No Result
View All Result
ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଚୈତ୍ର କୃଷ୍ଣ ପ୍ରତିପଦା ବୁଧବାର ତା୪.୩.୨୬ ରିଖ ଅପରାହ୍ନ ୪ଘଟିକା ଅମୃତବେଳାରେ ଚଳିତବର୍ଷର ଐତିହାସିକ ପଞ୍ଚୁଦୋଳଯାତ୍ରାର ଶୁଭଖୁଣ୍ଟି ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ମଙ୍ଗଳାଚ଼ରଣରେ ଯାତ୍ରା ପଡ଼ିଆର ଯଜ୍ଞମଣ୍ଡପର ଐଶାନ୍ୟ କୋଣରେ ସ୍ଥାପନ କରାଯାଇଛି I ଯାତ୍ରାର ଯଜ୍ଞକମିଟିର ଶାକଦୀପିପଣ୍ଡିତ ନୃସିଂହଚ଼ରଣଆଚ଼ାର୍ଯ୍ୟଙ୍କ ଗଣନା ଅନୁସାରେ ପ୍ରଥମେ କମିଟି ତରଫରୁ ମା’ଭଗବତୀଙ୍କ ମନ୍ଦିରରେ ପ୍ରଥମ ନିମନ୍ତ୍ରଣଅର୍ପଣ କରି ମା’ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆଜ୍ଞାମାଳ କରାଯାଇ ଯାତ୍ରା ପଡ଼ିଆକୁ ଅଣାଯାଇଥିଲା ।

ପୁଣି ଯାତ୍ରାର ମୁଖ୍ୟ ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚ଼କା ଦେବଙ୍କ ନିକଟରୁ ମଧ୍ୟ ତୁଳସୀ ଦୟଣାମାଳଆସି ପଡ଼ିଆଠାରେ ଏକତ୍ର ଶୁଭପତାକା ରେ ସ୍ଥାପନ କରାଯାଇ ମା’ ଭଗବତୀ ଓ ଶ୍ରୀ ଶ୍ରୀଚ଼ରଣଚକାଦେବଙ୍କର ଜୟଜୟକାର ଧ୍ୱନୀ ମଧ୍ୟରେ ଖୁଣ୍ଟ ପୋତା ଯାଇଥିଲା । ଚଳିତ ବର୍ଷ ତା ୮.୩.୨୬ରିଖ ରବିବାର ରାତ୍ରବାର ଘଟିକାରୁ ଦେବା ଦେବୀମାନଙ୍କ ଜମାଣ ଆରମ୍ଭ ହେବ | ଖୋର୍ଦ୍ଧାର ମହାରାଜା ଗଜପତି ନରସିଂହଦେବଙ୍କ ଦ୍ଵାରା ସ୍ଥାପିତ ଲୀଳାକ୍ଷେତ୍ର ବଡ଼ ହନ୍ତୁ ଆଡ଼ର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀଚ଼ରଣଚକାଦେବଙ୍କ ନିମନ୍ତ୍ରଣ କ୍ରମେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମ ରୁ୧୬୨ଦେବାଦେବୀ ଦୋଳବିମାନ, ବୃଷଭ,ସିଂହ, ଗରୁଡ଼, ହନୁମାନ ଇତ୍ୟାଦି ବାହାନରେ ବସି ଥାଟ ପଟୁଆର ବାଜାରୋଷଣିରେ ଯାତ୍ରା ପଡ଼ିଆକୁ ବିଜେ କରିବେ ।
ଚଳିତ ବର୍ଷ ଜମାଣଦିନ ସଂଧ୍ୟାରୁ ତୁଳସୀ ସଂଧ୍ୟା କାର୍ଯ୍ୟକ୍ରମରେ ରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଭଜନ ସମାରୋହ ସହିତ ବିଭିନ୍ନ ନୃତ୍ୟସଂଗୀତକାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତ।୯.୩.୨୬ରିଖ ସୋମବାର ଅପରାହ୍ନର ଗୋଧିଳୀଲଗ୍ନରେ ଯାତ୍ରାର ମୁଖ୍ୟ ଆକର୍ଷଣ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଦେବଙ୍କ ସହ ମା’ଦେବୀ ଭଗବତୀ କାଠି ଠାକୁରାଣୀ ସ୍ତମ୍ଵେଶ୍ଵରୀଙ୍କ ମହାମିଳନ ଅନୁଷ୍ଠିତ ହେବବୋଲି କମିଟି ତରଫରୁ ପ୍ରକାଶ କରାଯାଇଛି ଏବଂ ଚଳିତ ବର୍ଷ ପ୍ରଥମଥର ପାଇଁ ମେଳନ ସରିବା ପରେ ସଂଧ୍ୟାରେ ମେଲୋଡ଼ି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି I
ଏହିଶୁଭଅନୁକୂଳ କର୍ଯ୍ୟରେ କମିଟିର ଉପସଭାପତି ବୀରଭଦ୍ର କାଣ୍ଡି, ସଂପାଦକମାଧବଚ଼ନ୍ଦ୍ର ବାରିକୀ, ସ୍ଥାନୀୟ ଥାନାଧିକାରୀ ରମେଶ କୁମାର ଦେବତା,ଦୁଷ୍ମନ୍ତ କୁମାର ହରିଚ଼ନ୍ଦନ, ବାଳମୁକୁନ୍ଦ ଦାସ, ମହେଶ୍ୱର ଜେନା, ଜୟକୃଷ୍ଣ ଦାସ, ନବକିଶୋର ପ୍ରଧାନ, ଶରତ ଚନ୍ଦ୍ର ଶତୃଶଲ୍ୟ, ଦିଗମ୍ବର ବିଶ୍ଵାଳ,ନନ୍ଦକିଶୋର ମିଶ୍ର, ଭଗବାନ ପ୍ରଧାନ,ଶେଷ ଦେବ ମହାରଣା,ମଇନୁଲ୍ ହକ୍, ନକୁଳ ପ୍ରଧାନ, ପ୍ରଭାକର ଶାସମଲ୍, ପଦ୍ମଚରଣ ସାହ,ସତ୍ୟନାରାୟଣ ବିଗ୍ରହ ପ୍ରମୁଖ ଉପସ୍ଥିତ ରହି ଏହି ଶୁଭକାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l

No Result
View All Result