ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ,ଶୁକ୍ରବାର ) ଢେଙ୍କାନାଳ :- ଜିଲ୍ଲାରେ ଜମି ମାଫିଆ ଓ ପ୍ରଶାସନଙ୍କ ମଧୁଚନ୍ଦ୍ରିକାରେ ଅନେକ ସରକାରୀ ଜମି ହଡପ କରାଯାଇ ଜମି ମାଫିଆ ଓ ପ୍ରଶାସନିକ ଅଧିକାରୀ ବେଶ୍ ହାତ ଚିକ୍କଣ କରିବାରେ ବ୍ୟସ୍ତ । ଢେଙ୍କାନାଳ ଜନସାଧାରଣ ସାଧାରଣତଃ ସରଳ ଓ ଶାନ୍ତିପୂର୍ଣ୍ଣ । ତେଣୁ ଜମି ମାଫିଆ ମାନଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାର ସାହାସ ଜୁଟାଇ ପାରୁନାହାନ୍ତି । ଏହାର ସୁଯୋଗରେ କିଛି ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ଆପଣାର ସାମ୍ରାଜ୍ୟ ବୃଦ୍ଧି କରି ଚାଲିଛନ୍ତି ।
ସଂପ୍ରତି ଏକ ଖବରରୁ ଜଣାଯାଏ, ସହର ଉପକଣ୍ଠ କାଠଗଡା ଓ କଣ୍ଟେଇକୋଳିଆ ସ୍ଥିତ ସରକାରୀ ଜମି ଉପରେ କିଛି ଜମି ମାଫିଆ ନିଜ ଦଖଲ ସାବ୍ୟସ୍ତ କରିବାକୁ ଯାଇ ବାଡାବନ୍ଦ କରି ହାରାହାରି ୧୦ ଏକରରୁ ଉର୍ଦ୍ଧ୍ବ ହେବ ନିଜ ଅକ୍ତିଆରକୁ ନେଇଯିବାକୁ ଷଡ଼ଯନ୍ତ୍ର କରିଛନ୍ତି । ସ୍ଥାନୀୟ ଜିଲ୍ଲା ପ୍ରଶାସନ ଯେହେତୁ ନିରବଦ୍ରଷ୍ଟା, ତେଣୁ ସ୍ଥାନୀୟ ଅଧିବାସୀ ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ( ରିପୋର୍ଟ, ଅମର ରଞ୍ଜନ ଦାସ)