No Result
View All Result
ଓଲିଉଡ଼ କଳାକାର କେଦାର ମିଶ୍ର ପାଇଲେ କଳିଙ୍ଗ କଳା ସଂସ୍କୃତି ସମ୍ମାନ
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କ୍ଷେତ୍ରମୋହନ ଫାଉଣ୍ଡେସନ ଆନୁକୂଲ୍ୟରେ ରେ କଳିଙ୍ଗ ସ୍ମାର୍ଟ ସ୍କୁଲ ଓ ପ୍ରିମିୟର ଇନ୍ଷ୍ଟିଟ୍ୟୁଚୁଟି ଅଫ କମ୍ପୁଟର ଷ୍ଟଡିଜ ର ଅଷ୍ଟମ ବାର୍ଷିକ ଉତ୍ସବ ଭୋଳାନାଥ ବିଦ୍ୟାପୀଠ ପରିସରରେ ପାଳିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରିନସିପାଲ ମିସ ପ୍ରଜ୍ଞାଶୁଭମିତା ପ୍ରତିହାରୀ ସ୍ୱାଗତ ଭାଷଣ ଓ ଅଥିତି ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ ଲାୟନ ସଞ୍ଜୟ କୁମାର ପ୍ରଧାନ ବାର୍ଷିକ ବିବରଣୀ ଓ ସ୍କୁଲର ଲକ୍ଷ୍ୟ ଓ ଉଦେଶ୍ୟ ବର୍ଣନା କରିଥିଲେ l

ବିଦ୍ୟାଳୟ ଅଭ୍ୟର୍ଥନା କମିଟି ଅଧକ୍ଷ ସିଦ୍ଧାର୍ଥ ରାୟ ପୋରହିତ୍ୟ ରେ ଆୟୋଜିତ ଏହି ସଭାରେ ମୁଖ୍ୟଅଥିତି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇଥିଲେ l ମୁଖ୍ୟବକ୍ତା ଭାବେ ସୂଚନା ଓ ଲୋକସମ୍ପର୍କ ଉପନିର୍ଦେଶକ ସନ୍ତୋଷ କୁମାର ସେଠି ଯୋଗ ଦେଇ ପିଲାମାନଙ୍କ ଭବିଷ୍ୟତ ଗଠନରେ ବିଦ୍ୟାଳୟ ସହିତ ପରିବାର ଲୋକଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ତେଣୁ ପିତା ମାତା ତଥା ଗୁରୁଜନ ମାନେ ନିଜ ଆଚରଣ ଓ ଉଚ୍ଚାରଣ ରେ ସମାନତା ରଖିଲେହିଁ ପିଲା ମାନେ ସଠିକ୍ ଶିକ୍ଷା ଲାଭ କରିବେ ବୋଲି କହି ଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଉତ୍କଳ ବିଦ୍ୟୁତ ପରିଷଦ ର ଅଧ୍ୟକ୍ଷ ମନୋଜ କୁମାର ରଥ,ସମାଜସେବୀ ଚକ୍ରଧର ମହାପାତ୍ର ଯୋଗ ଦେଇ ଅନୁଷ୍ଠାନ ପ୍ରତିଷ୍ଠାତ୍ରି କୁନ୍ତଳା ପ୍ରଧାନଙ୍କୁ ଶ୍ରଦ୍ଧାସୁମନ୍ ଅର୍ପଣ କରିବା ସହିତ ଅନୁଷ୍ଠାନର ଉତ୍ତରର ଉନ୍ନତି କାମନା କରିଥିଲେ । ଏହି ଅବସରରେ ଓଡ଼ିଆ ସିନେ ଜଗତର ବରିଷ୍ଠ କଳାକାର କେଦାର ମିଶ୍ରଙ୍କୁ କଳିଙ୍ଗ କଳା ଓ ସଂସ୍କୃତି ସମ୍ମାନ, ଦ ବେଲ୍ ଏକଲବ୍ୟ ପାଠ ଶାଳାର ଗୁରୁ ଉମେଶ ଚନ୍ଦ୍ର ଦାସଙ୍କୁ କଳିଙ୍ଗ ଗୁରୁ ସମ୍ମାନ,ସମାଜସେବୀ ସଂଜୀବ ସାହୁଙ୍କୁ କଳିଙ୍ଗ ସେବା ସମ୍ମାନ ,
ସକାଳ ଖବର କାଗଜର ପୁରୀ ବ୍ୟୁର ଚିଫ ହେମନ୍ତ କୁମାର ନାୟକଙ୍କୁ କଳିଙ୍ଗ ଗଣମାଧ୍ୟମ ସମ୍ମାନ, ସାମାଜିକ ଅନୁଷ୍ଠାନ ହ୍ୟପିନେସ ଫାଉଣ୍ଡେସନକୁ କଳିଙ୍ଗ ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ଏହି ପ୍ରତିଯୋଗିତା ର ବିଚାରକ ଭାବେ ଲୋକନାଥ ସୁବୁଦ୍ଧି,ସୁରଜିତ ମହାପାତ୍ର, ସସ୍ମିତା ଜେନା ଓ ଲୋପାମୁଦ୍ରା କରଙ୍କୁ ମଞ୍ଚରେ ବିଚାରକ ଭାବେ ସାମନିତ କରାଯାଇଥିଲା l ପୃଥ୍ୱୀରାଜ ଜେନା ମଞ୍ଚ ପରିଚାଳନା କରିଥିଲେ।ଅନୁଷ୍ଠାନର ତରଫରୁ ସୁକାନ୍ତ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି ଉତ୍ସବକୁ ବିଦ୍ୟାଳୟର ସମ୍ପାଦକ ଅନିଲ କୁମାର ସାହୁ, ସାଗରିକା ପ୍ରଧାନ, ଜ୍ଞାନଜ୍ୟୋତି ସିଂ, ଐଶ୍ୱରିୟା ମହାନ୍ତି, ଲିପ୍ସା ମହାନ୍ତି, ସନ୍ଧ୍ୟାରାଣୀ ବାରିକ, ବିଶ୍ୱଜିତା ମିଶ୍ର, ମନ୍ଦାକିନୀ ପରିଡା, ସୁବସ୍ମିତା ପ୍ରଧାନ, ବିପ୍ଳବ କିଶୋର ରଥ, ବିପିନ ଭୋଇ ପରିଚାଳନା କରି ଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷୟତ୍ରୀ ଓ ଅଭିଭାବକ ମା ମାନେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥଲେ ।

No Result
View All Result