ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପ୍ରାକ୍ତନ ଅବିଭକ୍ତ ପୁରୀ ଜିଲ୍ଲା ବୋର୍ଡ ଉପ ସଭାପତି ତଥା ପ୍ରାକ୍ତନ ବାଣପୁର ବ୍ଲକ ଅଧ୍ୟକ୍ଷ ସୁନାଖଳା ଗ୍ରାମର ବିଶିଷ୍ଟ ଜମିଦାର ତଥା ବାଣପୁର କାହାଣୀ ପତ୍ରିକା ର ସମ୍ପାଦକ ହ୍ରୃଦାନନ୍ଦ ନରେନ୍ଦ୍ର ଙ୍କ ର ମଧ୍ୟମ ପୁତ୍ର ସୁକାନ୍ତ କୁମାର ନରେନ୍ଦ୍ର ଙ୍କ ଵିୟୋଗ ଜନିତ ଏକାଦଶ ଦିବସ ସ୍ମୃତି ଚାରଣ ସଭା ନାଚୁଣୀ ର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ଜାଗ୍ରୃତିକା ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭା ରେ ଜାଗ୍ରୃତିକା ର ଉପଦେଷ୍ଟା ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର ଅଧ୍ୟକ୍ଷତା କରିଥିଲେ ।

ପ୍ରାରମ୍ଭରେ ସ୍ଵର୍ଗତ ସୁକାନ୍ତ କୁମାର ନରେନ୍ଦ୍ର ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ପରେ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ ପ୍ରାରମ୍ଭିକ ଅଭିଭାଷଣ ରେ ସ୍ଵର୍ଗତ ନରେନ୍ଦ୍ର ଙ୍କୁ ଜଣେ ନିଷ୍କପଟ,ସରଳ ଓ ପରୋପକାରୀ ବ୍ୟକ୍ତି ଭାବେ ଅଭିହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜାଗ୍ରୃତିକା ର ସଭାପତି ପ୍ରଫେସର ଗଙ୍ଗାଧର ପ୍ରଧାନ, ନାଚୁଣୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ରାଜକିଶୋର ସାହୁ,ପ୍ରଵଚକ ଆଶିଷ କୁମାର ପତି, ଦୁର୍ଯୋଧନ ପ୍ରଧାନ, ପୁରୁଷୋତ୍ତମ ଷଡ଼ଙ୍ଗୀ,
ଭିକାରୀ ଚରଣ ପ୍ରଧାନ, ରାମଚନ୍ଦ୍ର ମାର୍ଥା, ଜାଗ୍ରୃତିକା ର ସମ୍ପାଦକ ବିରଞ୍ଚି ନାରାୟଣ ପ୍ରସାଦ ନାୟକ, ପ୍ରମୁଖ ବିଭିନ୍ନ ଦାର୍ଶନିକ ତତ୍ତ୍ଵ ର ଉପସ୍ଥାପନ ପୂର୍ବକ ସ୍ଵର୍ଗତ ଆତ୍ମା ଙ୍କ ସଦ୍ ଗତି କାମନା କରି ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ରାଜ୍ୟ ସଭା ସାଂସଦ ମାନସ ରଂଜନ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,
ପ୍ରାକ୍ତନ ବାଣପୁର ବ୍ଲକ ଅଧ୍ୟକ୍ଷ ମାନସ ରଂଜନ ପ୍ରଧାନ ପ୍ରମୁଖ ବିଶେଷ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଥିଲେ। ସମସ୍ତ ପରିବାର ବର୍ଗଙ୍କ ପକ୍ଷରୁ ସ୍ବର୍ଗତ ସୁକାନ୍ତ ବାବୁଙ୍କ କନିଷ୍ଠ ଭ୍ରାତା କମଳେଶ କୁମାର ନରେନ୍ଦ୍ର ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଦୁଇ ପୁତ୍ର ବ୍ରହ୍ମାନନ୍ଦ ନରେନ୍ଦ୍ର ଓ ଶିବାନନ୍ଦ ନରେନ୍ଦ୍ର କ୍ରୃତଜ୍ଞତା ଜ୍ଞାପନ କରିଥିଲେ ।














