ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ବାନ୍ଧନ ଘୋର ଗ୍ରାମରେ ଚାଲିଥିବା ତୃତୀୟ ସୁକତେଲ ମହୋତ୍ସବର ଆଜି ଥିଲା ତୃତୀୟ ଦିବସ । ଆଜି ସଭାରେ ସଭାପତିତ୍ୱ କରିଥିଲେ ହାଡ଼ିବନ୍ଧୁ ତ୍ରିପାଠୀ । ଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ସମାଜସେବୀ ଗୋପାଳଜୀ ପାଣିଗ୍ରାହୀ,ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଶ୍ରୀ ନବୀନ କୁଅଁର ,ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀ ବ୍ୟାସଦେବ ପୁରୋହିତ ,କଳା ସଂଗଠକ ତଥା ସମାଜସେବୀ ବିନୋଦ କାଲସାଏ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଶିବ ପ୍ରସାଦ ସାହୁ ।

ଏହି ଅବସରରେ ଦୁଲ ଦୁଲି କଳା ପରିଷଦର ସମ୍ପାଦକ ଶ୍ରୀ ବାସୁଦେବ ସାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱଜିତ କୁମାର ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର ଉତ୍ସବରେ ଅପରାହ୍ନ ଅଧିବେଶନରେ ବରଗଡ଼,ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାର ଦଣ୍ଡ କଳାକାର ମାନେ ଦଣ୍ଡ ପରିବେଷଣ କରିଥିଲେ । ରୁମୁକୁ ଝୁମାନା,ସୁବର୍ଣ୍ଣପୁର ଓ ସ୍ବର୍ଣ୍ଣଶିଖା ଗ୍ରୁପର କଳାକାରମାନେ ଲୋକ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ।















