No Result
View All Result
ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମ ଠାରେ ତୃତୀୟ ସୁକତେଲ ମହୋତ୍ସବ ଉଦଘାଟିତ ହୋଇ ଯାଇଛି । ସ୍ବେଚ୍ଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ,ବଲାଙ୍ଗୀର, ସୁକତେଲ ମହୋତ୍ସବ କମିଟି ଓ ଓଡିଶା ସରକାରଙ୍କର ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ମହୋତ୍ସବ ୨୮ ଫେବୃୟାରୀ ରୁ ୩ ମାର୍ଚ୍ଚ ପର୍ଯ୍ୟନ୍ତ ଚାରି ଦିନ ବ୍ୟାପି ଅନୁଷ୍ଠିତ ହେବ।ଲୁପ୍ତ ପ୍ରାୟ ଲୋକ ନୃତ୍ୟ,ଗୀତ ସହିତ କଳାକାର ସମାବେଶ,ସଂସ୍କୃତି ଚର୍ଚ୍ଚା ଓ ସମ୍ବର୍ଦ୍ଧନା ଉତ୍ସବ ପ୍ରତ୍ୟେକ ଦିନ ଅପରାହ୍ନ ୨ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ବରଗଡ଼, ବଲାଙ୍ଗୀର,ସୋନପୁର,ବୌଦ୍ଧ, ନୂଆପଡା ଜିଲ୍ଲାରୁ ଦଣ୍ଡ କଳାକାର ଓ ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ । ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯିବ । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବ୍ୟାଙ୍କ ଅଫ ବରୋଦାର ମ୍ୟାନେଜର ସୁବ୍ରତ ନାୟକ ମୁଖ୍ୟ ଅତିଥି ଓ ଅନ୍ୟତମ ଅତିଥି ଭାବରେ ସଙ୍ଗୀତ ସାଧନା ଅନୁଷ୍ଠାନର ମୁଖ୍ୟ ଶଙ୍କର ବେହେରା ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷାବିତ ଓ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ଟଙ୍କଧର ଛତ୍ରିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସଭାରେ ସଭାପତିତ୍ୱ କରିଥିଲେ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ।ଉପଦେଷ୍ଟା ମଳୟ ଆନନ୍ଦ କୁମାର ତ୍ରିପାଠୀଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ସଂଯୋଜନା କରିଥିଲେ ଦେବାଶିଷ ପାଣ୍ଡିଆ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିଶ୍ୱଜିତ କୁମାର ନାଥ।ପ୍ରଥମ ଥର କଂସ ଦରବାର ସହିତ ଲୋକଙ୍କର ମନୋରଞ୍ଜନ ପାଇଁ ମୀନାବଜାରର ବ୍ୟବସ୍ଥା କରାଯାଇଛି ।
ବିଭିନ୍ନ ଦିବସରେ ମାନ୍ୟବର ମନ୍ତ୍ରୀ,ବିଧାୟକ ତଥା ପ୍ରଶାସନିକ ଅଧିକାରୀମାନେ ଯୋଗଦେବେ ବୋଲି ଆୟୋଜକମାନେ ସୂଚନା ପ୍ରଦାନ କରିଛନ୍ତି । ଏହି ମହୋତ୍ସବରେ ଆଖପାଖ ଦଶଟି ପଂଚାୟତ ତଥା ସୁକତେଲ ବିସ୍ଥାପିତ କଲୋନୀର ହଜାର ହଜାର ଜନସାଧାରଣ ଯୋଗ ଦେଇ ନିଜର ସାଂସ୍କୃତିକ ଭାବର ଆଦାନ ପ୍ରଦାନ କରିବେ।ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ସଂଗୀତ ସାଧନା ଲୋଇସିଂହା ଓ ଢାପ ପଏଁରୀ କଳା ପରିଷଦ ଟିଟିଲାଗଡ ର କଳାକାର ମାନେ ।

No Result
View All Result