ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ,ଶୁକ୍ରବାର ) ଦିଗପହଣ୍ଡି :- ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ରାତିରେ ଘରେ ପଶି ଜଣେ ମହିଳାଙ୍କୁ ତାଙ୍କ ଗାଁ ର ଅଙ୍ଗଦ ମଣ୍ଡଳ ନାମକ ଜଣେ ଯୁବକ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ଙ୍କ ଏତଲା କ୍ରମେ ମାମଲା ନଂ.୨୧୫/୨୦ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇ ଛନ୍ତି।ଗିରଫ ଭୟରେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ମହିଳା ଙ୍କ ସ୍ଵାମୀ ଗୁଜରାଟ ରେ ରହୁଥିବା କାରଣରୁ ସେ ଘରେ ଅନୁପସ୍ଥିତି ର ସୁଯୋଗ ନେଇ ତାଙ୍କ ଗାଁ ର ଯୁବକ ଜଣକ ରାତିରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ମହିଳାଙ୍କ ପାଟି ଶୁଣି ତାଙ୍କ ଶ୍ବଶୁର,ଦେଢ଼ଶୁର ନିଦରୁ ଉଠି ଯୁବକଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେ ଖସି ଯାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି ।
ଘଟଣା ଦିନ ରାତିରେ ମହିଳା ଜଣକ ତାଙ୍କ ୪ ବର୍ଷ ବୟସର ପୁଅଙ୍କୁ ଧରି ଘରେ ଶୋଇଥିଲେ । ରାତି ପ୍ରାୟ ସାଢେ଼ ୧୨ ଟାରେ ସେ ପରିଶ୍ରା ପାଇଁ କବାଟ ଖୋଲି ବାରି ପଟକୁ ଯାଇଥିଲେ । ପରିସ୍ରା କରି ଫେରିବା ପୂର୍ବରୁ ଯୁବକ ଜଣକ କୌଶଳକ୍ରମେ ଘରେ ପଶି ଛପି ରହିଥିଲେ । ମହିଳାଙ୍କ ପାଟି କୁ ଭିଡ଼ି ଧରି ବଳପୂର୍ବକ ଦୁଷ୍କର୍ମ କରିବା ପରେ ଚଂପଟ ମାରିଥିଲେ । ମହିଳାଙ୍କ ପାଟି ଶୁଣି ଶ୍ବଶୁର ,ଦେଢ଼ ଶୁର ଦୋୖଡି ଆସି ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେ ଖସି ଯାଇଥିଲେ । ପରିବାର ଲୋକେ ରାତି ରେ ହିଁ ସରପଞ୍ଚ ଙ୍କୁ ଜଣାଇଥିଲେ । ସ୍ଵାମୀ ଗୁଜରାଟ ରୁ ଫେରିବା ପରେ ଗାଁ ରେ ସଭା ଡକାଯାଇଥିଲା । ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକେ ସମସ୍ତ ଅଭିଯୋଗ କୁ ଅସ୍ବୀକାର କରିବା ପରେ ମହିଳା ଜଣକ ସ୍ଵାମୀଙ୍କ ସହ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିବା ଜଣାପଡିଛି । ( ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )