ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସାତ ଜଣିଆ ଡକାୟତ ଦଳ ଡକାୟତି ଉଦ୍ୟମ କରୁଥିବା ବେଳେ ଅତର୍କିତ ଚଢ଼ାଉ କରି ମାଡି ବସିଛି ଜଂକିଆ ପୋଲିସ । ଜଂକିଆ ପୋଲିସ କୁ ମିଳିଛି ବଡ ସଫଳତା।ଗତକାଲି ବିଳମ୍ବିତ ରାତିରେ ନୂଆ ଜଗନ୍ନାଥ ସଡକ ଛଣଗିରି ଗାଁ ନିକଟସ୍ଥ ଜଂଗଲରେ ଏକ ସାତ ଜଣିଆ ଡକାୟତ ଦଳ ନୂଆ ଜଗନ୍ନାଥ ସଡକରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ବେଳେ ଜଂକିଆ ପୋଲିସ କୁ ସୂଚନା ମିଳିଥିଲା।

ଜଂକିଆ ପୋଲିସ ଅତର୍କିତ ଚଢ଼ାଉ କରି ଡକାୟତ ମାନଙ୍କୁ ଧରିବାରେ ସଫଳ ହୋଇଛି।ଡକାୟତ ମାନଙ୍କ ନିକଟରୁ ଖଣ୍ଡା,କଟୁରୀ ଛୁରୀ,ଲୁହାରଡ,ମଦ ବୋତଲ ,ସିଗାରେଟ ସମେତ ଗୋଟିଏ ମୋଟର ସାଇକେଲ ଜବତ କରିଛି।ଡକାୟତ ମାନେ ଡକାୟତି ଉଦ୍ୟମ କରୁଥିବା ପୋଲିସ ନିକଟରେ ମାନିଛନ୍ତି।















