No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଐତିହାସିକ ସୁପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆସନ୍ତା 8 ତାରିଖ ରବିବାର ମଧ୍ୟରାତ୍ରରୁ ଆରମ୍ଭ ହେବ. ପଞ୍ଚୁଦୋଳ ମେଳଣର ସ୍ଥାନାପତି ବାବା ପଶ୍ଚିମାଶମ୍ଭୁ ସୋମନାଥ ଦେବ ପାରମ୍ପରିକ ପୂଜାଵିଧି ନୀତିକାନ୍ତି ଅନୁଯାୟୀ ଏକ ସୁସଜ୍ଜିତ ଦୋଳ ବିମାନରେ ମନ୍ଦିର ମୁଖ୍ୟଦ୍ୱାର ‘ପଶ୍ଚିମଦ୍ୱାର’ ମଧ୍ୟଦେଇ ପୂର୍ବ ଦିଗରେ ଥିବା ପବିତ୍ର ‘ଦେବସଭା’ ମଇଦାଳ ବା ‘ମେଳଣପଡ଼ିଆ’ ମଣ୍ଡପକୁ ବିଜେଯାତ୍ରା କରିବେ । ଏହି ‘ଜମାଣ ରାତ୍ର’ ଉତ୍ସବରେ ପାରମ୍ପରିକ ଭାବେ ଅନୁଷ୍ଠିତ ହେଉଥିବା ଚିତାକର୍ଷକ ସମସ୍ତ କାର୍ଯ୍ୟକ୍ରମକୁ ସୁଙ୍ଖଳିତ ଭାବେ କରାଯିବାକୁ ମେଳଣ କମିଟି ଚୂନାନ୍ତ ନିଷ୍ପରି ଗ୍ରହଣ କରିଅଛି ।
ପ୍ରଭୁ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ସଭାପତିତ୍ୱରେ ଆହୂତ ଦେବସଭା ତା ୮ ମାର୍ଚ ରୁ ତା ୧୨ ମାର୍ଚ ୨୦୨୬ ପାଞ୍ଚଦିବସ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅତିମ ଦିବସ ତା ୧୨ ମାର୍ଚ ଗୋଧୂଳି ଲଗ୍ନରେ ପାରମ୍ପରିକ ଭାବରେ ନିମଜ୍ଜିତ ୮୫ ସଂଖ୍ୟକ ମଠ, ମନ୍ଦିରରୁ ବିଜେ କରିଥିବା ‘ଶ୍ରୀ ହରିହର ବିଗ୍ରହ ଚଳିତବର୍ଷର ସଂଧ୍ୟାରେ ‘ଶ୍ରୀହରିହର ଭେଟ’ ବା ‘ଠାକୁର ମେଳଣ ହୋଇ , ମନ୍ଦିରକୁ ପ୍ରତ୍ୟାବର୍ତନ କରିବେ । ୫ଦିନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦିବ୍ୟଦର୍ଶନ ଦେବେ ଠାକୁର । ଶ୍ରଦ୍ଧାଳୁମାନେ ପାରମ୍ପରିକ ଭାବେ ଠାକୁରଙ୍କୁ ଶ୍ରଦ୍ଧା ଓ ଭକ୍ତି ସ୍ବରୂପ ରଙ୍ଗବେରଙ୍ଗ ଅଭିର, ଫୁଲ,
ଭୋଗ ଲାଗି କରିବେ ଏବଂ ନିଜ ନିଜ ମଧ୍ୟରେ ଅବିର କୋଳାବୋଳି ହୋଇ ଅତି ଆନନ୍ଦପ୍ରାପ୍ତ ହେବେ ବୋଲି ମେଳଣ କମିଟି ସମ୍ପାଦକ ପ୍ରସନ୍ନ ମହାରଥୀ ଆଜି ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି. ସେ କହିଛନ୍ତି ଯେ,ଚଳିତ ବର୍ଷ ମେଳଣ ଉତ୍ସବ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟରେ ଜଟଣୀ- ପିପିଲି PWD ରୁ ମେଳଣ ପଡ଼ିଆକୁ ସଂଯୋଗ କରୁଥିବା ରାସ୍ତାଗୁଡିକର ପ୍ରଶସ୍ତୀକରଣ କରାଯିବ । ମେଳଣରେ ପ୍ରବଳ ଜନସମାଗମ ହେଉଥିବାରୁ ତିନିଗୋଟି ନୂତନ କାର ପାର୍କି ସ୍ଥଳ କରାଯିବ ।
ଖୋର୍ଦ୍ଧା, କଟଣା ପାର୍ଶ୍ୱରୁ ଆସୁଥିବା ଗାଡ଼ିଗୁଡିକୁ ବୃଷରଛକ ଠାରେ ଥିବା ପଡିଆରେ ଗାଡ଼ି ପାର୍କିଂ କରାଯିବ । ପୁରୀ, ପିପିଲି, ନିମାପଡ଼ା ଅଞ୍ଚଳରୁ ଆସୁଥିବା ଗାଡ଼ିଗୁଡିକୁ ନିମବସନ୍ତ ଟାଙ୍ଗିରେ ପାର୍କି” ହେବ. କଟକ, ଭୁବନେଶ୍ୱର ପାର୍ଶ୍ୱରୁ ଆସୁଥିବା ଗାଡିଗୁଡିକୁ ପେଟ୍ରୋଲ ଟାଙ୍କି ପାର୍ଶ୍ଵ ପଡ଼ିଆରେ ରଖାଯିବ । ଚଳିତବର୍ଷ ପୋଲିସ ବିଭାଗ ତରିଖରୁ ଗ୍ରହଣ କରାଯାଉଥିବା ବ୍ୟବସ୍ଥା- ଜଟଣୀ-ପିପିଲି, ଜଟଣୀ- ଭୁବନେଶ୍ଵର ରାସ୍ତାର ବିଭିନ୍ନ ଛକମାନଙ୍କରେ ଟ୍ରାଫିକ୍ କଣ୍ଟ୍ରୋଲ ପାଇଁ ପୋଲିସ ମୁତୟନ ହେବ ।
ରାସ୍ତାରେ ଭାରିଯାନ ଚଳାଚଳ ଉପରେ କଟକଣା ଜାରି ସ୍ୱରୂପ ତା ୮ ମାର୍ଚ୍ଚ ସଂଧ୍ୟା ୬ରୁ ତା ୯ ମାର୍ଚ ସକାଳ ୮ ପର୍ଯ୍ୟନ୍ତ ଏବଂ ତା ୧୨ ମାର୍ଚ୍ଚ ସକାଳ ୬ ଟା ରୁ ଭୋର୍ ୬ ପର୍ଯ୍ୟନ୍ତ ରାଭିଯାନ ବଳାଚ ବାରଣ କରାଯିବ ।ମେଳଣ ପଡ଼ିଆରେ ଅସ୍ଥାୟୀ ଟାୱାର ନିର୍ମାଣ କରାଯାଇ ପୋଲିସ ଦ୍ବାରା ନିରୀକ୍ଷଣ ବ୍ୟବସ୍ଥା କରାଯିବ । ଅଗ୍ନିଶମ ସେବା ବିଭାଗ ତରଫରୁ ମେଳଣ ପଡ଼ିଆରେ ଦମକଳ ୩ ଗୋଟି ଦମକଳ ଗାଡ଼ି ରଖାଯିବ ।
ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ମେଳା ପଡ଼ିଆରେ ଚାରିଗୁଣା ଅଧିକ ପାଣି ଟାଙ୍କିରେ ବିଶୁଦ୍ଧ ପାଣି ଯୋଗାଣ ହେବ । ଜନସାଧାରଣଙ୍କ ପାଇଁ ଅସ୍ଥାୟୀ ଶୌଚାଳୟ ସ୍ଥାପନା ହେବ. ।ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅଧିକ ଆମ୍ବୁଲାନ୍ସ ଗାଡ଼ି ସହିତ ଔଷଧପତ୍ର, ଅକ୍ସିଜେନ୍ ମହଜୁଦ୍ ରଖାଯିବ । ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଏହି ମହାନ୍ ଦୋଳ ସଂସ୍କୃତିର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରାଯିବ ।

No Result
View All Result