ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ,ଶୁକ୍ରବାର) ଢେଙ୍କାନାଳ :- ଓଡିଆରେ ଗୋଟେ କଥା ଅଛି “ବଡଟି ବାପାର,ସାନଟି ମାଆର ଓ ମଝିଆଁ ପୁଅ ଗାଁରୁ ବାହାର” । ଅର୍ଥାତ୍ ମଝି ମଝିଆଁ ସଦାବେଳେ ଅବହେଳିତ ଓ ନିଷ୍ପେସିତ । ଢେଙ୍କାନାଳ ମୁନିସପାଲିଟି ଏକ ନମ୍ବର ୱାର୍ଡ ସନ୍ଧ୍ୟାତାରା ଲେନ୍ ଦୀର୍ଘ ତିରିଶି ବର୍ଷରୁ ଉର୍ଦ୍ଧ୍ବ ଗଢି ଉଠିଥିବା ବେଳେ ରାସ୍ତାଟିଏ ପାଇଁ ଡହଳ ବିକଳ ଗଳି ବାସିନ୍ଦା । ବାରମ୍ବାର ମୁନିସିପାଲିଟି ଧାଇଁ ଧାଇଁ ପାଞ୍ଚବର୍ଷ ତଳେ ଏକ ଚତୁର୍ଥାଂଶ କଂକ୍ରିଟ ରାସ୍ତା କରାଗଲା ଓ ବିଧାୟକଙ୍କ ବିରାଟ ଫଳକ ଲଗାଗଲା । ପୁଣି ବର୍ଷାଦିନେ ମାଟି କାଦୁଅରେ ଅଣାୟତ୍ତ ହୋଇ ଅଫିସ୍ ଧାଇଁ ଧାଇଁ, ଏ ବର୍ଷ ହେବ, ୱାର୍କ ଅର୍ଡର ସରିଛି ଏଭଳି ସାନ୍ତ୍ଵନା ମିଳିଲା । ତେବେ ଗତ ତା ୨୩/୯/୨୦୨୦ ରିଖରେ କେଉଁଠୁ କେଉଁ ଯାଏଁ ରାସ୍ତା ହେବ ଚିହ୍ନ ଦିଆଗଲା ।
କିନ୍ତୁ ତା ପରଦିନ ହଠାତ୍ ନିଷ୍ପତ୍ତି ବଦଳିଗଲା । ପ୍ରଥମ ଏକ ଚତୁର୍ଥାଂଶ ଯେଉଁଠି ସରିଛି , ସେଇଠୁ ଆରମ୍ଭ କରିବା ପରିବର୍ତ୍ତେ ଗଳିର ଉପର ମୁଣ୍ଡରୁ ରାସ୍ତା କାମ ଆରମ୍ଭ କରାଗଲା । ତେବେ ଏଠି ପ୍ରଶ୍ନ ଉଠୁଛି , ପ୍ରଥମେ ତଳମୁଣ୍ଡ ଏକ ଚତୁର୍ଥାଂଶ ସରିଛି , ଏବେ ଉପର ମୁଣ୍ଡର ଏକ ଚତୁର୍ଥାଂଶ ଆଦେଶ ଅଛି ଯଦି ତେବେ ମଝି ମୁଣ୍ଡ ରହି ଯାଉଛି । ଅର୍ଥାତ୍ ଉପରେ ରାସ୍ତା, ତଳେ ରାସ୍ତା ଓ ମଝି ହୀନସ୍ତା । ମଝିରେ ଥିବା ଲୋକ ଯେଉଁ ଦୁଃଖୀ କୁ ସେଇ ଦୁଃଖୀ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଚାଲିଛି । (ରିପୋର୍ଟ – ଅମର ରଞ୍ଜନ ଦାସ)