ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ, ପୁରୀ ଆନୁକୁଲ୍ୟ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ବଡଦାଣ୍ଡ ଭକ୍ତ ସାଲବେଗ ପୀଠ ରେ ମହିଳା ମାନଙ୍କ ପ୍ରତିଯୋଗିତା ଆୟୋଜନ ହୋଇଥିଲା ।

ସମାଜ ସେବୀ ଚକ୍ରଧର ମହାପାତ୍ର ଓ ସାମ୍ବାଦିକ ନାରାୟଣ ଦାଶ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲ l ହୁଳହୁଳି ଝୋଟି ,କବିତା ପାଠ, ମ୍ୟୁଜିକ୍ ଚେୟାର ଓ ଚିଟ୍ ଉଠାଣ ପ୍ରତିଯୋଗିତା ହେଇଥିଲା ।















