• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
March 10, 2026
in ଓଡ଼ିଶା, ପୁରୀ, ହୋମ୍
0
ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ
Share on FacebookShare on TwitterWhatsapp

୧ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ୫,୧୦୬ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର ପୁରୀ ଜିଲ୍ଲାର ୪.୨୦ ଲକ୍ଷରୁ ଅଧିକ ମା ଅନ୍ତର୍ଭୁକ୍ତ ରାଷ୍ଟ୍ରପତିଙ୍କ ଅସମ୍ମାନର ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଆଇଆଇଏମ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ସୁଭଦ୍ରା ସମୀକ୍ଷା ରିପୋର୍ଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ସୁଭଦ୍ରା ମା ମାନଙ୍କ ଆତ୍ମବିଶ୍ୱାସ ଓ ପରିଶ୍ରମ ଦ୍ୱାରା ଏକ ବିକଶିତ , ସମୃଦ୍ଧ ଓଡିଶା ଗଠନ ହେବ – ମୁଖ୍ୟମନ୍ତ୍ରୀ

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମାତ୍ର ଦେଢ଼ ବର୍ଷ ଭିତରେ ଆମ ମା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଏକ ଅଦ୍ଭୁତ ପୂର୍ବ ପରିବର୍ତ୍ତନର ବାର୍ତ୍ତାବହ ହୋଇପାରିଛି । ଆଗାମୀ ଦିନରେ ଅଧିକରୁ ଅଧିକ ମା ଏହି ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁଭଦ୍ରା ଯୋଜନା ଅନ୍ତର୍ଗତ ଚତୁର୍ଥ କିସ୍ତି ପ୍ରଦାନ ତଥା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ କହିଛନ୍ତି । ଏହି ଅବସରରେ ପୁରୀ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରବିବାର ଚତୁର୍ଥ ପର୍ଯ୍ୟାୟରେ ୧,୨,୧୨,୬୬୫ ଜଣ ସୁଭଦ୍ରା ହିତାଧିକାରୀଙ୍କୁ ୫୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ।

ସମୁଦାୟ ୫୧୦୬ କୋଟି ୩୩ ଲକ୍ଷ ୨୫ ହଜାର ଟଙ୍କାର ସହାୟତା ରାଶି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏଥିରେ ପୁରୀ ଜିଲ୍ଲାର ୪,୨୦,୮୫୪ ଜଣ ହିତାଧିକାରୀ ଅଛନ୍ତି । ଉପସ୍ଥିତ ସୁଭଦ୍ରା ଭଉଣୀ ମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ କରିବାରେ ଆମର ସୁଭଦ୍ରା ଯୋଜନା ସଫଳ ହୋଇଛି ଓ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରି ସ୍ୱତନ୍ତ ପରିଚୟ ଦେଇଛି । ସୁଭଦ୍ରା ଯୋଜନା ଆଜି ରାଜ୍ୟର ମହିଳା ମାନଙ୍କ ପାଇଁ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରତାର ସ୍ରୋତ ହୋଇପାରିଛି ।

ସୁଭଦ୍ରା ଯୋଜନା ଜରିଆରେ ସଫଳତା ପାଇଥିବା ହିତାଧିକାରୀଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା ସଶକ୍ତିକରଣ ହେଉଛି ଆମ ସରକାରଙ୍କ ପ୍ରଥମ ପ୍ରାଥମିକତା ଏବଂ ସୁଭଦ୍ରା ଯୋଜନା ଏହାର ଏକ ସଫଳ ଉଦାହରଣ । ଅନୁଗୁଳ, ବଲାଙ୍ଗୀର, ବରଗଡ଼, ଭଦ୍ରକ ଓ କଟକ ଭଳି ଅନେକ ଜିଲ୍ଲାର ମହିଳାମାନେ ଏହି ସହାୟତା ରାଶିକୁ ବ୍ୟବହାର କରି ଛତୁ ଚାଷ, କୁକୁଡ଼ା ପାଳନ, ବାଉଁଶ ବ୍ୟବସାୟ ଓ ଛୋଟ ବ୍ୟବସାୟ ଆରମ୍ଭ କରି ସଫଳତାର ଦୃଷ୍ଟାନ୍ତ ସୃଷ୍ଟି କରୁଛନ୍ତି। ସେ ପୁଣି କହିଥିଲେ ଯେ ଆଇଆଇଏମ ସମ୍ବଲପୁରର ସର୍ଭେ ରିପୋର୍ଟ ଅନୁଯାୟୀ ୨୫.୫୨ ପ୍ରତିଶତ ହିତାଧିକାରୀ ସୁଭଦ୍ରା ସହାୟତାକୁ ବ୍ୟବସାୟ ଆରମ୍ଭ ପାଇଁ ବ୍ୟବହାର କରିଥିବା ବେଳେ ୩୫.୭ ପ୍ରତିଶତ ମହିଳା ଘରୋଇ ଆବଶ୍ୟକତା ପୂରଣରେ ବ୍ୟବହାର କରିଛନ୍ତି।

ଏହା ସହିତ ଅନେକ ମହିଳା ଋଣ ପରିଶୋଧ, ସଞ୍ଚୟ ଓ ଦକ୍ଷତା ବୃଦ୍ଧିରେ ମଧ୍ୟ ଏହି ଅର୍ଥ ବ୍ୟବହାର କରି ପରିବାର ମଧ୍ୟରେ ସ୍ୱୀକୃତି ଓ ସମ୍ମାନ ହାସଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିବ । ସମୃଦ୍ଧ ଓଡିଶା ଓ ବିକଶିତ ଗଠନ ହେବ ମହିଳାମାନଙ୍କ ନେତୃତ୍ୱରେ । ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଥିବା ବେଳେ ୨୦୪୭ ସୁଦ୍ଧା ୬୦ ଲକ୍ଷ ‘ଲକ୍ଷପତି ଦିଦି’ ଓ ୧୦ ଲକ୍ଷ ‘ମିଲେନିଆର ଦିଦି’ ସୃଷ୍ଟି କରିବା ପାଇଁ ଆମର ଲକ୍ଷ୍ୟ ରହିଛି ।

ସେ ପୁଣି କହିଥିଲେ ଯେ ମହିଳାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା ଆମ ସରକାର ଆରମ୍ଭ କରିଛନ୍ତି । ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’, ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ଓ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’ ମହିଳାଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ଶେଷରେ କହିଥିଲେ ଯେ ମହିଳା ସଶକ୍ତିକରଣ ଆମ ସରକାର ପାଇଁ କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ପ୍ରତିବଦ୍ଧତା। ମହିଳାମାନଙ୍କ ଆତ୍ମବିଶ୍ୱାସ ଓ ପରିଶ୍ରମ ଦ୍ୱାରା ଏକ ସଶକ୍ତ, ସମୃଦ୍ଧ ଓଡିଶା ଗଠିତ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଏଥି ସହିତ ମୁଖ୍ୟମନ୍ତ୍ରୀ ଗତକାଲି ମାନ୍ୟବର ରାଷ୍ଟ୍ରପତିଙ୍କୁ ପଶ୍ଚିମବଙ୍ଗ ଠାରେ କରାଯାଇଥିବା ଅସମ୍ମାନକୁ ଦୃଢ ନିନ୍ଦା କରିବା ସହିତ ଏଭଳି ଅନାଦର କେବଳ ରାଷ୍ଟ୍ରପତିଙ୍କୁ ନୁହେଁ, ସାରା ଦେଶ ପାଇଁ ଓ ସାରା ନାରୀ ସମାଜ ପ୍ରତି ଅସମ୍ମାନ ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ସମୀକ୍ଷା ରିପୋର୍ଟ , ମହିଳା ଓ ଶିଶୁ ବିକାଶ ବିଭାଗର ଏକ କଫି ଦେବୁଲ ବୁକ ଓ ବାଲ୍ୟ ବିଭାହ ନିବାରଣ ପାଇଁ ପ୍ରସ୍ତୁତ ହୋଇଥିବା ଏକ ପୁସ୍ତିକା ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ଭାରତ ବର୍ଷ ଆଜି ମହିଳାଙ୍କ ପାଇଁ ଯାହା ଭାବୁଛି ମା ସୁଭଦ୍ରାଙ୍କ ଆଶୀର୍ବାଦରୁ ଓଡ଼ିଶାରେ ମହିଳାମାନେ ତା ଠାରୁ ବହୁତ ଆଗରେ ଅଛନ୍ତି ।

ଓଡ଼ିଶାରେ ମହିଳା ସଶକ୍ତିକରଣକୁ ପ୍ରମାଣିତ କରିଛି ସୁଭଦ୍ରା ଯୋଜନା । ସୁଭଦ୍ରା ଯୋଜନା ଆଜି ଓଡ଼ିଶାର ମହିଳା ଶକ୍ତିଙ୍କୁ ଭାରତ ବର୍ଷରେ ଏକ ଉଦୀୟମାନ ଶକ୍ତି ରୂପେ ଗଢି ତୋଳିଛି । ପୂର୍ବରୁ ତିନୋଟି ପର୍ଯ୍ୟୟରେ ୧୫୦୦୦ କୋଟି ରୁ ଅଧିକ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆଜି ଚତୁର୍ଥ ପର୍ଯାୟର ସହାୟତା ରାଶି ମହିଳାଙ୍କ ବିକାଶ ଓ ସଶକ୍ତିକରଣ ପ୍ରତି ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏଚପିଭି ଭାଇରସ ଟୀକା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ରାଜ୍ୟର ସବୁ ୧୪ ରୁ ୧୫ ବର୍ଷ ଝିଅ ମାନଙ୍କୁ ଏହି ଟୀକା ଦେବା ପାଇଁ ସେ ସୁଭଦ୍ରା ମା ମାନଙ୍କୁ ଅନୁରୋଧ କରିଥିଲେ ।

ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ର କହିଥିଲେ ଯେ ଓଡ଼ିଶାରେ ମହିଳା ସଶକ୍ତିକାରଣ ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ଅଦିତ୍ୱୀୟ । ଲକ୍ଷପତି ଦିଦି ସୃଷ୍ଟିରେ ଓଡିଶା ଭାରତ ବର୍ଷରେ ଶ୍ରେଷ୍ଠତ୍ଵ ଅର୍ଜନ କରିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଓ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର , ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ , ସତ୍ୟବାଦୀ ବିଧାୟକ ଓମ୍‌ପ୍ରକାଶ ମିଶ୍ର ,ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ମୃଣାଲିନି ଦର୍ଶୱାଲ ସ୍ୱାଗତ ଭାଷଣ ଦେଇଥିଲେ ଓ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

March 10, 2026
ଶକ୍ତି ପଦଯାତ୍ରା ଅନୁଷ୍ଠିତ

ଶକ୍ତି ପଦଯାତ୍ରା ଅନୁଷ୍ଠିତ

March 10, 2026
ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

March 10, 2026
କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

March 10, 2026
ଶକ୍ତି ପଦଯାତ୍ରା ଅନୁଷ୍ଠିତ

ଶକ୍ତି ପଦଯାତ୍ରା ଅନୁଷ୍ଠିତ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version