କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ କବିତା ଲିଖନ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଶିଶୁ ସାହିତ୍ୟିକ ତଥା ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କର୍ମଶାଳାରେ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାରର ପ୍ରତିଷ୍ଠାତା ବୃନ୍ଦାବନ କୁମ୍ଭାର ମୁଖ୍ୟ ଅତିଥି,

ସିଆରସିସି ଧନସିଂ ମାଝୀ, ପ୍ରେମରାଜ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । କବିତା କିପରି ଲେଖିବା ଉପରେ ଶିଶୁ ସାହିତ୍ୟିକ ବୃନ୍ଦାବନ କୁମ୍ଭାର ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସଭାରେ ଛାତ୍ରଛାତ୍ରୀ ମାନେ ନିଜସ୍ୱ ଲିଖିତ କବିତା ଆବୃତ୍ତି କରିଥିଲେ ।















