ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ସ୍ଥିତ ମହାସିଙ୍ଗ ଠାରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇ ଯାଇଛି l ଏହି ଅବସରରେ ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ ଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଫୋଟୋ ଚିତ୍ର ରେ ଦୀପ ଧୂପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ବିଜେଡି ର ସଂଗଠନ କୁ ଅଧିକ ମଜବୁତ କରିବା ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ହାତ ମୁଠା କୁ ଟାଣ କରିବାକୁ ଶପଥ ପାଠ କରିଥିଲେ ବିଜେଡି କର୍ମୀ l

ବିଜେପି ସରକାର ର କୋଡିଏ ମାସ ମଧ୍ୟରେ କୌଣସି ପ୍ରତିଶୃତି ପାଳନ କରିନାହିଁ ବିଜେପି l ବରଂ ବିଜେପି ସରକାରରେ ନାରୀ ନିର୍ଯାତନା ବୃଦ୍ଧି ପାଇବା ସହ , ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଛି, ଚାଷୀ ଆଜି ହତାଶ ହୋଇଛନ୍ତି ବୋଲି ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ କହିଛନ୍ତି l ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଜବର ଦଖଲ ଉଛେଦ, ଚାଷୀ ଙ୍କ ସମସ୍ୟା ପରି ଅନେକ ସମସ୍ୟା ନେଇ ଜନସାଧାରଣ ଙ୍କ ପାଇଁ ବିଜେଡି ସଦା ସର୍ବଦା ଲଢେଇ ଜାରୀ ରଖିବ l















