No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୂର୍ବାହ୍ନରେ ବୁଲା କୁକୁର ଆକ୍ରମଣରୁ ଶିଶୁ ମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ,ଗୃହରେ ଜିଲ୍ଲାର ଅଧିକାରୀମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ଜିଲ୍ଲା ମୁଖ୍ୟ ଚିକିତ୍ସ । ଅଧିକାରୀ ଡା ଅକ୍ଷୟ କୁମାର ଶତପଥି, ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ,

ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ଜିଲ୍ଲା କାର୍ଯ୍ୟସୂଚୀ ଅଧିକାରୀ,ଜିଲ୍ଲା ପ୍ରକଳ୍ପ ସଂଯୋଜିକ । ,ମିଶନ ଶକ୍ତି ଓ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟ।ଳୟ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ , ଅଙ୍ଗନୱାଡି ପରିବେଶରେ ଅଙ୍ଗନୱାଡିକର୍ମୀ ମାନେ ନୋଡ଼ାଲ-ଅଫିସର ଭାବେ ଶିଶୁମାନଙ୍କୁ ବୁଲା କୁକୁର ଓ ଗାଈ ମାନଙ୍କ ଠାରୁ କିପରି ସୁରକ୍ଷିତ ରଖିବେ,
ବଳକା ଖାଦ୍ୟ ଏଠିସେଠି ନପକାଇ ଡଷ୍ଟବିନ୍ ରେ ପକାଇବେ ଓ ଏ ସମ୍ବନ୍ଧରେ ଅନ୍ୟ ମାନଙ୍କୁ ସଚେତନ କରିବା ସହ ନିଜର ଅର୍ଥାତ ଅଙ୍ଗନୱାଡି କର୍ମୀଙ୍କର ନାମ ,ପଦବୀ ଓ ଫୋନ ନମ୍ବର ଅଙ୍ଗନୱାଡି ବାହାର କାନ୍ଥରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଲେଖିବେ ବୋଲି ଜଣାଇଥିଲେ । ସେହିପରି ଜିଲ୍ଲାର ମୁଖ୍ୟ ପଶୁ ଚିକିତ୍ସ । ଅଧିକାରୀ ଶରତ କୁମାର ବେହେରା ମାନ୍ୟବର କୋର୍ଟ ଙ୍କ ଆଦେଶ ମୁତାବକ ବୁଲା କୁକୁର ମାନଙ୍କୁ ରାସ୍ତା ଘାଟ ବା ଏଣେତେଣେ ଖାଇବାକୁ ଦେବା ଦଣ୍ଡନୀୟ ଅପରାଧ ଅଟେ ବୋଲି କହିବା ସହ ଏଥିରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ ।

No Result
View All Result