No Result
View All Result
ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଚିଲିକା ମଣ୍ଡଳ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଗୁରୁବାର ଦିନ ତାରେଣୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇ ମାଆଙ୍କ ବିଗ୍ରହ ସ୍ଥାପନ କରାଯାଇଛି ମଙ୍ଗଳବାର ଦିନ ଜଳଯାତ୍ରା,ବୁଧବାର ଦିନ ଶୟନ,ରତ୍ନମୁଦ ଓ ମାଘସ୍ନାନ କାର୍ଯ୍ୟ ସମାପନ ହୋଇଥିଲା।ଗୁରୁବାର ଦିନ ଜୀବନ୍ୟାସ ପରେ ଗ୍ରାମ ମଧ୍ୟରେ ଶୋଭାଯାତ୍ରାରେ ଠାକୁରାଣୀଙ୍କର ପରିକ୍ରମା କରାଯାଇଥିଲା ।
ଏହାପରେ ମନ୍ଦିର ପ୍ରତିଷ୍ଠା କରାଯାଇ ସିହାଂସନରେ ବିଗ୍ରହଙ୍କୁ ସ୍ଥାପନ କରାଯାଇଥିଲା । ଉକ୍ତ କାର୍ଯ୍ୟକୁ ଦିଲ୍ଲୀପ ସାମନ୍ତରାୟ,ସୀମାଞ୍ଚଳ ମହାପାତ୍ର,ସତ୍ୟ ନାରାୟଣ ଦାଶ,ସୁବାସ ତ୍ରିପାଠୀ,ଗୋଲେଖ ଦାଶ, ଅଶୋକ ଦାଶ ସମ୍ପାଦନ କରିଥିଲେ । କର୍ତ୍ତା ରୂପେ ରବୀନ୍ଦ୍ର ପ୍ରଧାନ ବସିଥିଲେ । କରତାଳ, ଘଣ୍ଟ, କାହାଳୀ,ମୃଦଙ୍ଗ,
ଶଙ୍ଖ, ପଖଉଜ,ହରିବୋଲ ଓ ହୁଳହୁଳି ଧ୍ୱନୀରେ ମନ୍ଦିର ପରିପାର୍ଶ୍ବ ପ୍ରକମ୍ପିତ ହୋଇଥିଲା । ଇଚ୍ଛାପୁର ଗ୍ରାମର ଆବାଳବୃଦ୍ଧବନିତା ସମେତ ପଡୋଶୀ ଗାଆଁ ଏବଂ ଦୂରଦୂରାନ୍ତରୁ ପ୍ରାୟ ସତର ସହ ଦର୍ଶକଙ୍କର ସମାବେଶ ଘଟିଥିଲା । ଇଚ୍ଛାପୁର ଗ୍ରାମର ସମସ୍ତ ଅଧିବାସୀ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

No Result
View All Result