No Result
View All Result
ଆମେ ଗରୀବ, ଆମ ହୃଦୟ ବଡ଼
ମାହାଙ୍ଗା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସାରା ଦେଶରେ ପାଳନ ହୋଇଛି ହୋଲି ଉତ୍ସବ । ଓଡ଼ିଶାର ପୁର ପଲ୍ଲୀରେ ମଧ୍ୟ ଆୟୋଜିତ ହୋଇଛି ଏହି ରଙ୍ଗର ପର୍ବ ହୋଲି।କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଠାରେ ରହୁଥିବା ଆଦିମ ଜନଜାତି ବସ୍ତିରେ ଏବର୍ଷ ବେଶ ଧୁମ ଧାମରେ ପାଳନ ହୋଇଥିଲା ହୋଲି ଉତ୍ସବ।

ଏହି ଆଦିବାସୀ ବସ୍ତିରେ ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ଵ ହେବ ସ୍ଥାୟୀଭାବେ ରହିଆସୁଥିବା ଆଦିମ ଜନଜାତିର ମଣିଷ ମାନେ ଖୁବ ସରଳ।ସେମାନେ ଦିନ ମଜୁରୀଆ, ଅତ୍ୟନ୍ତ ଗରୀବ ପରିବାର । ଏଥର ସେହି ଆଦିବାସୀ ବସ୍ତିରେ ହୋଲି ଉତ୍ସବ ମନେଇବାକୁ ନିଷ୍ପତି ନିଆଯାଇଥିଲା ।

ଆଦିବାସୀଙ୍କ ପ୍ରତ୍ୟେକ କାର୍ଯ୍ୟରେ ନିଜକୁ ସାମିଲ କରିଆସୁଥିବା ସାମାଜିକ କର୍ମୀ ଅଖିଳେଶ ମହାନ୍ତି ଏବଂ ତା’ଙ୍କ ସହଯୋଗୀ ଯୁବକ ମାନେ ରଙ୍ଗ ଅବିର ସହିତ ପହଂଚିଥିଲେ ସେହି ଆଦିବାସୀ ବସ୍ତିରେ।ବସ୍ତିର ଲୋକମାନଙ୍କ ଖୁସି କହିଲେ ନସରେ, ଆରମ୍ଭ ହୋଇଥିଲା ହୋଲି ଖେଳ ଓ ମିଷ୍ଟାନ ବଣ୍ଟନ।

ଅଖିଳେଶଙ୍କ ନେତୃତ୍ୱରେ ସଂସ୍କୃତି ପ୍ରେମୀ ବିଭୁତି ଭୂଷଣ ଦାସ,ଦିଲ୍ଲୀପ କୁମାର ବାରିକ, ଅଚ୍ୟୁତାନନ୍ଦ ପଣ୍ଡା, କ୍ଷୀରୋଦ ଦାଶ, ମହେଶ୍ୱର ସାହୁ, କୈଶୋର ଦାସ ଏବଂ ତୁଷାର ମହାନ୍ତି,ସାମ୍ବାଦିକ ସତ୍ୟବ୍ରତ ବାରିକ ଓ ଦାମୋଦର ପରିଡା ପ୍ରମୁଖ ଏହି ବସ୍ତିର ପହଂଚି ଥିଲେ ।

ବସ୍ତିର ପୁରୁଷ,ମହିଳା,କିଶୋର, କିଶୋରୀ ଏବଂ ଛୋଟ ଛୋଟ ପିଲାମାନଙ୍କ ସହିତ ନିଆରା ଢଙ୍ଗରେ ହୋଲି ଉତ୍ସବ ପାଳନ କରାଯାଇଥିଲା । ଆଦିମ ଜନଜାତିର ପରିବାର ଗୁଡିକ କିଛି ସମୟ ପାଇଁ ଭୁଲିଯାଇଥିଲେ ସେମାନଙ୍କ ଭିତରେ ଥିବା ଗରିବୀକୁ ଏବଂ ଦୁଃଖକୁ ।

ସମସ୍ତେ ମିଠା ଖାଇଥିଲେ ଓ ରଙ୍ଗ ପିଚିକାରୀ ସାଙ୍ଗକୁ ଅବିର ବୋଳି ଏହି ରଙ୍ଗର ପର୍ବକୁ ଧୁମ ଧାମରେ ପାଳନ କରିଥିଲେ । ଭଙ୍ଗା କୁଡ଼ିଆ ଭିତରେ ଢୋକେ ପିଇ ଦଣ୍ଡେ ଜିଉଥିବା ଏହି ସରଳ ଆଦିବାସୀ ମାନେ ହୋଲିକୁ ନେଇ ବେଶ ଖୁସି । ଛୋଟ ବସ୍ତିରେ ରହୁଥିଲେ ବି ଆମ ହୃଦୟ ବଡ଼ ବୋଲି ସେମାନେ କହିବାକୁ ଭୁଲି ନଥିଲେ l

No Result
View All Result