No Result
View All Result
ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶନିବାର ଦିନ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଇଂରାଜୀ ପରୀକ୍ଷା ଚାଲୁଥିବା ବେଳେ ଅତିରିକ୍ତଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଡ.ପ୍ରଜ୍ଞା ପାରମିତା ଜେନା,ଖୋର୍ଦ୍ଧା ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ବୀଣାପାଣି ପାଢ଼ୀ ସ୍କ୍ୱାର୍ଡ ରେ ,ଇଂରାଜୀ ପ୍ରଶିକ୍ଷକ ଓ ମାଟ୍ରିକ ପରୀକ୍ଷା କମିଟିର ସଭ୍ୟ ଗଦାଧର ବେହୁରା ଏବଂ ସାହିତ୍ୟ ପ୍ରଶିକ୍ଷକ ନଳିନୀ କାନ୍ତ ପଣ୍ଡା 11ନଂ ଫ୍ଲାଇଙ୍ଗ ସ୍କ୍ୱାର୍ଡରେ ଆସି ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ ଗେଡିଆପଲ୍ଲି ସରକାରୀ ଉଚ୍ଚ ବିଦ୍ୟାଳୟ,ଆରିକମା ସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ,

ବାଙ୍କୋଇ ସରକାରୀ ଉଚ୍ଚ ବିଦ୍ୟାଳୟ,ବୋଲଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ,ନୋଡାଲ କେନ୍ଦ୍ରର ଷ୍ଟ୍ରଙ୍ଗ ରୁମ ଦେଖିଥିଲେ । ଉପରୋକ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ମାର୍ଗଦର୍ଶିକା ଅନୁସାରେ ଶୃଙ୍ଖଳା ଧାରାରେ ପରୀକ୍ଷା ଚାଲିଛି,ଫାଟକ ନିକଟରେ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷାର୍ଥୀ ମାନଙ୍କୁ ତଦାରଖ କରି ଛାଡୁଛନ୍ତି,ଉପଯୁକ୍ତ ବ୍ୟବଧାନରେ ପରୀକ୍ଷାର୍ଥୀ ମାନଙ୍କୁ ଉପଯୁକ୍ତ ବ୍ୟବଧାନରେ ପରୀକ୍ଷା ପ୍ରକୋଷ୍ଠରେ ବସାଯାଇଛି,ନିରୀକ୍ଷକ ,ଅଧୀକ୍ଷକ ,
ଉପ ଅଧୀକ୍ଷକ ଓ ପର୍ଯ୍ୟବେକ୍ଷକ ନିଖୁଣ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି,ନୋଡାଲ କେନ୍ଦ୍ରରେ ପ୍ରଶ୍ନ ପତ୍ର ପ୍ୟାକେଟ ତାରିଖ ଅନୁସାରେ ସଜ୍ଜିତ ହୋଇରହିଛି ବୋଲି ସମସ୍ତେ ମନ୍ତବ୍ୟ ପ୍ରଦାନ କରି ଖୁସି ବ୍ୟକ୍ତ କରିଥିଲେ । ଉପରୋକ୍ତ 5 ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଯାଜ୍ଞସେନୀ ସାହୁ,ପୀତବାସ ଲେଙ୍କା ,ସସ୍ମିତା ଦଳେଇ,ବନମାଳୀ ସାହୁ ଏବଂ ପ୍ରଣତି ମହାପାତ୍ରଙ୍କୁ ସେମାନେ ବଧେଇ ଜଣାଇଥିଲେ ।

ନିକଟରେ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ଥିବା ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ସୂଚାଇଥିଲେ ଯେ ସମୁଦାୟ ଦଶଟି କେନ୍ଦ୍ରର ମୋଟ ପରୀକ୍ଷାର୍ଥୀ ସଂଖ୍ୟା 1483 ହୋଇଥିବା ବେଳେ ପ୍ରଥମ ଦିବସରେ ସାହିତ୍ୟରେ 37 ଜଣ ଓ ଦ୍ଵିତୀୟ ଦିବସରେ ଇଂରାଜୀ ପରୀକ୍ଷାରେ 40 ଜଣ ଅନୁପସ୍ଥିତ ରହିଛନ୍ତି । ଗେଡିଆପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସର୍ବାଧିକ 28 ଜଣ ଅନୁପସ୍ଥିତ ରହିଛନ୍ତି । ଏହି 28 ଜଣ ରେଗୁଲାର ପରୀକ୍ଷାର୍ଥୀ ବେଗୁନିଆ ବ୍ଲକ କଣ୍ଟବାଡ ସ୍ଥିତ ଜୟନ୍ତୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀ ଅଟନ୍ତି ।

No Result
View All Result