ଓଡ଼ିଶା ତାଜା ନ୍ୟୁଜ ( ୨୫ ସେପ୍ଟେମ୍ବର ଶୁକ୍ରବାର ) ବାଲେଶ୍ୱର :- ବାଲେଶ୍ୱର ଉପ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ଜୋରଦାର ଚର୍ଚା । ବିଜେପି ବିଧାୟକ ମଦନ ମୋହନ ଙ୍କ ଅକାଳ ବିୟୋଗ ପରେ ବିଜେପି ତରଫରୁ ତାଙ୍କ ପୁତ୍ର ଏହି ଆସନ ପାଇଁ ନିର୍ବାଚନ ଲଢ଼ିପାରନ୍ତି । ଏମିତିକି ଏଠାରୁ ସାଂସଦ କେନ୍ଦ୍ରମନ୍ତ୍ରୀ ଥିବାରୁ ବିଜେପି ପାଲା ଟିକେ ଭାରି ରହିବ । ପିତା ହରା ପୁତ୍ର ଙ୍କୁ ଅନୁକମ୍ପା ଭୋଟ ମିଳିବ ଏଥିରେ ଦ୍ବିମତ ନାହିଁ । ଅତୀତ ରେ ଏଭଳି ନିର୍ବାଚନ ରେ ସାଧାରଣତଃ ପରିବାର ଲୋକ ହିଁ ବିଜୟୀ ହେଇଛନ୍ତି । ଅପରପକ୍ଷରେ କଂଗ୍ରେସ ତରଫରୁ ନିରଞ୍ଜନ ଙ୍କ ପୁଅ ନବ ଜ୍ୟୋତି ଲଢ଼ିବା ନେଇ ଜୋରଦାର ଚର୍ଚା ହେଉଛି I ଏପରିକି କଂଗ୍ରେସ ସୁର ବାବୁ କହିସାରିଲେଣି ଏଥର କଂଗ୍ରେସ ଜିତିବ ଆମ ପାଖରେ ବହୁତ ପଇସା ଅଛି I
ତେବେ ବାଲେଶ୍ୱର ଉପ ନିର୍ବାଚନ ବିଜେଡି ପାଇଁ ସନମାନ ର କଥା । ପୂର୍ବରୁ ଯେତେକ ବି ଉପନିର୍ବାଚନ ହେଇଚି ବିଜେଡି ଜିତିଛି । ତେବେ ବାଲେଶ୍ୱର ଉପନିର୍ବାଚନ କୁ ନେଇ ବିଜେଡି ଭିତରେ ଏବେ ଦ୍ଵନ୍ଦ ସୃଷ୍ଟି ହେବାରେ ଲାଗିଲାଣି । ରବୀନ୍ଦ୍ର ଜେନା ନିର୍ବାଚନ ଲଢ଼ିବେ ବୋଲି ଚର୍ଚା ହେଉଥିଲା କିନ୍ତୁ ସେ ନିର୍ବାଚନ ପାଇଁ ଆଶାୟୀ ନୁହନ୍ତି ବୋଲି କହିସାରିବା ପରେ ତାଙ୍କ ପତ୍ନୀ ସୁଭାଷିନୀ ଜେନା ନିର୍ବାଚନ ଲଢନ୍ତୁ ବୋଲି ବାଲେଶ୍ୱର ଭୋଟର ଙ୍କ ଇଛା । ଏପଟେ ବବି ତାଙ୍କ ଭିଣେଇ ଅରିନ୍ଦମ ଙ୍କୁ ଟିକେଟ ଦେବେ ବୋଲି ପାୱାର କରିଡର ରେ ଚର୍ଚା । ଏପରିକି ନିଜେ ବି ଅରିନ୍ଦମ କହିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କୁ ଟିକେଟ ଦେଲେ ସେ ନିର୍ବାଚନ ଲଢ଼ିବେ କିନ୍ତୁ ଏଭଳି କୌଣସି ଖବର ସେ ଶୂନିନାହାନ୍ତି । କେବଳ ଚର୍ଚା I ତେବେ ଏଭଳି ପରିସ୍ଥିତି ରେ ବିଜେଡି ର ବବି ଙ୍କ ପାଇଁ ବଢିଛି ସମସ୍ୟା । ( ଦୀପ୍ତିମାନ ପତି /ବାଲେଶ୍ୱର )