ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପରିଦର୍ଶନ, ଆସୁଚିକିତ୍ସା, 15ଟି କୂଅ ବିଶୋଧନ ।
ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ଅର୍ଜୁନପୁର, ବରପଲ୍ଲୀ ସ୍ଥିତ ଅର୍ଜୁନପୁର ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ 15 ଜଣ ଛାତ୍ରଛାତ୍ରୀ ଜଣ୍ଡିସୀ ରୋଗରେ ଆକ୍ରାନ୍ତ ହୋଇ ଚିକିସ୍ଥିତ ହେଉଥିବାରୁ ଅଂଚଳରେ କୋକୁଆଭୟ ସୃଷ୍ଟିହୋଇଥିବା ଜଣାପଡିଛି । ନୟାଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଜଗଦିଶ ପ୍ରସାଦ ଜେନାଙ୍କ ପରାମର୍ଶ କ୍ରମେ ଜିଲ୍ଲା ଏପିଡୋମିଓଲଜିଷ୍ଟ ସୁଶାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ

ରାଇପଡା ପଂଚାୟତ ସ୍ୱାସ୍ଥ୍ୟ ଅଧିକାରିଣୀ ସୋନାଲି ଭୁଜବଳ ଏ ଏନ ଏମ ରଶ୍ମିତା ସାହୁ ଙ୍କ ସମେତ ବିଭୀଗୀୟ ସ୍ୱାସ୍ଥ୍ୟ ପରିଦର୍ଶିକା ଅଙ୍ଗନବାଡି ୱାର୍କର ଆଶାକର୍ମୀ ମାନେ ଅର୍ଜୁନପୁର ଏବଂ ବରପଲ୍ଲୀ ଅଂଚଳର ଛାତ୍ରଛାତ୍ରୀ ମାନଙ୍କ ରକ୍ତ ନମୁନା ପରୀକ୍ଷା କରିବା ସହିତ ପ୍ରାୟ 5/6ଟି କୁଅ ର ପାଣିପରୀକ୍ଷା ଏବଂ 8ଟି କୂଅକୁ ବ୍ଲିଚିଙ୍ଗ ପକାଇ ବିଶୋଧନ କରିଥିବା ଜଣାପଡିଛି. ଚାନ୍ଦପୁର ବସନ୍ତ ମଞ୍ଜରି ସାଧାରଣ ଚିକିତ୍ସାଳୟ ରେ ପ୍ରାୟ 15 ଜଣ ଛାତ୍ରଛାତ୍ରୀ ଚିକିସ୍ଥିତ ହୋଇ ଘରକୁ ଫେରିଥିବାବେଳେ ବର୍ତମାନ ସୁଦ୍ଧା ଆୟୁଷ୍ମାନ ପରିଡା ଚିକିତ୍ସାଧୀନ ଥିବା ଜଣାପଡିଛି।















