ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଢେଙ୍କାନାଳ :- ମଣିଷ-ହାତୀ ସହବସ୍ଥାନ ପ୍ରସଙ୍ଗ ଉପରେ କେନ୍ଦ୍ରକରି ‘ଓଡ଼ିଶା ଲ୍ୟାଣ୍ଡସ୍କେପ୍ ସିମ୍ପୋଜିୟମ୍' ଆୟୋଜିତ ହୋଇଯାଇଛି, ଯେଉଁଠାରେ ବିଶେଷଜ୍ଞମାନେ ମଣିଷ ଏବଂ ହାତୀ କିଭଳି ନିରାପଦ ଭାବରେ ସହବସ୍ଥାନ କରିପାରିବେ, ସେଥିପାଇଁ ବ୍ୟବହାରିକ ମାର୍ଗ ପରୀକ୍ଷା କରିବାକୁ ଏକତ୍ରିତ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମଟି ଢେଙ୍କାନାଳ ବନ ବିଭାଗ ଦ୍ୱାରା ଆୟୋଜିତ ହୋଇଛି ଏବଂ ଜିଏମଆର କମଳାଙ୍ଗ ଏନର୍ଜି ଲିମିଟେଡ୍ (ଜିକେଇଏଲ) ସହାୟତାରେ ସ୍ନେହା (ସପୋର୍ଟ ଫର ନେଟୱାର୍କ ଆଣ୍ଡ ଏକ୍ସଟେନସନ ହେଲ୍ପ ଏଜେନ୍ସି) ଭଳି କାର୍ଯ୍ୟକାରୀ ସଂସ୍ଥାମାନଙ୍କୁ ସାମିଲ କରି ଏହାକୁ ରୂପାୟନ କରାଯାଇଛି । ଏହି ସିମ୍ପୋଜିୟମ୍ରେ ଓଡ଼ିଶାର ବିଭିନ୍ନ ହାତୀ ସଂଘର୍ଷ ପ୍ରବଣ ଅଂଚଳର ବରିଷ୍ଠ ବନ ଅଧିକାରୀ ଏବଂ କ୍ଷେତ୍ର ବିଶେଷଜ୍ଞମାନେ ଯୋଗ ଦେଇଥିଲେ ।

ତେବେ ଭାରତର ଜଙ୍ଗଲଗୁଡ଼ିକରେ ମଣିଷ ଏବଂ ହାତୀଙ୍କ ମଧ୍ୟରେ ସଂଘର୍ଷ କ୍ରମାଗତ ଭାବେ ବଢିଚାଲିଥିବା ବେଳେ, ବୈଜ୍ଞାନିକ, ବନ ଅଧିକାରୀ ଏବଂ ସଂରକ୍ଷଣ ବିଶେଷଜ୍ଞମାନେ କେବଳ ସାମୟିକ ପ୍ରତିକାର ବଦଳରେ ବିଜ୍ଞାନ ଭିତିକ ଭୂଭାଗ ଯୋଜନା ଏବଂ ସମୁଦାୟ-କେନ୍ଦ୍ରିତ ପ୍ରଶମନ ରଣନୀତି ଉପରେ ଅଧିକ ଗୁରୁତ୍ୱାରୋପ କରୁଛନ୍ତି । ଏହି ଅବସରରେ ଢେଙ୍କାନାଳର ବିଭାଗୀୟ ବନ ଅଧିକାରୀ ସୁମିତ କୁମାର କର ଉପସ୍ଥିତ ବ୍ୟକ୍ତିଙ୍କୁ ସମ୍ବୋଧିତ କରି ସଂଘର୍ଷ ହ୍ରାସ କରିବା ପାଇଁ ସକ୍ରିୟ ଓ ବିଜ୍ଞାନ-ପରିଚାଳିତ ପଦ୍ଧତି,

ଅନ୍ୟ ବନ ବିଭାଗଗୁଡିକରେ ଏଭଳି ଆଲୋଚନାଚକ୍ରଗୁଡିକ ମାଧ୍ୟମରେ ସ୍ଥାୟୀ ଆଲୋଚନା ଓ ବିତର୍କର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତିଯେ, “ହାତୀ-ମଣିଷ ସଂଘର୍ଷ ଅନ୍ୟତମ ଜଟିଳ ସଂରକ୍ଷଣ ଓ ଗ୍ରାମାଂଚଳ ଜୀବିକା ଆହ୍ୱାନ ଭାବେ ଉଭା ହୋଇଛି । ଆମର ଚ୍ୟାଲେଞ୍ଜ ହେଉଛି ପ୍ରତିକ୍ରିୟାଶୀଳ ସଂଘର୍ଷ ପରିଚାଳନାରୁ ଆଗକୁ ବଢିବା ଓ ସକ୍ରିୟ, ବିଜ୍ଞାନ-ପରିଚାଳିତ ଓ ସାମାଜିକ ଭାବେ ସମାବେଶୀ ପଦ୍ଧତିଗୁଡିକୁ ଆପଣାଇବା । ମଣିଷ-ହାତୀ ସହାବସ୍ଥାନ ଦିଗରେ ବନ ବିଭାଗର ପଦକ୍ଷେପଗଡିକୁ ସମର୍ଥନ କରିବା ପାଇଁ ସମସ୍ତ ହିତାଧିକାରୀମାନେ ଏକାଠି ହେବା ଉଚିତ ।”