ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ଜିଲ୍ଲାରେ ବେଆଇନ ମଦ ବିକ୍ରୟ ଓ ଅବୈଧ କାର୍ଯ୍ୟକଳାପ ଉପରେ କଡା କାର୍ଯ୍ୟାନୁଷ୍ଠାନ ଜାରି ରଖିବା ପାଇଁ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ନିୟମିତ ଭାବରେ ଅଭିଯାନ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ପୁରୀ ଏସ୍ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ମଦ ବିକ୍ରି କରୁଥିବା ଏକ ବ୍ୟକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ଶୁକ୍ରବାର ଦିନ ସତ୍ୟବାଦୀ ଥାନା ଅଧୀନ ରାୟଚକ୍ରଧରପୂର ଗ୍ରାମ ନଦୀବନ୍ଧ ଅଞ୍ଚଳରେ ଥିବା ସରକାରୀ ଜମି ଉପରେ ବେଆଇନ ଭାବରେ ଘର ଓ ଦୋକାନ ନିର୍ମାଣ କରି ମଦ ବିକ୍ରୟ କରୁଥିବା ଅଭିଯୋଗରେ ଗୃହ ଉଚ୍ଛେଦ କାର୍ଯ୍ୟକ୍ରମ କରାଯାଇଛି ।

















