No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଅଛି । ଏହି ଦିବସ ପାଳନ ଅବସରରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ କାର୍ଯ୍ୟକ୍ରମର ଉପାଦେୟତା ଏବଂ ବିଜ୍ଞାନର ମହନୀୟତା ସମ୍ବନ୍ଧରେ ଅବତାରଣା କରିଥିଲେ ।
କାର୍ଯ୍ୟକ୍ରମର ମୂଖ୍ୟ ଅତିଥ୍ ବିଶିଷ୍ଟ ଶିକ୍ଷାବିତ୍ ଏବଂ ବୈଜ୍ଞାନିକ ପ୍ରଫେସର ଓଁକାର ନାଥ ମହାନ୍ତି ଏକ ସୁସୁ, ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଉପରେ ଆଲୋକପାତ କରିଥିଲେ । ବିଶ୍ବବିଦ୍ୟାଳୟର ବିଜ୍ଞାନ ସମାଜର ଉପସଭାପତି ଡଃ ଜ୍ୟୋତିର୍ମୟୀ ଉଦ୍ଘାତା ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ବିଜ୍ଞାନର ଅଗ୍ରଗତୀରେ ନାରୀ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ।
ଏହି ଦିବସ ପାଳନ ଅବସରରେ ପୂର୍ବରୁ ଆୟୋଜିତ ବିଜ୍ଞାନ ସମ୍ବନ୍ଧିତ ସାଧାରଣ ଜ୍ଞାନ, ତର୍କ ଏବଂ ବିଜ୍ଞାନ ଆଧାରିତ ଅଭିନବ ପ୍ରକଳ୍ପ ଧାରଣା ପ୍ରତିଯୋଗିତାରେ କୃତୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଜ୍ଞାନ ସମାଜର ସଦସ୍ୟ ଡଃ ଆଲୋକ ପ୍ରସାଦ ଦାସ,ଡଃ ରେବତୀ କାନୁ ମହାରଣା ଓ ଡଃ ରାମକ୍ରିଷ୍ଣା ବିନାୟକ ସଂଯୋଜିତ କରିଥିଲେ । ବିତ୍ତ ନିୟନ୍ତ୍ରିକ ଶ୍ରୀମତୀ ମିତାରାଣୀ ବିଶ୍ବାଳ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ।
ବିଶ୍ବବିଦ୍ୟାଳୟର ବିଜ୍ଞାନ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜୀବ ବିଜ୍ଞାନ ଛାତ୍ରୀ କସ୍ତୁରୀ ନାୟକ ଏବଂ ଉଦ୍ଭିଦ ବିଜ୍ଞାନ ଛାତ୍ରୀ ସ୍ନାତୀପଦ୍ମା ଲେଙ୍କା ସୂଚାରୁ ରୂପେ ପଞ୍ଚାଳନ କରିଥିଲେ । ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରିକ ଡଃ ଅନୀତା ମେକାପ, ଡଃ ମମତା ମହାନ୍ତି, ପ୍ର. ଶକ୍ତିକାନ୍ତ ରଥ, ପ୍ର. ଭାକ୍ କୁମାର ଯୋଶୀ, ପ୍ର. ସୁଜାତା ମହାନ୍ତି, ଡଃ ମୋନାଲିସା ମହାନ୍ତି, ଡଃ ସସ୍ମିତା କର, ଡଃ ଅଶୋକ ଦିଗଲ୍,
ଡଃ ସନ୍ତୋଷ କୁମାର ବିଶ୍ବାଳ, ଜମୁନା ଟୁଡୁ, ସୁଶ୍ରୀ ମିଶ୍ର, ଡଃ ଦିଲ୍ଲୀପ ବିଶି, ଡଃ ନବନୀତ କୌର,ଡଃ ଶିଖା ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୂଖ୍ୟ, ଅଧ୍ୟାପକ ଅଧ୍ୟାପିକା ଆଦି ଉପସ୍ଥିତ ଥିଲେ। ବହୁ ମାତ୍ରା ରେ ଛାତ୍ରୀମାନେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିଥିଲେ।ପରିଶେଷରେ ଡଃ ଛବିରାଣୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result