No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଧୂମାଭଟା ପଞ୍ଚାୟତର ହଟକଟ ଗାଁରେ ବରକୋଳି (ବୁରୋ ) ଚାଷକରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ଚାଷୀ । ଗାଁର ଲୋକନାଥ ଭୋଇ ନିଜ ଏକ ଏକର ଜମିରେ ରେଟ୍ କାଶ୍ମୀର ବରକୋଳି ଚାଷ କରିଥିଲେ, ଯେଉଁଠି ରେ ୪ ଲକ୍ଷ ଟଙ୍କା ରୋଜଗ ରାଜଗାର କରିଥିବା କହିଛନ୍ତି । ସେ ସହପରି ଗାଁର ଅକ୍ଷୟ ଭୋଇ ମଧ୍ୟ ନିଜ ଅଧା ଏକର ଜମିରେ ବରକୋଳି ଚାଷ କରିଛନ୍ତି l ସେ ମଧ୍ୟ ୧.୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ।
ବରକୋଳିର ବେଶ ବେଶ ଚାହିଦା ରହିଥିବା ବେଳେ କେଜି ପ୍ରତି ୮୦ ଟଙ୍କା ରେ ବିକ୍ରୟ କରୁଥିବା ଚାଷୀ କହିଛନ୍ତି । ତେବେ ଆବଶ୍ୟକ ବଜାର ବ୍ୟବସ୍ଥା ନ ଥିବାରୁ ଚାଷୀ ମାନେ ସ୍ଥାନୀୟ ପାଟଣାଗଡ଼ ବେଲପଡ଼ା, କଣ୍ଟାବାଞ୍ଜି, ମଣ୍ଡଳ ଧୂମାଭଟା ଆଦି ବଜାରକୁ ନେଇ ନିଜେ ବିକ୍ରୟ କରିଥିବା କହିଛନ୍ତି । ଅନ୍ୟପଟେ କମ୍ ପରିଶ୍ରମକୁ ଅଧିକ ଲାଭ ପାଉଥିବାରୁ ଚାଷୀମାନେ ବେଶ ଖୁସି ଅନୁଭବ କରୁଛନ୍ତି l ଆଗାମୀ ଦିନରେ ଏହି ଅଞ୍ଚଳରେ ବରକୋଳି ଚାଷ ବଢ଼ିଲେ ଦାଦନ ସମସ୍ୟା ଦୁରହେବ ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି ।

No Result
View All Result