No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶ୍ରୀମନ୍ଦିର ନୀତି ପ୍ରଶାସକ ଭାବେ ଆଜି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି l ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ପ୍ରିୟ ରଞ୍ଜନ ପୃଷ୍ଠି । ପୂର୍ବତନ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଠାରୁ ଶ୍ରୀ ପୃଷ୍ଟି ଏହି ଦାୟିତ୍ଵ ଗ୍ରହଣ କରିଥିଲେ । ଗତକାଲି ବିଧିବଦ୍ଧ ଭାବେ ଶ୍ରୀ ପୃଷ୍ଟି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ବେଳେ ପୂଜାପାଠ କରିଥିଲେ ।
ନୂତନ ନୀତି ପ୍ରଶାସକଙ୍କୁ ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ ସ୍ଵାଗତ କରିଥିଲେ । ଶ୍ରୀମନ୍ଦିରର ସମସ୍ତ ସେବାୟତ ଓ କର୍ମଚାରୀ ମାନଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷାକରି ଆଗାମୀ ଦିନରେ ମହାପ୍ରଭୁଙ୍କ ନୀତି କାର୍ଯ୍ୟ ଶୃଙ୍ଖଳିତ ଓ ସମୟ ଅନୁସାରେ ସମ୍ପାଦନ ପାଇଁ ଚେଷ୍ଟା କରିବେ ।

No Result
View All Result