No Result
View All Result
ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବାଲୁଗାଁ ସ୍ଥିତ ମା ଭଗବତୀ କଳା ନିକେତନ ର ଓଡ଼ିଆ ଅସ୍ମିତା ଉପରେ ଆଧାରିତ ନାଟକ ଖାଣ୍ଟି ସୁନା ଗୈ।ରୀ ସାଂସ୍କୃତିକ ପ୍ରତିଷ୍ଠାନ, ଖୋର୍ଦ୍ଧା ଆନୁକୁଲ୍ୟରେ ମଞ୍ଚସ୍ଥ ହୋଇଯାଇଛି। ଡ଼ଃ ପ୍ରଦୀପ ଭୈ।ମିକ ଙ୍କ ରଚିତ କେବଳ ନାରୀ ଚରିତ୍ରକୁ ନେଇ ଏହି ନାଟକ କୁ ଉଷାରାଣୀ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଥିବା ବେଳେ ବୈଷୟିକ ନିର୍ଦ୍ଦେଶନାରେ ଥିଲେ ନାଟ୍ୟକାର ଓ ନିର୍ଦ୍ଦେଶକ ଭିକାରୀ ଚରଣ ପ୍ରଧାନ।ମାର୍ଗ ଦର୍ଶକ ଥିଲେ ଓଡ଼ିଶାର ଜଣାଶୁଣା ମଞ୍ଚ ଓ ଧାରାବାହିକ ନିର୍ଦ୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ସୁମିତ୍ରା ବିଶ୍ଵାଳ,

ବନିତା ସାହୁ, ବର୍ଷା ରାଣୀ ବାରିକ, ସୁଚିତ୍ରା ବିଶ୍ଵାଳ, ଅନନ୍ୟା ପ୍ରିୟଦର୍ଶିନୀ ଲେଙ୍କା ଓ ଆରତୀ ସୁବୁଦ୍ଧି। ସମ୍ପ୍ରତି ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ରେ କିଭଳି ଖାଣ୍ଟି ଓଡ଼ିଆ ସଂସ୍କୃତି ଓ ପରମ୍ପରା ହଜିଯାଉଛି ଏବଂ ଶିକ୍ଷିତା,ଅର୍ଦ୍ଧ ଶିକ୍ଷିତା ତରୁଣୀ ମାନେ ଖାଦ୍ୟ, ପୋଷାକ,ଚଳଣୀ ଓ ଆଚାର ବ୍ୟବହାର ରେ ଏହାର ଅନ୍ଧ ଅନୁକରଣ କରୁଛନ୍ତି ତାହା ହିଁ ନାଟକର ମୁଖ୍ୟ ବାର୍ତ୍ତା ଥିଲା। ଅନୁଷ୍ଠାନ ର ସମ୍ପାଦିକା ଶ୍ରୀ ମା ଜଗଦ୍ଦେବ ଙ୍କ ସାମଗ୍ରୀକ ପରିଚାଳନା ରେ ଅନୁଷ୍ଠିତ ଏହି ଉପଲକ୍ଷେ ସାରସ୍ଵତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବିଧାୟକ ତଥା ବିଶିଷ୍ଟ ପରିବେଶବିତ୍ ଡ଼ଃ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ,

ସମ୍ମାନିତ ଅତିଥି ଭାବେ ଓଡ଼ିଶା ଲେଖିକା ସଂସଦ ର ସଭାପତି ଶକୁନ୍ତଳା ବଳିୟାର ସିଂହ, ବରିଷ୍ଠ ଆୟୁର୍ବେଦ ଚିକିତ୍ସିକା ଡ଼ାଃ ନନ୍ଦିନୀ ବେହେରା, ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ଅନୁପମା ଚମ୍ପତିରାୟ ପ୍ରମୁଖ ଯୋଗଦେଇ ମହିଳା ମାନଙ୍କ ର ଅଧିକାର ଓ ସାମାଜିକ ତଥା ପାରିବାରିକ ଉତ୍ତରଦାୟିତ୍ୱ ସମ୍ପର୍କରେ ଉଦ୍ ଵୋଧନ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ନାରୀ ପ୍ରତିଭା ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।ମା ଭଗବତୀ କଳା ନିକେତନ ର ସମ୍ପାଦିକା ବିଷ୍ଣୁ ପ୍ରିୟା ବାରିକ ଙ୍କ ସମେତ ସମସ୍ତ କଳାକାର ଓ ନାଟ୍ୟ କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା।

No Result
View All Result