No Result
View All Result

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଅରୁନ୍ଧତୀ ଫାଉଣ୍ଡେସନ ସଦା ସର୍ବଦା ନିଜର ସାମାଜିକ ଦାୟିତ୍ବବୋଧ ତୁଲାଇବା ସହ ଅନେକ ସମାଜ କଲ୍ୟାଣ କାର୍ଯ୍ୟକଳାପ ମାଧ୍ୟମରେ ସବୁବେଳେ ନିଜର ଦୃଢ଼ ଉପସ୍ଥିତି ଜାହିର କରି ଆସିଛି । ସେବା ଓ ପରୋପକାରର ଏହି ମହତ୍ବାକାଂକ୍ଷାକୁ ଆଉ ପାଦେ ଆଗକୁ ନେବା ପାଇଁ ଅରୁନ୍ଧତୀ ପକ୍ଷରୁ ଗତ ଫେବୃଆରୀ ୨୫ ତାରିଖ ଦିନ ଦୁଇଟି ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି ।
ସାମାଜିକ ପ୍ରତିବଦ୍ଧତା ଓ ମାନବିକତାର ଏକ ନିଦର୍ଶନ ସ୍ବରୂପ, ଓଡ଼ିଶାର ୧୦ଟି ପ୍ରମୁଖ ସହର- ଭୁବନେଶ୍ଵର, ଜଟକ, ପୁରୀ, ବ୍ରହ୍ମପୁର, ରାଉରଜେଲା, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ଭବାନୀପାଟଣା ଏବଂ ଅନୁଗୁଳ ଠାରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଭୁବନେଶ୍ବରରେ ଆୟୋଜିତ ଏହି ମହତ କାର୍ଯ୍ୟକ୍ରମରେ ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୁଳେଶ ମହାଲିଙ୍ଗ ଏବଂ ଭୁବନେଶ୍ବର ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରତ୍ନଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଗତ ବର୍ଷ ଅରୁନ୍ଧତୀ ଦ୍ବାରା ଆୟୋଜିତ ଶିବିରରେ ୧୦୦୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିବା ବେଳେ
ଚଳିତ ବର୍ଷ ୧୫୦୦ ୟୁନିଟ୍ ରକ୍ତ ସଂଗ୍ରହ କରି ଅରୁନ୍ଧତୀ ଫାରଣେସନ ଏକ ନୂତନ କୀର୍ତିମାନ ସ୍ଥାପନ କରିଛି । ରତ୍କର କୌଣସି ବିକଳ୍ପ ନାହିଁ; ରକ୍ତର ପ୍ରତିଟି ବିନ୍ଦୁ ମଧ୍ୟରେ ଏକ ଅମୂଲ୍ୟ ଜୀବନ ବଞ୍ଚାଇବାର ଶକ୍ତି ନିହିତ ଥାଏ । ଏହି ମହତ ଦାନ କେବଳ ଏକ ସାମାଜିକ ସେବା ନୁହେଁ, ବରଂ ମାନବିକତାର ସର୍ବଶ୍ରେଷ୍ଠ ପରିଚୟ ଅଟେ ।
ଏହା ସହିତ ଭୁବନେଶ୍ବରସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅରୁନ୍ଧତୀ ଫାଇଣ୍ଡେସନ ପକ୍ଷରୁ ଏକ ଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି ମନ୍ଦିରକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଏବଂ ଜନପଥରେ ଯାତାୟତ କରୁଥିବା ସାଧାରଣ ଜନତାଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ଏହି ପ୍ରଜଜ୍ବର ଶୁଭାରମ୍ଭ କରାଯାଇଛି ।
ଏହି ପ୍ରକଳ୍ପକୁ ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ନ ନାରାୟଣ ଜେନା ଏବଂ ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ ଅତିଥି ଭାବେ ଯୋଗଦେଇ ଲୋକାର୍ପିତ କରିଥିଲେ । ଏହି ମହା ଅଭିଯାନକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଅରୁନ୍ଧତୀ ପରିବାର ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା
ଅରୁନ୍ଧବୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ନିଜେ ଉପସ୍ଥିତ ରହି ଏହି ଅଭିଯାନର ନେତୃତ୍ବ ନେବା ସହ ସମସ୍ତ ରତ୍ନଦାତା ଓ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସେ ନିଜର ମତ ବ୍ୟକ୍ତି କରି କହିଥିଲେ, “ରକ୍ତଦାନ ହେଉ କିମ୍ବା ପାନୀୟ ଜଳ ପ୍ରକଳ୍ପ,
ଅରୁନ୍ଧତୀ ଫାଉଣ୍ଡେସନ ସବୁବେଳେ ସମାଜ କଲ୍ୟାଣର ବିଭିନ୍ନ ଦିଗରେ ସକ୍ରିୟ ଯୋଗଦାନ ଦେଇଆସିହା ନିଜର ସାମାଜିକ ଦାୟିତ୍ବବୋଧକୁ ହୃଦୟଙ୍ଗମ କରି ଅରୁନ୍ଧତୀ ଆଗାମୀ ଦିନରେ ମଧ୍ୟ ସାମାଜିକ ହିତ ସାଧନ ପାଇଁ ଏହିପରି ନିରନ୍ତର ପ୍ରୟାସ ଜାରି ରଖିବା “ ଏହି ଅଭିବ୍ୟକ୍ତି ସହ ସେ ସମଗ୍ର ଓଡ଼ିଶାର ସ୍ବେଚ୍ଛାକୃତ ରତ୍ନଦାତା ଏବଂ ଶୁଭେଚ୍ଛୁମାନଙ୍କୁ ଆନ୍ତରିକ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି ।

No Result
View All Result