ଓଡ଼ିଶା ତାଜା ନ୍ୟୁଜ (୨୪ ସେପ୍ଟେମ୍ବର ଗୁରୁବାର) କାକଟପୁର :- ସାମାଜିକ ଅନୁଷ୍ଠାନ କାକଟପୁର ଯୁବଛାତ୍ର ସଂଗଠନ ତରଫରୁ ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଜଙ୍ଗଲବୋରି ପଞ୍ଚାୟତର ବିଶୁଳିପଡ଼ା ଗ୍ରାମରେ ବିଶ୍ୱ ଶାନ୍ତି ଦିବସ ପାଳନ କରାଯାଇଛି । ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖକୁ ବିଶ୍ୱ ଶାନ୍ତି ଦିବସ ଆନ୍ତର୍ଜାତିକ ସ୍ତରରେ ପାଳନ କରାଯାଏ । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ସମସ୍ତ ଦେଶ ମଧ୍ୟରେ ଓ ନାଗରିକଙ୍କ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ପ୍ରୟାସ କରିବା ଓ ପରସ୍ପର ମଧ୍ୟରେ ଝଗଡ଼ାକୁ ବିରାମ ଦେବା । ବର୍ତ୍ତମାନ ପରିସ୍ଥିତିରେ ସମଗ୍ର ବଶ୍ୱରେ ଅଶାନ୍ତିର ପ୍ରାଦୁର୍ଭାବ, ସାମ୍ପ୍ରଦାୟିକ ସଦ୍ଭାବନାର ଅଭାବ ବଢ଼ି ଚାଲୁଥିବାରୁ ଏହି ଦିବସ ପାଳନର ଗୁରୁତ୍ୱ ବଢ଼ିଯାଇଛି ।
ସଂଯୁକ୍ତ ରାଷ୍ଟ୍ରସଂଘ ବିଶ୍ୱଶାନ୍ତି ପାଇଁ ୧୯୮୧ ମସିହାରେ ପ୍ରଥମେ ଏହି ଦିବସଟିକୁ ପାଳନ କରିଥିଲେ । ପ୍ରତିବର୍ଷ ବିଶ୍ୱଶାନ୍ତି ଦିବସ ଉପଲକ୍ଷେ ଏକ ଥିମ୍ ଚୟନ କରାଯାଏ । ଏହି ବର୍ଷ ଏହି ଥିମ୍ଟି ହେଲା -“ଝଷବକ୍ଟ୍ରସଦ୍ଭଶ ଚରବମର ଞକ୍ଟଶରଗ୍ଧଷରକ୍ସ” । ତେଣୁ ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ସମସ୍ତ ଉପସ୍ଥିତ ସଦସ୍ୟଗଣ ମିଳିମିଶି ଶାନ୍ତି ରକ୍ଷା କରିବା ସହ ଶାନ୍ତି ଓ ଭାଇଚାରାର ପ୍ରଚାର ଓ ପ୍ରସାର କରିବା ପାଇଁ ସଙ୍କଳ୍ପ ନେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଯୁବ ସମାଜସେବୀ ମୀର ଅହମ୍ମଦ ଅଲ୍ଲୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।