ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ,ଶୁକ୍ରବାର ) ବରଗଡ଼ :- ଗତ ପାର୍ଲିଆମେଣ୍ଟ ଅଧିବେଶନ ରେ କେନ୍ଦ୍ର ସରକାର ତରବରିଆ ଭାବରେ କୃଷି ବିଲକୁ ବିନା ଆଲୋଚନା ରେ ପାରିତ କରିଦେଇଥିଲେ । କୃଷି ବିଲ ଦ୍ଵାରା ଚାଷୀ ର ସ୍ୱାର୍ଥ ସୁରକ୍ଷିତ ନୁହେଁ । ଏହା ଦ୍ବାରା ସମଗ୍ର କୃଷି କ୍ଷେତ୍ର କମ୍ପାନୀ ହାତକୁ ଚାଲିଯିବ । ଚାଷୀ ମାନେ ପୂର୍ବ ଅପେକ୍ଷା ଅଧିକ ଶୋଷିତ ହେବେ ବୋଲି ଆଜି ରାଜ ରାସ୍ତା ରେ ଚାଷୀ ପ୍ରତିନିଧି ମାନେ ଗର୍ଜି ଥିଲେ । ବରଗଡ଼ ଜିଲ୍ଲା ସଦର ମହକୁମା ଗାନ୍ଧୀ ଛକ ଠାରେ ଆଜି ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ କେନ୍ଦ୍ର ସରକାର ଙ୍କ କୃଷି ବିଲ୍ କୁ ବିରୋଧ କରାଯାଇ ଆନ୍ଦୋଳନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ କୃଷି ବିଲ୍ ବିରୋଧ ରେ ସାରା ଦେଶରେ ବିଭିନ୍ନ ଚାଷୀ ସଙ୍ଗଠନ ତାତି ଉଠିଛନ୍ତି ।
ବରଗଡ଼ ଜିଲ୍ଲାରେ ମଧ୍ୟ ଏହି ତାତି ଦେଖିବାକୁ ମିଳିଥିଲା । ଶୁକ୍ରବାର ଜିଲ୍ଲା ର ଚାଷୀ ସଙ୍ଗଠନ ର ପ୍ରତିନିଧି ମାନେ ସଙ୍ଗଠିତ ହୋଇ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାର ଙ୍କ ଏଭଳି ବୈମାତୃକ ମନୋଭାବ ପ୍ରତିବାଦରେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚାଷୀ ନେତା ମାନେ ଚେତାବନୀ ଦେଇଥିଲେ । ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ର ଆବାହକ ଶ୍ରୀ ଲିଙ୍ଗରାଜ,ଜୟ କିଶାନ ଆନ୍ଦୋଳନ ର ସୁଶୀଲ ସାହୁ, ରମେଶ ମହାପାତ୍ର,ହର ବନିଆ, ବିରଞ୍ଚି ମହାକୁଡ ପ୍ରମୁଖ ଚାଷୀ ନେତା ମାନେ ଉପସ୍ଥିତ ଥିଲେ । ( ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ)