No Result
View All Result
ବେଲପଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବେଲପଡା ବ୍ଲକ ଅନ୍ତର୍ଗତ ପଣ୍ଡରୀଜୋର ପଂଚାୟତର ୱାର୍ଡ ମେମ୍ବର ରାଜୁ ଖୁରା ମାନବ ସେବା ହିଁ ଈଶ୍ୱର ସେବା କୁ ବ୍ରତ ଭାବରେ ଗ୍ରହଣ କରି ଉଦାହରଣ ସାଜିଛନ୍ତି Iଆଜି ସକାଳେ କୁକୁଡାହାଡ଼ର ଦୁସ୍ଥ କଳାକାର ତ୍ରିନାଥ ଜାଲଙ୍କୁ ଭେଟି ଥିଲେ ତାଙ୍କୁ ଖାଇବାକୁ ଜଳଖିଆ ଦେବା ସହିତ ତାଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । ତ୍ରିନାଥ ଜାଲ ଏଇ ଅଂଚଳର ଜଣେ ଜଣାଶୁଣା କବି I
ସେ ନିଜେ ପୁସ୍ତକ ପ୍ରକାଶିତ କରି ରେଳ ଓ ବସ୍ ଷ୍ଟାଣ୍ଡରେ ବହି ବିକ୍ରି କରି ପେଟ ପୋଷନ୍ତି।ବର୍ତମାନ ବୃଦ୍ଧବସ୍ଥାରେ ଭତ୍ତା ହିଁ ତାଙ୍କର ଏକ ମାତ୍ର ସାହାରା I ତାଙ୍କୁ ଦେଖିବା ପରେ ନିଜ ବାଇକ ରେ କୁକୁଡାହାଡ଼ ଗାଁ କୁ ଛାଡିବାକୁ ଯାଇଥିଲେ I ଶ୍ରୀ ଖୁରା ଜଣେ ଜନପ୍ରତିନିଧି ଭାବରେ ବେଶ ଜଣାଶୁଣା. ଗରିବଙ୍କୁ ସଦାସର୍ବଦା ସାହାଯ୍ୟ ସହଯୋଗ କରି ଆସୁଛନ୍ତି I
ବର୍ତମାନ ସୁଦ୍ଧା ବାଇଶି ଜଣଙ୍କୁ ଭତ୍ତା ର ବ୍ୟବସ୍ଥା କରିଛନ୍ତି I ସଦା ସର୍ବଦା ଅସହାୟଙ୍କ ସେବା କରି ଲୋକପ୍ରିୟତା ଲାଭ କରିଛନ୍ତି I ଆମ ପ୍ରତିନିଧି ତ୍ରିନାଥ ବାଗଙ୍କୁ ସାକ୍ଷ୍ୟାତ କରି କହିଛନ୍ତି ଯେ ଯେତେବେଳେ କୌଣସି ଲୋକର କିଛି ଅସୁବିଧା ହୁଏ ତେବେ ତାଙ୍କୁ ତାଙ୍କ ମୋବଇଲ ନମ୍ବର ୯୭୭୭୭୯୬୪୦୪ରେ ଯୋଗାଯୋଗ କଲେ ନିଶ୍ଚୟ ସାହାଯ୍ୟ କରିବେ।

No Result
View All Result