No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) କଣ୍ଟାବାଞ୍ଜି :- ପ୍ରେସ କ୍ଲବ କଣ୍ଟାବାଞ୍ଜିର ଆଇନ ପରାମର୍ଶଦାତା ଆଇନଜୀବୀ ବିବେକ ଶର୍ମାଙ୍କୁ କଣ୍ଟାବାଞ୍ଜି JMFC କୋର୍ଟର ସରକାରୀ ଓକିଲ ଭାବେ ଓଡ଼ିଶା ସରକାର ପକ୍ଷରୁ ନିଯୁକ୍ତି ମିଳିଥିବାରୁ ପ୍ରେସ କ୍ଲବ କଣ୍ଟାବାଞ୍ଜି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି । ସମ୍ବର୍ଦ୍ଧନା ଅବସରରେ ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା,
ସମ୍ପାଦକ ସୁରୁଦାସ ବାଗ, କୋଷାଧ୍ୟକ୍ଷ କମଲଜିତ ସିଂ ମଖିଜା, ଉପ-ସଭାପତି ମନୋଜ ଶର୍ମା, ଅଫିସ ସମ୍ପାଦକ ବିଶିକେସନ ମାଝୀ, ପରାମର୍ଶଦାତା ଆଶିଷ ଖାଇତାନ ସହ ସଦସ୍ୟ କମଳ ଅଗ୍ରୱାଲ ଓ ଅମିତ ଶର୍ମା ଉପସ୍ଥିତ ଥିଲେ । ଏହି ଅବସରରେ ସଭ୍ୟମାନେ ବିବେକ ଶର୍ମାଙ୍କ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇ ସଫଳ କାର୍ଯ୍ୟକାଳ କାମନା କରିଥିଲେ ।

No Result
View All Result