No Result
View All Result
କେନ୍ଦୁଝର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଦୀର୍ଘ ୭୦ ବର୍ଷର ପୁରାତନ ଫୁଟ୍ୱେୟାର୍ ତଥା ଜୋତା ଶିଳ୍ପ ବ୍ୟବସାୟରେ ଏକ ନିର୍ଭରଯୋଗ୍ୟ ବ୍ରାଣ୍ଡ ଭାବେ ପରିଚିତ ଶ୍ରୀଲେଦର୍ସ, ଓଡ଼ିଶାର କେନ୍ଦୁଝର ଜିଲା ସ୍ଥାନୀୟ ଗଣେଶ ବଜାର, ଏସ୍ବିଆଇ ମୁଖ୍ୟ ଶାଖାର ପଛ ପାଶ୍ୱର୍ସ୍ଥ ରୋଟାରୀ କ୍ଲବ ନିକଟରେ ଖୋଲିଛି ଏହାର ନୂତନ ଶୋ’ରୁମ । ଏହି ନୂତନ ଆଉଟ୍ଲେଟ୍ ମାଧ୍ୟମରେ ଶ୍ରୀଲେଦର୍ସ ଉତ୍କୃଷ୍ଟ ଗୁଣବତ୍ତା ସମ୍ପନ୍ନ, ଆରାମଦାୟକ ଏବଂ ଷ୍ଟାଇଲିଷ୍ଟ ଜୋତା ଓଡ଼ିଶା ଲୋକଙ୍କ ନିକଟରେ ପହଞ୍ଚିବ ।

ଦେଶବାସୀଙ୍କୁ ଅପେକ୍ଷାକୃତ ସ୍ୱଳ୍ପ ମୂଲ୍ୟରେ ଆରାମଦାୟକ ଜୋତା ଯୋଗାଇଦେବା ପାଇଁ ୧୯୫୨ ମସିହାରେ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସୁରେଶ ଚନ୍ଦ୍ର ଦେ, ‘ଶ୍ରୀଲେଦର୍ସ’ ବ୍ୟବସାୟ ଆରମ୍ଭ କରିଥିଲେ । ଦୀର୍ଘ ୭ ଦଶନ୍ଧି ଧରି ଚାଲିଥିବା ଏହି ବ୍ରାଣ୍ଡ ଜୋତା ବଜାରରେ ଗୁଣାତ୍ମକ ଉତ୍ପାଦ ଏବଂ ଗ୍ରାହକ ସନ୍ତୁଷ୍ଟୀକରଣ କ୍ଷେତ୍ରରେ ନିଜର ପ୍ରତିଷ୍ଠା ବଜାୟ ରଖିଛି । ଏକ ଦୀର୍ଘକାଳୀନ ଇତିହାସ ଏବଂ ପରମ୍ପରା, ମୂଲ୍ୟବୋଧ ଏବଂ ଗ୍ରାହକଙ୍କ ଗ୍ରହଣୀୟତା ସମ୍ପର୍କିତ ଐତିହ୍ୟ ବହନ କରିଛି ।
ସ୍କୁଲ ଜୋତା ଠାରୁ ଆରମ୍ଭ କରି ଇଣ୍ଟରଭ୍ୟୁ ଫର୍ମାଲ, ଫେଷ୍ଟିଭାଲ ସାଣ୍ଡେଲ ଠାରୁ ଆରମ୍ଭ କରି କମ୍ୟୁଟର ସ୍ନିକର୍ସ, ଲ୍ୟାପଟପ୍ ବ୍ୟାଗ୍ ଠାରୁ ଆରମ୍ଭ କରି ଚମଡ଼ା ୱାଲେଟ ପର୍ଯ୍ୟନ୍ତ-ଶ୍ରୀଲେଦର୍ସ ପରିବାରର ଦୈନିକ ଓ ବିଶେଷ ଆବଶ୍ୟକତାକୁ ଏକ ବିଶ୍ୱସ୍ଥ ବ୍ରାଣ୍ଡରେ ଯୋଗାଇ ପାରିଛି । ଏହି ଆଉଟ୍ଲେଟ୍ରେ ‘ଛୋଟା ଭୀମ୍’ର ସ୍ୱତନ୍ତ୍ର କଲେକ୍ସନ ରହିଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରାଣ୍ଡର ଭବିଷ୍ୟତ ବିଷୟରେ ଅଭିବ୍ୟକ୍ତି ପ୍ରକାଶ କରି ପରିବାରର ତୃତୀୟ ପିଢି ତଥା ଅଂଶୀଦାର ଶ୍ରୀ ସୁଶାନ୍ତୋ ଦେ କହିଛନ୍ତି ଯେ, ‘ବର୍ତ୍ତମାନ ଆମେ କ୍ରୀଡ଼ା ଭିତ୍ତିକ ଜୋତା ଉତ୍ପାଦନ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛୁ । ଜୋତାର ଗୁଣବତ୍ତା ବିଶ୍ୱସ୍ତରୀୟ ହେବା ସହ ଏହାର ମୂଲ୍ୟ ଗ୍ରାହକଙ୍କୁ ସୁହାଇଲା ଭଳି ହେବ ।’
ସମସ୍ତ କ୍ରୀଡ଼ା ଭିତ୍ତିକ ଜୋତା, ସ୍ପୋର୍ସ ୱେର୍ ଏବଂ ଆକ୍ଟିଭ୍ ୱେର୍, ଏସ୍ଏଲ୍ ସ୍ପୋର୍ସ ବ୍ରାଣ୍ଡରେ ବିକ୍ରି ହୋଇଥାଏ । ଗତ ଏକ ବର୍ଷ ମଧ୍ୟରେ ‘ଶ୍ରୀଲେଦର୍ସ’ ପୂର୍ବ ଓ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟ ଯଥା ଝାରଖଣ୍ଡ, ବିହାର, ଓଡ଼ିଶା ଆଦି ସ୍ଥାନରେ ପ୍ରାୟ ୧୦ରୁ ଅଧିକ ଷ୍ଟୋର ସଫଳତାର ସହ ପରିଚାଳନା କରୁଛି । ଆଞ୍ଚଳିକ ଷ୍ଟୋର୍ ପ୍ରତିଷ୍ଠା, ଦେଶ ବ୍ୟାପୀ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବାର ଆମ ପ୍ରୟାସକୁ ସମୃଦ୍ଧ କରିବାରେ ସହାୟକ ହେବ ।
ଦେଶର ସମସ୍ତ ଗ୍ରାହକ ମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ନୂତନ ଷ୍ଟୋର ଖୋଲିବା ପାଇଁ ଶ୍ରୀଲେଦର୍ସର ଯୋଜନା ରହିଥିବା ବେଳେ ଫ୍ରାଞ୍ଚାଇଜ୍ ଭାଗିଦାରୀକୁ ମଜଭୁତ କରିବା ଦିଗରେ ଏହା କାର୍ଯ୍ୟ କରୁଛି । ଗ୍ରାହକଙ୍କ ବିଶ୍ୱସ୍ତତା ପାଇଁ ବେଶ୍ ଗର୍ବିତ ଥିବା ଏହି ବ୍ରାଣ୍ଡ ଗତ ୩ ପିଢି ଧରି ନିଜର ଗ୍ରାହକଙ୍କ ସହ ଏହି ସଂଯୋଗ ବଜାୟ ରଖିପାରିଛି । ସେପ୍ଟେମ୍ବର ୨୦୨୦ରେ ଆରମ୍ଭ ହୋଇଥିବା ୱେବ୍ସାଇଟ୍ ଦ୍ୱାରା ଅନ୍ଲାଇନ୍ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହା ନିଜ ସ୍ଥାନ ସୁଦୃଢ କରିପାରିଛି । ଭାରତର ବିଭିନ୍ନ ସ୍ଥାନରେ ଶ୍ରୀଲେଦର୍ସର ଫ୍ରାଞ୍ଚାଇଜ୍ ଖୋଲିବା ରଣନୀତି ହିଁ ଏହି ବ୍ରାଣ୍ଡର ସଫଳତାର ମୂଳମନ୍ତ୍ର । ସାମ୍ବାଦିକ ସମ୍ମିଳନୀରେ ଶ୍ରୀଲେଦର୍ସର ବିଜ୍ନେସ୍ ଡେଭେଲପ୍ମେଣ୍ଟ ମୁଖ୍ୟ ରକି ଦେ, ଶାଖା ମୁଖ୍ୟ ବଚନ କୁମାର ବେହେରା ଏବଂ ତାଙ୍କ ସୁପୁତ୍ରୀ ସୋନାଲି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result