No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିରିଡି ବ୍ଲକ ଅଧୀନରେ ଥିବା ମଙ୍ଗୁଲି ସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ ବସୁମାତା ପକ୍ଷରୁ ଶ୍ରୀ ଅର୍ନ୍ନ ଅଭିଯାନ ଯୋଜନାରେ ପୁଷ୍ଟି ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ମେଳା ଧ୍ୟାନକୁଦ ପୀଠରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇ ଗୁରୁବାର ଶେଷହୋଇଛି l ବିଶେଷ କରି ମାଣ୍ଡିଆ ଏକ ସ୍ୱାସ୍ଥ୍ୟ କର ଫସଲ l ଶ୍ରୀ ଅର୍ନ୍ନ କୁ ଚଳିତ ବର୍ଷ ଜଗନ୍ନାଥ ଙ୍କ ଅର୍ନ୍ନ ସହିତ ତୁଳନା କରାଯାଇଛି l ଏହା ମାନବ ସମାଜ ପାଇଁ ସ୍ୱାସ୍ଥ୍ୟ କର ଫସଲ ଅଟେ l ମାଣ୍ଡିଆ ବିଭିନ୍ନ ପ୍ରକାର ରୋଗକୁ ନିୟନ୍ତ୍ରଣ କରେ l

ମାଣ୍ଡିଆ ଦ୍ୱାରା ବିଭିନ୍ନ ପ୍ରକାର ଖାଦ୍ୟ ଯଥା ପୀଠ, ଲଡ଼ୁ, ବରା,ପକୁଡି, ବିସ୍କୁଟ, ନାମ୍କିନ, ଛତୁଆ ଆଦି ପ୍ରସ୍ତୁତ କରାଯାଇ ଖିଆଯାଏ l ଏହି ଖାଦ୍ୟରେ ଅନେକ ପ୍ରକାର ଭିଟାମିନ ଯଥା ଆଇରନ, କ୍ୟାଲିସିୟମ, ପ୍ରୋଟିନ ଆଦି ରୋଗ ପ୍ରତିଷେଧକ ଶକ୍ତି ଥାଏ ଏଣୁ ଏହି ମେଳାରେ ମାଣ୍ଡିଆରେ ପ୍ରସ୍ତୁତ ବରା, ପକୁଡି, ସୁପ, ଲଡ଼ୁ ଆଦି ପ୍ରସ୍ତୁତ କରାଯାଇ ଜନସାଧାରଣ ଙ୍କୁ ମାଗଣାରେ ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମ ଟି ବହୁଳ ପ୍ରଚାର ପ୍ରସାର ପାଇଁ ବସୁମାତା ଏହି ପଦକ୍ଷେପ ନେଇଥିଲା l ଲୋକେ ଏହାକୁ ଖାଇ ବେଶ ପ୍ରଶଂସା କରିବା ସହ ଏହା କିପରି ହେଉଛି ପଚାରି ବୁଝିଥିଲେ l

ନିଜେ ନିଜ ଘରେ କରିବେବୋଲି କହିଥିଲେ l ଘରେ ଘରେ ମାଣ୍ଡିଆ ବେଶ ଆଦୃତ ହେବ ଏଥିରେ ସନ୍ଦେହ ନାହିଁ l ବସୁମାତା ର ଏହି କାର୍ଯ୍ୟକ୍ରମ ବେଶ ପ୍ରଂଶସିତ ହୋଇଥିଲା l କାର୍ଯ୍ୟକ୍ରମ ରେ ବସୁମାତା ର ସମ୍ପାଦକ ଗୟାଧର ମହାନ୍ତି, ସଂଯୋଜିକା କ୍ରିଷ୍ଣାପ୍ରିୟl ଅପରାଜିତା ନାୟକ, ସଂଯୋଜକ ତାପସ କୁମାର ସାହୁ,
ଅୟସ କାନ୍ତ ସେଣ, ପ୍ରଦ୍ୟୁଷ କୁମାର ସ୍ୱାଇଁ, ଶୁଭ ଦର୍ଶନ ମହାନ୍ତି, ଲସମୀକାନ୍ତ ମହାନ୍ତି, ସୁରେଶ କୁମାର ଜେନା, ଅମିତ ରାଉତରାୟ, ରାମ ଶଙ୍କର କାଣ୍ଡି, ଅକ୍ଷୟ କୁମାର ବେହେରା, ପୂଜା ସ୍ୱାଇଁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଜୟନ୍ତୀ ଦାସ, ପ୍ରମୁଖ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରସ୍ତୁତ କରି ଜନସାଧାରଣକୁ ବଣ୍ଟନ କରିଥିଲେ l

No Result
View All Result