କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା କୁଟିମାହା ଗ୍ରାମ ନିକଟ ପକାରୀ ସଂରକ୍ଷିତ ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଛି । ତାଙ୍କୁ ସାଥୀ ତଥା ପୋଲିସ ସ୍କାନରରେ ଥିବା ଦୁର୍ଦ୍ଦାନ୍ତ ମାଓବାଦୀ ଶୁକ୍ରୁ ହତ୍ୟା କରିଛନ୍ତି ବୋଲି ଏସ୍ପି ହରିଶ ବିଶି ସୂଚନା ଦେଇଛନ୍ତି ।

ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଅନ୍ବେଷ ଏବଂ ତାଙ୍କ ସାଥୀ ପୋଲିସ ଆଗରେ ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ । ହେଲେ ଏବେ ନେତୃତ୍ୱ ନେଉଥିବା ଶୁକ୍ରୁ ଏବଂ ଅନ୍ୟମାନେ ବିରୋଧ କରୁଥିଲେ ।















