No Result
View All Result
ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସୁକତେଲ ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ଏହା ଆମ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ସହିତ ଲୁପ୍ତ ପ୍ରାୟ ଲୋକ ଗୀତ ଓ ନୃତ୍ୟକୁ ପ୍ରଚାର ପ୍ରସାର କରିବାର ଏକ ଅନନ୍ୟ ପ୍ରୟାସ ବୋଲି ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ବାନ୍ଧନ ଘୋର ଗ୍ରାମରେ ଚାଲିଥିବା ତୃତୀୟ ସୁକତେଲ ମହୋତ୍ସବର ଉଦଯାପନୀ ସଭାରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ।
ସ୍ବେଚ୍ଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ,ବଲାଙ୍ଗୀର, ସୁକତେଲ ମହୋତ୍ସବ କମିଟିର ମିଳିତ ସହଯୋଗ ତଥା ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କର ସହାୟତାରେ ଚାରିଦିନ ବ୍ୟାପି ଅନୁଷ୍ଠିତ ଏହି ମହୋତ୍ସବରେ ବିଭିନ୍ନ ଦିନରେ ଅନେକ ପ୍ରଶାସନିକ ଅଧିକାରୀ ତଥା ସମାଜସେବୀ,ସାଂସ୍କୃତିକ ସଂଗଠକ,ସଙ୍ଗୀତ ନିର୍ଦ୍ଦେଶକ ଯୋଗ ଦେଇଥିଲେ ।
ବରଗଡ଼,ସୋନପୁର,ବୌଦ୍ଧ,ବଲାଙ୍ଗୀର ଜିଲ୍ଲାର ୩୦ରୁ ଉର୍ଦ୍ଧ୍ବ ଦଣ୍ଡ କଳାକାର ନିଜର କଳା ପରିବେଷଣ କରିଥିଲେ । ଢାପ ପଏଂରି କଳା ପରିଷଦ,ଟିଟିଲାଗଡ଼,ମଧୁମିତା ପରାମଗୁରୁ,ସୁବର୍ଣ୍ଣପୁର,ସଙ୍ଗୀତ ସାଧନା,ଲୋଇସିଂହା,ରୁମ୍କୁଝୁମାନା,ସୁବର୍ଣ୍ଣପୁର ପ୍ରଭୃତି ଛଅ ଗୋଟି ସାଂସ୍କୃତିକ ଦଳ ମହୋତ୍ସବରେ ଘୁମୁରା,ଢାପ,ଲୋକ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ ।
କଂସ ଦରବାରରେ ଶୁଭମ ଘିବିଲା ଓ ତାଙ୍କ ଦଳ ଅଭିନୟ ମାଧ୍ୟମରେ ଲୋକଙ୍କର ମନ ଜିଣି ପାରିଥିଲେ । ତୃତୀୟ ସୁକତେଲ ମହୋତ୍ସବ ଅବସରରେ ବରିଷ୍ଠ ଶିକ୍ଷାବିତ ତଥା ସାଂସ୍କୃତିକ ସଂଗଠକ ଟଂକଧର ଛତ୍ରିଆ , ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠ ଶିଳ୍ପୀ ଶାଶ୍ୱତ କୁମାର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦଣ୍ଡ କଳାକାର ଆନନ୍ଦ ଗୁର୍ଲା,ରିଙ୍କି ବାଗ ଓ ସୁଶୀଲ ନାଗଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଉଦଯାପନୀ ସଭାରେ ସଭାପତିତ୍ୱ କରିଥିଲେ ଶ୍ରୀଯୁକ୍ତ ଅକ୍ରୁର ପୁରୋହିତ ।
ଉପଦେଷ୍ଟା ମଳୟ ଆନନ୍ଦ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବରେ ଯୋଗ ଦେଇଥିଲେ ସୁପରିଚିତ କଣ୍ଠ ଶିଳ୍ପୀ,ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ ଓ ବଲାଙ୍ଗୀର ରାଜ ମିସ୍ତ୍ରୀ ସଙ୍ଘର ସଭାପତି ଶମ୍ଭୁ ନାଗ। ସଭା ସଂଯୋଜନା କରିଥିଲେ ଦେବାଶିଷ ପାଣ୍ଡିଆ । ଉଦଯାପନୀ ସନ୍ଧ୍ୟାରେ ଶ୍ରୀହରି କଳା ନିକେତନ,କଳାହାଣ୍ଡିର ଘୁମୁରା ନୃତ୍ୟ ଓ ସଂଜ୍ୟୋତ୍ କଳା କେନ୍ଦ୍ର,ବଲାଙ୍ଗୀରର ଲୋକ ଗୀତ ଓ ନୃତ୍ୟ ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା ।
ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ ଭକ୍ତ ପ୍ରଧାନ । କଂସ ଦରବାରରେ କଂସ ଅଭିନୟ କରୁଥିବା ଶୁଭମ ଘିବିଲା ଅପରାହ୍ନରେ ପାର୍ଶ୍ୱବର୍ତ୍ତି ଗ୍ରାମ ସିଆଲବାହାଲି ମାଗୁରବେଡ଼ା, ପଥରଖଣ୍ଡି ,କୁଟୁମଡୋଲା ଗ୍ରାମକୁ ନିଜ ରଥରେ ଯାଇ ପରିଦର୍ଶନ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଫାଉଣ୍ଡେସନର ସମ୍ପାଦକ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ । ସୁକତେଲ ମହୋତ୍ସବ କମିଟିର ସଦସ୍ୟ ।
କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଚିଙ୍କୁ ପ୍ରଧାନ,ପ୍ରସନ୍ନ ଗହୀର,ସତ୍ୟନାରାୟଣ ଗହୀର,ପ୍ରତାପ ସାହୁ ଓ ସୁରେଶ ବୁଡେକ,ସାନନ୍ଦ ଶିକା,ଶ୍ରୀମୟ ତ୍ରିପାଠୀ,ଦେବବତ୍ତ ସେଠ,ସୁରେଶ ମେହେର ,ବରୁଣ ରଣା,ସର୍ବଜିତ ତ୍ରିପାଠୀ,ବିଶ୍ୱଜିତ ନାଥ,ଦେବାଶିଷ ଦାଶ ଓ ହରେକୃଷ୍ଣ ବୁଡେକ । ଆଖପାଖ ଅଞ୍ଚଳର ହଜାର ହଜାର ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ଏଭଳି ଆୟୋଜନର ପ୍ରଶଂସା କରିଥିଲେ । ଧ୍ୱଜାଵତାରଣ ପରେ ମହୋତ୍ସବ ସମାପ୍ତିର ଘୋଷଣା କରାଯାଇଥିଲା ।

No Result
View All Result