No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜୟଦେବ ନିର୍ବାଚନ ମଣ୍ଡଳୀରେ ଜାତୀୟ କଂଗ୍ରେସ୍ ପକ୍ଷରୁ ନବ ନିଯୁକ୍ତ ବାଲିପାଟଣା ବ୍ଲକ କଂଗେସ ସଭାପତି ଶୈଲେନ୍ଦୁ ଦାଶ ଏବଂ ବାଲିଅନ୍ତା ବ୍ଲକ କଂଗେସ ସଭାପତି ଜନ୍ମେଜୟ ସ୍ୱାଇଁଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ପ୍ରଥମେ ବାଲିପାଟଣା ଛକ ନିକଟସ୍ଥ ଗୋପବନ୍ଧୁ ପ୍ରତିମୂର୍ତ୍ତିରେ ଦୁଇ ବ୍ଲକ କଂଗେସ ସଭାପତି ପୁଷ୍ପମାଲ୍ୟ ଦେବାପରେ ଦୁଇ ସଭାପତିଙ୍କ ସମେତ ନୂତନ କର୍ମକର୍ତ୍ତା ମାନଙ୍କୁ ଶହ ଶହ କଂଗ୍ରେସ କର୍ମୀ ମାନେ ବାଜା ବାଣ ବଜାଇ ଏକ ଶୋଭଯାତ୍ରାରେ ମା ଗିରୀଙ୍ଗସ୍ୱରି ମନ୍ଦିର ପ୍ରାଙ୍ଗଣକୁ ପାଛୋଟି ନେଇଥିଲେ ।ସେଠାରେ ଜିଲ୍ଲା କଂଗ୍ରେସ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ଭୋଳଙ୍କ ପୌରହିତ୍ୟରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ବେଣୁଧର ଭୋଇ, କ୍ଷେତ୍ରମୋହନ ତ୍ରିପାଠୀ, ରସାନନ୍ଦ ପରିଡ଼ା,
ଜୟନ୍ତ ଭୋଇ, ଯୁବନେତା ତାପସ ସେଠୀ, ନଳିନୀ ବେହେରା, ସୁକାନ୍ତ ତିଆଡି, ନିହାର ରଞ୍ଜନ ନାୟକ ପ୍ରମୁଖ ମଞ୍ଚାସିନ ହୋଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ସୁମଣାଶାସନ ଗ୍ରାମ ପଂଚାୟତର ତୋଫାନ ପ୍ରଧାନ ବିଜେଡି ଛାଡି ଆଜି କଂଗ୍ରେସରେ ଯୋଗଦେଲେ ଅନ୍ୟ ମାନଙ୍କ ମଧ୍ୟରେ ମନୋରଞ୍ଜନ ମିଶ୍ର, ପୁଲିନ ମହାପାତ୍ର, ରଞ୍ଜନ ଭୋଇ, ଏମ ଡି ସାହାଦୁଲା , ତ୍ରିନାଥ ମଲ୍ଲିକ,ବିଜୟ ମଲ୍ଲିକ, ସୌଭାଗ୍ୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ରୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result