ଓଡ଼ିଶା ତାଜା ନ୍ୟୁଜ (୨୪ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ପୂର୍ବତନ ମନ୍ତ୍ରୀ ସେକ୍ ମତଲୁବ୍ ଅଲ୍ଲୀଙ୍କ ପରଲୋକରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ଡ. ପାତ୍ର କହିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ଓ କଂଗ୍ରେସ ଦଳର ବରିଷ୍ଠ ନେତା ଭାବେ ସ୍ୱର୍ଗତ ଅଲ୍ଲୀଙ୍କ କାର୍ଯ୍ୟଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ଯୁବାବସ୍ଥାରୁ ସେ ଅନେକ ସଂଗଠନ ସହିତ ଓତଃପ୍ରତ ଭାବେ ଜଡ଼ିତ ଥିଲେ ।
ଜଣେ ନିଷ୍ଠା ପର ରାଜନେତା, ଦରଦୀ ମଣିଷ ଓ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ସେ ଜନମାନସରେ ସର୍ବଦା ଜୀବିତ ରହିବେ । ଏକାଧିକ ବାର ବିଧାୟକ ଭାବେ ନିର୍ବାଚିତ ହେବା ତାଙ୍କ ଲୋକ ପି୍ରୟତାର ପରିଚୟ ଦିଏ । ତାଙ୍କର ନୀତି ଓ ଆଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ତାଙ୍କର ବିୟୋଗ ରାଜ୍ୟ ପାଇଁ ଏକ ଅ ପୂରଣୀୟ କ୍ଷତି । ବାଚସ୍ପତି ଡ. ପାତ୍ର ଦିବଂଗତ ନେତାଙ୍କ ପ୍ରତି ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଆନ୍ତରିକ ସମବେଦନା ଜଣାଇଛନ୍ତି ।