨୦ ଦିନ କୃଷି,ବୀମା କମ୍ପାନୀ ଏବଂ ପ୍ରଶାସନ ର ମିଳିତ ବୈଠକ ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତଦନ୍ତ ସାରେ ଆଜି ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଆର ଏମ୍ ସି ପରିସର ମଧ୍ୟରେ ଫସଲ ବୀମା ପ୍ରଦାନ ସଂପର୍କିତ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି ।
ଏହି ବୈଠକରେ ବରଗଡ଼ ଜିଲ୍ଲା କୃଷି ବିଭାଗର ଡିଡିଏ ଦୀନବନ୍ଧୁ ଗାନ୍ଧି, ଓରିଏଷ୍ଟାଲ ଇନସୁରାସ୍ସ କମ୍ପାନୀ ବରଗଡ଼ ତରଫରୁ ଏସ ଆର ଏସ ରାଓ,ପରି ସଂଖ୍ଯାନ ବିଭାଗ ବରଗଡ଼ ସହକାରୀ ନିର୍ଦ୍ଦେଶକ ଲକ୍ଷ୍ମଣ ଛୁରିଆ ପ୍ରମୁଖ ଯୋଗଦାନ କରି ଫସଲ ବୀମା ପ୍ରଦାନ ସଂପର୍କିତ ବିଭିନ୍ନ ଦିଗ ଉପରେ ଉପସ୍ଥିତ ଚାଷୀ ପ୍ରତିନିଧି ମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଆଲୋଚନା ମାଧ୍ୟମରେ ଉପ ଜିଲ୍ଲାପାଳ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ମୟ ରକ୍ଷା କରି ଚାଷୀ ମାନଙ୍କର ଫସଲ ବୀମା ପ୍ରଦାନ ସଂପର୍କିତ ସମସ୍ୟା କିଭଳି ସମାଧାନ କରାଯାଇ ପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ବୈଠକରେ ଚାଷୀ ପ୍ରତିନିଧି ବିଶ୍ବନାଥ ରଣା, ହରେ କୃଷ୍ଣ ସାହୁ, ଦହିତ କୁମାର ସାହୁ ପ୍ରମୁଖ ଯୋଗଦାନ କରି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ବିଭିନ୍ନ ଗ୍ରାମ ପଞ୍ଚାୟତର ଚାଷୀ ମାନେ ମଧ୍ୟ ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)