• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟସଭା ନିର୍ବାଚନ ପାଇଁ ନିଦ ହଜିଯାଇଛି ଦିଲ୍ଲୀପ ରାୟ ଙ୍କ ର – ଚାଲିଛି ଏବେ ଘୋଡ଼ା ବେପାର

Proprietor Abhimanyu Maharana by Proprietor Abhimanyu Maharana
March 13, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ରାଜ୍ୟସଭା ନିର୍ବାଚନ ପାଇଁ ନିଦ ହଜିଯାଇଛି ଦିଲ୍ଲୀପ ରାୟ ଙ୍କ ର – ଚାଲିଛି ଏବେ ଘୋଡ଼ା ବେପାର
Share on FacebookShare on TwitterWhatsapp

ବିଜେଡି ର ଡଃ ଦତ୍ତେଶ୍ୱର ହୋତା ଶୋଇଛନ୍ତି ନିଘୋଡ଼ ନିଦରେ  : ଗାଡି ଚଳାଉଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ  l

ଭୁବନେଶ୍ୱର  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ୨୦୦୨ ମସିହା ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହେଇଥିଲେ ଦିଲ୍ଲୀପ ରାୟ ! ନିର୍ବାଚନରେ ଜିତିଥିଲେ ! ଆଜି ପର୍ଯ୍ୟନ୍ତ ସେହି ଗୋଟିଏ ଡାଇଲଗ ଓଡିଶା ରାଜନୀତିରେ ବାଜୁଛି ! ଦିଲ୍ଲୀପ ରାୟ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସବୁ ରଣନୀତିକୁ ଚକମା ଦେଇ ନିର୍ବାଚନ ଜିତିଲେ ଓ ନବୀନ ତାଙ୍କୁ ବିଜେଡିରୁ ବହିଷ୍କାର କରି ଯେଉଁ ଭୁଲ କରିଥିଲେ ନିର୍ବାଚନ ଜିତି ଏହାର ଉଚିତ ଜବାବ ଦେଇଥିଲେ ଦିଲ୍ଲୀପ ! କିନ୍ତୁ ବାସ୍ତବରେ ସେ ନିର୍ବାଚନ ଥିଲା ଭିନ୍ନ ପ୍ରକାର l

୨୦୦୨ ମସିହାରେ ଓଡ଼ିଶାରେ ବିଜେଡି ଓ ବିଜେପିର ମେଣ୍ଟ ସରକାର କ୍ଷମତାରେ ଥିଲା ! କଂଗ୍ରେସ ଥିଲା ବିରୋଧୀ ଦଳରେ ! ବିଜେଡି ଜିତିଥିଲା ୬୮ ଆସନରେ ! ବିଜେପି ଜିତିଥିଲା ୩୮ ଆସନ ! କଂଗ୍ରେସ ହାତରେ ଥିଲା  ୨୬ ଆସନ ! ୨୦୦୨ ମସିହା ରାଜ୍ୟସଭା ନିର୍ବାଚନରେ ଗୋଟିଏ ପ୍ରାର୍ଥୀ ଜିତିବା ପାଇଁ ୩୦ ସଂଖ୍ୟା ଦରକାର ଥିଲା ! ଦିଲ୍ଲୀପ ରାୟ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିଲେ ! ବିଜୁ ପଟନାୟକଙ୍କର ଅତି ଘନିଷ୍ଠ ଥିଲେ ! ବିଜୁ ବାବୁଙ୍କ ଆଶୀର୍ବାଦରୁ ରାଉଲକେଲା ମୁନିସିପାଲିଟି ଚେୟାରମ୍ୟାନରୁ ରାଜ୍ୟର ଶିଳ୍ପ ମନ୍ତ୍ରୀ ହେଇପାରିଥିଲେ ଦିଲ୍ଲୀପ l

ଏହା ଛଡା ନିଜ ହୋଟେଲ ବ୍ୟବସାୟର ମୂଳଦୁଆ ସେ ବିଜୁ ବାବୁଙ୍କ ଆଶୀର୍ବାଦରେ ପକେଇଥିଲେ ! ତାଙ୍କ ଦ୍ୱାରା ପରିଚାଳିତ ‘ ମେ ଫେୟାର ‘ ହୋଟେଲ ଗ୍ରୁପ ବିଜୁ ବାବୁଙ୍କ ସରକାର ସମୟରେ ଅହେତୁକ ଅନୁକମ୍ପା ହାସଲ କରିଥିଲା ! ଏହା ବାଦ ବିଜୁ ବାବୁଙ୍କ ଆଶୀର୍ବାଦରୁ କେନ୍ଦ୍ରରେ ଅଣ କଂଗ୍ରେସ ସରକାରରେ ମନ୍ତ୍ରୀ ମଧ୍ୟ ହୋଇ ପାରିଥିଲେ ଦିଲ୍ଲୀପ ରାୟ ! କହିବାକୁ ଗଲେ ଦିଲ୍ଲୀପଙ୍କ ରାଜନୈତିକ ଓ ବ୍ୟବସାୟିକ ସଫଳତାର ମୁଖ୍ୟ ବିନ୍ଧାଣି ଥିଲେ ବିଜୁ ପଟନାୟକ l

ତେଣୁ ବିଜୁ ପଟନାୟକଙ୍କ ଶେଷ ସମୟରେ ଦିଲ୍ଲୀପ ରାୟ ତାଙ୍କ ଦେଖା ଶୁଣା କରିବା ସ୍ୱାଭାବିକ  ! ସମୟକ୍ରମେ ବିଜୁ ବାବୁଙ୍କ ଅନ୍ତେ ବିଜୁ ଜନତା ଦଳ ଗଠନ ହେଲା ! ଦଳ ବିଜେପି ସହିତ ମେଣ୍ଟ କରି ଓଡ଼ିଶାରେ କ୍ଷମତାକୁ ଆସିଲା ! ସେହି ସମୟରେ ଦିଲ୍ଲୀପ ନିଜକୁ ଜଣେ ଅଣ କଂଗ୍ରେସ ନେତା ହିସାବରେ ଜାତୀୟ ସ୍ତରରେ ପ୍ରତିଷ୍ଠା କରି ସାରିଥିଲେ l

ବିଜେପିର ଅନେକ ଜାତୀୟସ୍ତରର ନେତାଙ୍କ ସହିତ ତାଙ୍କର ସୁ ସମ୍ପର୍କ ଥିଲା ! ବିଜେପି କେନ୍ଦ୍ରୀୟ ନେତାଙ୍କ ସହଯୋଗରେ ଓଡ଼ିଶାରେ ଅଣକଂଗ୍ରେସ ଆଞ୍ଚଳିକ ଦଳ ଗଠନ ହେଲା !  ମାତ୍ର ବିଡମ୍ବନା ମେଣ୍ଟ ସରକାର ଗଠନର ଦୁଇ ବର୍ଷ ପରେ ନବୀନ ଓ ଦିଲ୍ଲୀପଙ୍କ ମଧ୍ୟରେ ମତାନ୍ତର ହେଲା ଓ ନବୀନଙ୍କ ଅନୁରୋଧ କ୍ରମେ ସେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବିଦା ହେବା ସହିତ ବିଜୁ ଜନତା ଦଳରୁ ବି ବହିଷ୍କାର ହେଲେ l

ଏହି ଘଟଣାର କିଛି ମାସ ପରେ ରାଜ୍ୟସଭା ନିର୍ବାଚନ ହେଲା ! ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବରେ ମୈଦାନକୁ ଓଲ୍ହାଇଲେ ! ଲଢେଇ ଦିଲ୍ଲୀପ ରାୟ ଓ ନବୀନ ପଟନାୟକଙ୍କ ମଧ୍ୟରେ ହେଲା ! ଦିଲ୍ଲୀପ ନିର୍ବାଚନରେ ଜିତିଲେ ! ଏହାର କାରଣ ଥିଲା ଅନେକ ! ଦିଲ୍ଲୀପ ରାୟ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିଲେ ! ୨୦୦୦ ମସିହାରେ ପ୍ରଥମ ଥର ପାଇଁ ମେଣ୍ଟ ସରକାର ସାଧାରଣ ନିର୍ବାଚନ ଲଢୁଥିଲା l

ଅନେକ ବିଧାୟକ ପ୍ରାର୍ଥୀଙ୍କୁ (ଉଭୟ ବିଜେଡି ଓ ବିଜେପି ) ଦିଲ୍ଲୀପ ନିର୍ବାଚନ ଲଢ଼ିବା ପାଇଁ ଆର୍ଥିକ ସହାୟତା ଦେଇଥିଲେ ! କେନ୍ଦ୍ର ବିଜେପି ନେତାଙ୍କ ସମର୍ଥନ ମଧ୍ୟ ଦିଲ୍ଲୀପଙ୍କ ସହିତ ଥିଲା ! କଂଗ୍ରେସର ବିଧାୟକ ସଂଖ୍ୟା ଥିଲା ୨୭ ! ସେଥିରୁ ମଧ୍ୟ କିଛି ବିଧାୟକ ଦିଲ୍ଲୀପଙ୍କୁ ସମର୍ଥନ କଲେ ! ତେଣୁ ଦେଖିବାକୁ ଗଲେ ତିନି ଦଳର ସମର୍ଥନ ଓ ସହାନୁଭୂତି ପାଇ ଦିଲ୍ଲୀପ ରାୟ ୨୦୦୨ ମସିହା ରାଜ୍ୟସଭା ନିର୍ବାଚନ ଜିତିଥିଲେ l

ଦୀର୍ଘ ୨୪ ବର୍ଷ ପରେ ଦିଲ୍ଲୀପ ପୁଣି ରାଜ୍ୟସଭା ମୈଦାନରେ ! ଏଥର ମଧ୍ୟ ମୁଖ୍ୟ ପ୍ରତିଦ୍ବନ୍ଦୀ  ନବୀନ ପଟନାୟକ ! ଫରକ ଏତିକି ନବୀନ ଏବେ ବିରୋଧୀ ଦଳରେ ବସିଛନ୍ତି ! ଶାସକ ବିଜେପିର ସମର୍ଥନରେ ମୈଦାନକୁ ଓଲ୍ହାଇଛନ୍ତି ଦିଲ୍ଲୀପ ! ବିଜେପିର ୨୨ ବିଧାୟକଙ୍କ ସମର୍ଥନ ତାଙ୍କ ସହିତ ଅଛି ! ଦୁଇ ବିଜେଡି ବହିସ୍କୃତ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ତାଙ୍କୁ ସମର୍ଥନ ଦେବେ ବୋଲି ଆକଳନ ଚାଲିଛି ! ଏହାବାଦ ବିଜେଡି ଓ କଂଗ୍ରେସ ଭିତରେ ଫାଟ କରି ବଳକା ବିଧାୟକଙ୍କ ସମର୍ଥନ ହାସଲ କରିବା ଚକକରରେ ଥିଲେ ସେ l

କିନ୍ତୁ ନାମାଙ୍କନର  ଦିନ କେଇଟା ପରେ ତାଙ୍କ ଆଶା ନିରାଶା ଆଡକୁ ଗତି କରୁଛି ବୋଲି ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଲାଣି ! କଂଗ୍ରେସର ୧୪ ବିଧାୟକଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଅଫିସ ଯୋଗାଯୋଗରେ ରହିଛି ! ଦେଶର ଏପରି ଘଡ଼ିସନ୍ଧି ମୁହୂର୍ତରେ ବିଜେପି ବିରୁଦ୍ଧରେ ଏକାଠି ରହିବାକୁ ପରାମର୍ଶ ଦିଆ ଯାଇଛି ! କିଛି ଅସନ୍ତୁଷ୍ଟଙ୍କ ସହିତ ରାହୁଲ ଗାନ୍ଧୀ ସିଧାସଳଖ କଥା ମଧ୍ୟ ହେଇଛନ୍ତି l

ଏପଟେ ଖାସ ବିଜେପିଙ୍କୁ ପାନେ ଚଖାଇବା ପାଇଁ ବିଜେଡିର ପୁରା ଟିମ ଏକାଠି ହେଇଛି ! ସାଧାରଣ ନିର୍ବାଚନରେ ଯେପରି ନିର୍ବାଚନ ଜିତିଛି ବିଜେପି ସେଥିପାଇଁ ଉଚିତ ଶିକ୍ଷା ଦେବା ପାଇଁ ସୁପ୍ରିମୋ ନବୀନଙ୍କ ପଛରେ ପୁରା ଦଳ ! ଶେଷ ମୁହୂର୍ତ୍ତରେ ଯଦି ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ଉପରୁ ନିଲମ୍ବନ ଉଠାଇ ଦଳରେ ସାମିଲ କରନ୍ତି ନବୀନ ତେବେ ଦିଲ୍ଲୀପ ‘ ନା ଏ କୂଳକୁ ହେବେ ନା ସେ କୂଳକୁ’!  ରାଜନୈତିକ ଭବିଷ୍ୟତ ଏକ ପ୍ରକାର ସମାପ୍ତ ହେଇଯିବ ଏଥିରେ ସନ୍ଦେହ ନାହିଁ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

March 13, 2026
ନୀତିଗତ ସଂସ୍କାର ଏବଂ ସ୍ଥାୟୀ ଖଣି ହେଉଛି ଭାରତର ଖଣିଜ ସୁରକ୍ଷାର ଚାବିକାଠି : ଅରୁଣ କୁମାର

ନୀତିଗତ ସଂସ୍କାର ଏବଂ ସ୍ଥାୟୀ ଖଣି ହେଉଛି ଭାରତର ଖଣିଜ ସୁରକ୍ଷାର ଚାବିକାଠି : ଅରୁଣ କୁମାର

March 13, 2026
ଜାହାନିଆଁ ପୀଠ ଠାରେ “ସୁମନ “ଓ ଶ୍ରୀଅରବିନ୍ଦର ପାଠଚକ୍ର କାର୍ଯ୍ୟକ୍ରମ

ଜାହାନିଆଁ ପୀଠ ଠାରେ “ସୁମନ “ଓ ଶ୍ରୀଅରବିନ୍ଦର ପାଠଚକ୍ର କାର୍ଯ୍ୟକ୍ରମ

March 13, 2026
ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର,୭ଟି ଦାମୀ ପ୍ଲଟ,୨ଟି ୩ ମହଲା ବିଶିଷ୍ଟ କୋଠା, ନଗଦ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର,୭ଟି ଦାମୀ ପ୍ଲଟ,୨ଟି ୩ ମହଲା ବିଶିଷ୍ଟ କୋଠା, ନଗଦ ଟଙ୍କା ଜବତ

March 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

March 13, 2026
ନୀତିଗତ ସଂସ୍କାର ଏବଂ ସ୍ଥାୟୀ ଖଣି ହେଉଛି ଭାରତର ଖଣିଜ ସୁରକ୍ଷାର ଚାବିକାଠି : ଅରୁଣ କୁମାର

ନୀତିଗତ ସଂସ୍କାର ଏବଂ ସ୍ଥାୟୀ ଖଣି ହେଉଛି ଭାରତର ଖଣିଜ ସୁରକ୍ଷାର ଚାବିକାଠି : ଅରୁଣ କୁମାର

March 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version