କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମାଟିର ୟୁଟୁବ ନ୍ୟୁଜ ଚ୍ୟାନେଲ ମୋର ସମସ୍ୟା ପ୍ରଥମ ବାର୍ଷିକ ଉଦଘାଟନ ହୋଇଯାଇଛି । ସାମ୍ବାଦିକ ତଥା ମୋର ସମସ୍ୟା ୟୁଟୁବ ଚ୍ୟାନେଲର ପ୍ରତିଷ୍ଠାତା ତୁଲସୀରାମ ଜଗତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ, ମୁଖ୍ୟ ଅତିଥି ଭାବରେ ବିଜଦ ନାରୀ ନେତ୍ରୀ ନିରୁପମା ମାଝି, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଳକ ସରପଞ୍ଚ ସଂଘ ସଭାପତି, ମାନବାଧିକାର ସଦସ୍ୟ ତଥା ମୋର୍ ସମସ୍ୟା ଚେନାଲ ର ମୁଖ୍ୟ ପରାମର୍ଶ ଦାତା ଶ୍ରୀ ଜୋନସନ୍ ନାଗ, ସରକାରୀ ଓକିଲ ବ୍ରଜ ଶ୍ୟାମ ଗୁରୁ, କେନ୍ଦ୍ର ମାନବାଧିକାର କମିସନର ସଦସ୍ୟ ଶ୍ରୀ ଜୋନସନ ନାଗ, ମୁଖ୍ୟ ବକ୍ତା ଭାବରେ ଶିକ୍ଷକ ବିରଞ୍ଚିନାରାୟଣ ଦାସ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ବହୁ କ୍ଷେତ୍ରରେ ଲୋକଙ୍କ ଉପକାରିତା କରୁଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା । ମଞ୍ଚାସୀନ ଅତିଥିବୃନ୍ଦ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉତ୍ସାହିତ କରିବା ପାଇଁ ମିଠା ମିଠା ବକ୍ତବ୍ୟ ପ୍ରଦାନ କରିଥିଲେ । ଗଣତନ୍ତ୍ରର ତଥା ଚାରିଟି ସ୍ତମ୍ଭ ମଧ୍ୟରୁ ଗଣମାଧ୍ୟମ ଏକ ପ୍ରମୁଖ ସ୍ତମ୍ଭ ରହିଛି, ତିନୋଟି ସ୍ତମ୍ଭକୁ ଲକ୍ଷାଧିକ ଟଙ୍କା ଦରମା ଦେଇ ସରକାର ଚଳାଉଛନ୍ତି ।















