ପଡ଼ିଆ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ପ୍ରସିଦ୍ଧ ବଡ଼ ଯାତ୍ରା ଚଳିତ ବର୍ଷ ତା- ୧୫.୦୩.୨୬ ରିଖ ଠାରୁ ୨୧.୦୩.୨୬ରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ଅବସରରେ ପଡ଼ିଆ ବ୍ଲକ ର ଏଭର୍ ଗ୍ରୀନ ଫ୍ରେଣ୍ଡ୍ ଗ୍ରୁପ୍ ପଡିଆ ତରଫରୁ ଜନସାଧାରଣ ମାନଙ୍କ ପାଇଁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ସହ ଗ୍ଲୁକୋଜ ମିଶ୍ରିତ ଜଳ ମଧ୍ୟ ୭ ଦିନ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଛି । ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ପଡ଼ିଆ ଥାନା ଅଧିକାରୀ ସନ୍ତୋଷ ମାଝୀ, ଏ ଏସ୍ ଆଇ ନିରୋଦ ବାଘ ଓ କେଶବ ଭତ୍ରା ଉପସ୍ଥିତ ରହି ଏହାର ଉଦଘାଟନ କରିଥିଲେ ।















