ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲା ମୋହନାରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ । ଏଥିରେ ବଡଭାଇର ମାଡ଼ରେ ସାନ ଭାଇ ମୃତ। ମୋହନା ଥାନା ବଡ଼ ପଞ୍ଚାୟତ କରଞ୍ଜ କୁଆ ଗାଁରେ ଏଭଳି ଘଟଣା ଘଟିଛି ।

ସୂଚନା ପ୍ରକାରେ ରବିବାର ବିଳମ୍ବିତ ରାତ୍ରରେ ସାନ ଭାଇ ଲୁବି ମଳିକ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲା ।ପରେ ବଡ଼ ଭାଈ ଗୋବିନ୍ଦ ମଳିକଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଉଭୟଙ୍କ ସ୍ତ୍ରୀ ବୁଝାସୂଝା କରିଥଲେ । କିନ୍ତୁ ଉଭୟ କେହି ଶୁଣି ନ ଥିଲେ ।

ଯାହା ଫଳରେ ଏକ ପଥର ଗଦାରେ ସାନଭାଇଙ୍କୁ ଟେକି ଛେଚି ହତ୍ୟା କରିଥିବା ନେଇ ସାନ ଭାଈଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ବଡ଼ଭାଇ ଗୋବିନ୍ଦ ମଳିକକୁ ଅଟକ ରଖିବା ସହ ଅଧିକା ପଚରାଉଚରା କରୁଛି ।














