• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
March 9, 2026
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍
0
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭାରତୀୟ ହସ୍ତଶିଳ୍ପ ପରିଷଦ ଏବଂ ବିଶ୍ୱ ହସ୍ତଶିଳ୍ପ ପରିଷଦ ସହିତ ଜଡିତ ରାଜ୍ୟର ହସ୍ତଶିଳ୍ପ ପ୍ରେମୀଙ୍କ ଏକ ସଂଗଠନ, ଓଡ଼ିଶା ହସ୍ତଶିଳ୍ପ ପରିଷଦ ପକ୍ଷରୁ ଭୁବନେଶ୍ୱରର ଏକାମ୍ର ହାଟରେ ଏହାର ଅନନ୍ୟ କାର୍ଯ୍ୟକ୍ରମ “ସପ୍ତାହର କାରିଗର’ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର କମିଶନର-କମ୍‌-ସଚିବ, ଶ୍ରୀମତୀ ଗୁହା ପୁନମ ତାପସ କୁମାର (ଆଇଏଏସ୍‌), ପରିଷଦର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମହାପାତ୍ର, ଆଇଏଏସ୍ (ଅବସରପ୍ରାପ୍ତ) ଏବଂ ଅନ୍ୟାନ୍ୟ ସମ୍ମାନିତ ଅତିଥିଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ ।

ସୋମବାରରୁ ରବିବାର ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଜଣେ ଉତ୍କୃଷ୍ଟ କାରିଗରଙ୍କୁ ନିଜର ସାମଗ୍ରୀ ପ୍ରଦର୍ଶନ କରିବାର ସୁଯୋଗ ଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ଅଧିନରେ, ମନୋନୀତ କାରିଗରଙ୍କୁ ତାଙ୍କ ଉତ୍ପାଦ ସାମଗ୍ରୀର ପ୍ରଦର୍ଶନ ଏବଂ ବିକ୍ରୟ କରିବା ପାଇଁ ସମଗ୍ର ସପ୍ତାହ ପାଇଁ ଏକାମ୍ର ହାଟରେ ଏକ ଏୟାର୍ କଣ୍ଡିସନଡ୍ ଶୋ’ରୁମ୍ ଯୋଗାଇ ଦିଆଯିବ । କ୍ରେତା, ଡିଜାଇନ୍‌ର ଏବଂ ହସ୍ତଶିଳ୍ପ ପ୍ରେମୀଙ୍କ ଆଗମନ ସହିତ ଏହାର ବହୁଳ ପ୍ରଚାର ଏବଂ ପ୍ରସାର କାର୍ଯ୍ୟ ପରିଷଦ କରିବ ।

ପ୍ରଥମ ମାସର ଏହି କାର୍ଯ୍ୟକ୍ରମ ଏସ୍‌ଏନ୍‌ଏମ୍ (ଝଘଗ) ଗ୍ରୁପ୍ ଅଫ୍ କମ୍ପାନୀଜ୍ ଦ୍ୱାରା ପ୍ରାୟୋଜିତ ହେଉଛି । ଏହାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ୍ତ ମହାନ୍ତିଙ୍କ ସହିତ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଦିପ୍ତୀ ମହାନ୍ତି ଏହି ଅବସରରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଲଳିତଗିରିର ପଥର ଖୋଦେଇ କାରୁକାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ତଥା ଶିଳ୍ପୀଗୁରୁ ପୁରସ୍କାର ପ୍ରାପ୍ତ କାରିଗର ଶ୍ରୀଯୁକ୍ତ କଳ୍ପତରୁ ମହାରଣା ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାପାତ୍ର ବ୍ୟାଖ୍ୟା କରିଥିଲେ ଯେ, ରାଜ୍ୟ ପରିଷଦ ଦ୍ୱାରା ଗୃହୀତ ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ଏବଂ ପ୍ରୋତ୍ସାହନ ହେଉଛି ବିଶ୍ୱ ହସ୍ତଶିଳ୍ପ ପରିଷଦର ଉଦ୍ଦେଶ୍ୟ । ମୁଖ୍ୟଅତିଥି ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ହସ୍ତଶିଳ୍ପ ପ୍ରେମୀ ଏବଂ ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ପ୍ରଦର୍ଶନୀ ପରିଦର୍ଶନ କରି ହସ୍ତଶିଳ୍ପୀଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ ।

ଓଡ଼ିିଶାର ହସ୍ତଶିଳ୍ପ ପରିଷଦ ବିଷୟରେ ଏକ ଟିପ୍ପଣୀ

ଓଡ଼ିଶାର ହସ୍ତଶିଳ୍ପ ପରିଷଦ ହେଉଛି ରାଜ୍ୟର ପାରମ୍ପରିକ ହସ୍ତଶିଳ୍ପ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଉତ୍ସର୍ଗୀକୃତ ହସ୍ତଶିଳ୍ପ ପ୍ରେମୀଙ୍କ ଏକ ବେସରକାରୀ ସଂଘ । ଏହା ଭାରତୀୟ ହସ୍ତଶିଳ୍ପ ପରିଷଦ ଏବଂ ବିଶ୍ୱ ହସ୍ତଶିଳ୍ପ ପରିଷଦ ସହିତ ଜଡ଼ିତ । ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପ ଏବଂ ହସ୍ତଶିଳ୍ପୀ ସମ୍ପ୍ର୍ରଦାୟର ସଂରକ୍ଷଣ, ପ୍ରୋତ୍ସ।  ହନ ଏବଂ ସମର୍ଥନ କରିବା ହେଉଛି ଏହି ପରିଷଦର ମୁଖ୍ୟ ଉଦ୍ଦେଶ୍ୟ ।

ଅତୀତରେ, ଓଡ଼ିଶାର ହସ୍ତଶିଳ୍ପ ପରିଷଦ, ମାଷ୍ଟର୍ କ୍ରାଫ୍ଟର୍ସ ପ୍ରଦର୍ଶନୀ ଆୟୋଜନ କରିଛି, ଯାହା କାରିଗରୀର ଉତ୍କର୍ଷତାକୁ ପ୍ରତିପାଦନ ପ୍ରଦାନ କରିବା ସହ ମାଷ୍ଟର୍ କାରିଗରମାନଙ୍କୁ ସେମାନଙ୍କର ସର୍ବୋତ୍ତମ କାର୍ଯ୍ୟ ଉପସ୍ଥାପନ କରିବା ପାଇଁ ଏକ ପ୍ଲାଟ୍‌ଫର୍ମ ପ୍ରଦାନ କରିଛି । “କ୍ରାଫ୍ଟ୍ ମ୍ୟାନ୍ ଅଫ୍ ଦ ୱିକ୍‌”  ହେଉଛି ଓଡ଼ିଶା ହସ୍ତଶିଳ୍ପ ପରିଷଦର ଏକ ଅନନ୍ୟ ପଦକ୍ଷେପ । ଏହି କାର୍ଯ୍ୟକ୍ରମ ଅଧୀନରେ, ଜଣେ ମନୋନୀତ କାରିଗରଙ୍କୁ ତାଙ୍କ ଉତ୍ପାଦର ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଗୋଟିଏ ସପ୍ତାହ ପାଇଁ ଏକ ଏୟାର୍ କଣ୍ଡିସନ୍ ଶୋ ‘ରୁମ୍ ପ୍ରଦାନ କରାଯିବ ।

ପରିଷଦ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ପ୍ରଚାର ବ୍ୟବସ୍ଥା କରିବ ଏବଂ କାରିଗରମାନଙ୍କୁ ବ୍ୟାପକ ବଜାରରେ ପହଞ୍ଚିିବାରେ ସାହାଯ୍ୟ କରିବା ପାଇଁ ଡିଜାଇନର୍‌, କ୍ରେତା ଏବଂ ରପ୍ତାନିକାରୀଙ୍କ ସହିତ ଯୋଗାଯୋଗ ସହଜ କରିବ । ଯୁବପିଢ଼ିଙ୍କ ମଧ୍ୟରେ ହସ୍ତଶିଳ୍ପ ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ସ୍କୁଲ୍ ପିଲାମାନଙ୍କୁ ନେଇ ଏହି ସମ୍ବନ୍ଧିତ କର୍ମଶାଳା ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଉତ୍ପାଦନ କ୍ଷେତ୍ରରେ କଞ୍ଚାମାଲ୍‌, ଡିଜାଇନ୍ ଓ ଉତ୍ପାଦ ବିକାଶ ଏବଂ ବିପ୍ପଣନ କ୍ଷେତ୍ରରେ ବ୍ରାଣ୍ଡିଂ ତଥା ପ୍ରଚାର ଭଳି ବିଭିନ୍ନ ଦିଗକୁ ଅନ୍ତର୍ଭୁକ୍ତ କରି ହସ୍ତଶିଳ୍ପ-ଭିତ୍ତିକ ବିକାଶ କାର୍ଯ୍ୟକ୍ରମ ହାତକୁ ନେବାକୁ ପରିଷଦ ପ୍ରସ୍ତାବ ଦେଇଛି । ଓଡ଼ିଶା ହସ୍ତଶିଳ୍ପ ପରିଷଦ ଏହାର ଉଦ୍ଦେଶ୍ୟକୁ ଆଗକୁ ବଢ଼ାଇବା ପାଇଁ ସରକାର ଏବଂ ଅନ୍ୟାନ୍ୟ ସଂଗଠନ ସହିତ ମିଳିତ ସହଭାଗିତାରେ କାର୍ଯ୍ୟ କରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

March 9, 2026
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version