No Result
View All Result
ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ଅନ୍ତର୍ଗତ ପିଚୁକୁଳୀ ଆଦର୍ଶ ବିଦ୍ୟାଳୟ ବାଳକ ଛାତ୍ରାବାସ ପରିସରରେ ୧୬ ଫ୍ରେବୃଆରି ରୁ ଆରମ୍ଭ ହୋଇ ବୋଲଗଡ ଶିକ୍ଷା ବ୍ଲକ୍ ଅନ୍ତର୍ଗତ ୯୦ଟି ପ୍ରାଥମିକ ବିଦ୍ୟାଳୟରୁ ୯୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନୂତନ ଶିକ୍ଷା ବର୍ଷ ୨୦୨୬ ପାଇଁ ପାଠ୍ୟକ୍ରମର ନୂତନ ରୂପରେଖକୁ ନେଇ ଚତୁର୍ଥ ପର୍ଯ୍ୟାୟରେ ଏକ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି ।

ଅନ୍ତିମ ଦିବସରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଯୋଗ ଦେଇ ପିଲା ମାନଙ୍କ ପରୀକ୍ଷା ପ୍ରଶ୍ନ ପତ୍ର ନମୁନା ବିଷୟରେ, ପିଲା ମାନେ କିଭଳି ନିୟମିତ ଆଗାମୀ ଦିନରେ ବିଦ୍ୟାଳୟକୁ ଆସିବେ, ଦୈନିକ ବିଷୟ ଭିତିକ ପରୀକ୍ଷା ପ୍ରଣାଳୀ ଆଦି ଅନେକ ଶିକ୍ଷା କୌଶଳ ବିଷୟରେ ସମସ୍ଥ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଆଲୋକପାତ କରାଇଥିଲେ । ଉପ ଶିକ୍ଷା ଅଧିକାରୀ ନିରଞ୍ଜନ ନାୟକ, ଅମିତା ମିଶ୍ର, ସି ଆର ସି ସି ରବୀନ୍ଦ୍ର ବେହେରା, ପ୍ରଫୁଲ୍ଲ କୁମାର ଦାସ, ଲୋକନାଥ ସାହୁ,

ବିପିନ ବିହାରୀ ସ୍ୱାଇଁ ଆଦି ଉପସ୍ଥିତ ରହି ନିଜ ନିଜ ଅଭିଜ୍ଞତାକୁ ପରିପ୍ରକାଶ କରିବା ସହ ଉଦବୋଧନ ଦେଇଥିଲେ | ଏ ଵି ଓ ଅମିତା ମିଶ୍ର ଶିକ୍ଷା, ପରୀକ୍ଷା, ମୂଲ୍ୟାଙ୍କନ, ସହ ସରକାରଙ୍କ ‘ଉଲ୍ଲାସ ‘ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ କରିବା ପାଇଁ ଆଲୋକପାତ କରିଥିଲେ, ସମ୍ବଳ ଶିକ୍ଷକ ସାନନ୍ଦ କୁମାର ସାହୁ, ଚିନ୍ତାମଣି ସାହୁ, ଗଙ୍ଗାଧର ବେହେରା ପ୍ରମୁଖ ଉପସ୍ଥିତ ରହି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ ।

ଆଗାମୀ ଅଳ୍ପ ଦିନ ମଧ୍ୟରେ ପ୍ରାୟ ଚାରି ଜଣ ଶିକ୍ଷକ ଅବସର ନେବାକୁ ଥବା ବେଳେ, ସେମାନେ ନିଜ ନିଜର ଅଭିଜ୍ଞତା ସମସ୍ଥଙ୍କ ସହ ଆଲୋଚନା କରିଥିଲେ ! ଆସନ୍ତା ଶିକ୍ଷା ବର୍ଷ ପାଇଁ ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟ ପୁସ୍ତକର ନାମ ଓ ବିଷୟ ଗୁଡିକ ପରିବର୍ତନ ହୋଇଥିବା ସୁଚନା ମିଳିଛି। ପାଠ୍ୟ ପୁସ୍ତକ ଗୁଡ଼ିକ ଓଡ଼ିଶାର ଆଂଚଳିକ ଭାଷା, ସଂସ୍କୃତି, ପରମ୍ପରା, କଳା, କ୍ରୀଡ଼ା, ପରିବେଶ, ପଶୁ ପକ୍ଷୀ,

ବୃତ୍ତିଗତ ଆଦି ଜୀବନ ଶୈଳୀ ଉପରେ ଆଧାରିତ ସମସ୍ତ ବିଷୟକୁ ସ୍ଥାନିତ କରାଯାଇଥିବା ସୁଚନା ମିଳିଛି । ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ନୂତନ ପାଠ୍ୟ ପୁସ୍ତକ ଗୁଡ଼ିକ ସମସ୍ତ ବିଦ୍ୟାଳୟରେ ଉପଲବ୍ଧ ହେବା ବୋଲି ଜଣା ପଡ଼ିଛି । ଛାତ୍ର ଛାତ୍ରୀ ମାନଙ୍କ ଆଗ୍ରହ ପ୍ରକାଶ ପାଇଁ “ଯାଦୁପେଡି” ପାଠ୍ୟକ୍ରମ ବ୍ୟବସ୍ଥା କରାଯାଇ, ସମସ୍ତ ବିଦ୍ୟାଳୟକୁ ଗୋଟିଏ ଲେଖାଏଁ ଯାଦୂପେଡି ଯୋଗାଇ ଦିଆଯାଇଛି,

ଯେଉଁଥିରେକୀ ୬୦ ପ୍ରକାର ଶିକ୍ଷଣ ସାମଗ୍ରୀ ଥିବା ଜଣା ପଡିଛି । ଆଗାମୀ ଦିନରେ ଗାଁ ଠୁ ସହର ପର୍ଯ୍ୟନ୍ତ ପିଲାମାନେ ଯେପରି ପାଠ ପଢି ବେକାର ନବସିବେ, ସେହିଭଳି ଧନ୍ଦା ମୁଳକ ଶିକ୍ଷାକୁ ମଧ୍ୟ ଗୁରୁତ୍ଵ ଦେଇ ସିଲାବସ ପ୍ରସ୍ତୁତି ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଲିମ୍ ନେଉଥିବା ପରିପ୍ରକାଶ କରିଛନ୍ତି l

No Result
View All Result