ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ,ଶୁକ୍ରବାର ) କୋରାଇ :- କୋରାଇ ପଂଚାୟତ ସମିତିରେ ଆଜି ନୂତନ ଜିଲାପାଳ ଚକ୍ରର୍ବତୀ ସିଂହ ରାଠୋରଙ୍କ ଦ୍ୱାରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମନରେଗା ଠାରୁ ଆରମ୍ଭକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଚତୁର୍ଥ ଓ ଚତୁଦଶ ଅର୍ଥକମିଶନ ଯୋଜନା ଆଦି ବିଭିନ୍ନ ଯୋଜନା ଗୁଡିକ କିପରି କାର୍ଯ୍ୟକାରି ହେଉଛି ତା’ ଉପରେ ସମୀକ୍ଷା କରିଥିଲେ । କେତେକ ଯୋଜନା ସଂପର୍କରେ ଜାଣିବା ପାଇଁ ବିଡିଓ ଶ୍ୱୋତ ସ୍ନିଗ୍ଧାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ପ୍ରଥମ କରି ନୂତନ ଜିଲ୍ଲାପାଳ ଶ୍ରୀ ରାଠୋର କୋରାଇ ବ୍ଲକକୁ ଆସିଥିବା ଜାଣି ବିଭିନ୍ନ ପଂଚାୟତରୁ
କିଛି ଅଭିଯୋଗକାରୀ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା ବେଳେ ଆଉ କିଛି ଅଭିଯୋଗକାରୀ ଆବାସ ନିର୍ମାଣକରି ସାରିବା ପରେବି ବିଲ ପାଉନଥିବା ନେଇ ଜିଲାପାଙ୍କୁ ଜଣାଇଥିଲେ । ଏହା ବ୍ୟତୀତ ରୋଗରେ ଆକ୍ରାନ୍ତି ହୋଇଥିବା କିଛି ଲୋକ ଚିକିତ୍ସା ସହାୟତା ପାଇଁ ଜିଲାପାଳଙ୍କୁ ନିବେଦନ କରିଥିଲେ । ଆଜି ଅନୁଷ୍ଠିତଏହି ସମୀକ୍ଷା ବୈଠକରେ ବିଡିଓ ଶ୍ରୀମତୀ ସ୍ନିଗ୍ଧାଙ୍କ ସମେତ ଏବିଡିଓ ଜ୍ଞାନଦା ନାୟକ, ଏପିଓ ଆଦି ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପରେ ଜିଲାପାଳ ଏହି ବ୍ଲକର ତାହାରପୁର ପଂଚାୟତ ତାହାରପୁର, କାଚରାସାହି ପଂଚାୟତ ଆଦିକୁ ଯାଇ ବିଭିନ୍ନ ଯୋଜନାର ଅନୁଧ୍ୟାନ କରିଥିବା ସୂଚନା ମିଳିଛି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )