No Result
View All Result
ଦୁର୍ନୀତିଗ୍ରସ୍ତ ଠକ ଅଧ୍ୟାପକଙ୍କ ଉପରେ କିଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି ବିଭାଗୀୟ ଅଧିକାରୀ
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍ ) (ନି. ପ୍ର ) :- ନୟାଗଡ ଜିଲ୍ଲା, ରାଜ ସୁନାଖଳା ମହାବିଦ୍ୟାଳୟରେ କିଛି ଦୁର୍ନୀତି ଗ୍ରସ୍ଥ ଅଧ୍ୟାପକଙ୍କ ଚାଲିଛି ମନମାନି । ନା ଠିକ୍ ସମୟରେ କଲେଜ ଆସୁଛନ୍ତି, ନା କ୍ଲାସ ଠିକରେ ନେଉଛନ୍ତୀ, ନା ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଏପଟେ କଲେଜରେ ଫିଙ୍ଗର ପ୍ରିଣ୍ଟ ଦେଇଦେଇ , କ୍ଲାସ ନକରି ବଜାରରେ ଏଣେତେଣେ ବୁଲିବାକୁ ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି । ଅଭିଯୋଗ କରିଛନ୍ତି ଖୋଦ୍ କଲେଜ ଅଧ୍ୟକ୍ଷା ସଂଯୁକ୍ତା ମିଶ୍ର ।
ଅଧ୍ୟକ୍ଷା ମିଶ୍ରଙ୍କ କହିବା ଅନୁଯାୟୀ ସେ ଯେତେବେଳେ କ୍ଲାସ୍ ତଦାରଖ କରିବାକୁ କିଛି ଦିନ ତଳେ କଲେଜ କ୍ୟାମ୍ପସ ବୁଲି ଦେଖୁ ଥିଲେ, କିଛି ବର୍ଷ ତଳେ ଯୋଗ ଦେଇ ଥିବା ଉଦ୍ଭିଦ ବିଭାଗର ମ୍ୟାନେଞ୍ଜମେଣ୍ଟ ଅଧ୍ୟାପକ ପଦ୍ମ ଚରଣ ସାହୁ କୁଆଡେ଼ କ୍ଲାସରେ ନଥିଲେ କି କଲେଜରେ ବି ନଥିଲେ । ଏ ସଂକ୍ରାନ୍ତରେ କଲେଜ ଅଧ୍ୟକ୍ଷା କୈଫତ୍ତ ମାଗିବାରୁ, ଅଧ୍ୟାପକ ପଦ୍ମ ଚରଣ ସାହୁ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ ।
ଶୁଣିବାକୁ ମିଳୁଛି ଅଧ୍ୟାପକ ନାମରେ ପଦ୍ମ ଚରଣ ସାହୁ ଜଣେ କଳଙ୍କିତ ଅଧ୍ୟାପକ, ଯିଏକି ନିୟମିତ ଠିକ ସମୟରେ କଲେଜ ଆସନ୍ତି ନାହିଁ, ପିଲା ମାନଙ୍କ କ୍ଲାସ ନେବାରେ ଅବହେଳା କରନ୍ତି, ଯାହା ଫଳରେ ତତ୍କାଳୀନ ୨୦୨୧ ମସିହାରେ ଥିବା ରାଜ ସୁନାଖଳା କଲେଜ୍ ଅଧ୍ୟକ୍ଷ ୨୪/୦୮/୨୦୨୧ରେ ଚିଠି ନମ୍ୱର୍ ୫୯୧ ଯୋଗେ ଏକ ମାସର ଦରମା ମଧ୍ଯ ବନ୍ଦ କରି ଥିଲେ । ଅଧ୍ୟାପକ ପଦ୍ମ ଚରଣ ସାହୁଙ୍କୁ ଯେତେବେଳେ ତତ୍କାଳୀନ ଅଧ୍ୟକ୍ଷଙ୍କ ଦ୍ୱାରା ୨୮/୦୬/୨୦୧୭ରେ ନିଯୁକ୍ତି ଦିଆ ଯାଇ ଥିଲା ,
ସେଥିରେ ସଫା ସଫା ଲେଖା ଅଛି ଯେ ସନ୍ତୋଷ ଜନକ କାର୍ଯ୍ୟ ନ କଲେ , କେତେ ବେଳେ ବି ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇ ପାରିବ । ଏବେ ନଗଦ ନଗଦ କିଛି ଦିନ ତଳେ ମହାଶୟ ଜଣକ କଲେଜ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟକୁ ମନ ଇଚ୍ଛା ତାଲା ପକାଇବା କଣ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ନୁହେକି ? ଏ ନେଇ କଲେଜ ଅଧ୍ୟକ୍ଷା ସଂଯୁକ୍ତା ମିଶ୍ର ଗତ ୦୬ ଫ୍ରେବୃୟାରି ରେ ରାଜ ସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି । କଲେଜ ଅଧ୍ୟକ୍ଷା ମଧ୍ୟ ମେଲ ଯୋଗେ ଉପ ଜିଲ୍ଲାପାଳ ନୟାଗଡଙ୍କୁ ଜଣାଇଥିବା ବା ଅଭିଯୋଗ ଦେଇଥିବା ଜଣା ପଡିଛି ।
ହେଲେ ଉପ ଜିଲ୍ଲାପାଳ ସବୁ ଜାଣି ଚୁପ୍ ରହିବା ସାଧାରଣରେ ଅସନ୍ତୋଷ ପ୍ରକାଶ ସହ ସନ୍ଦେହ ସୃଷ୍ଠି କରୁଥିବା ଦେଖିବାକୁ ମିଳୁଛି। ରାଜ ସୁନାଖଳା ମହାବିଦ୍ୟାଳୟରେ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ତାଲା ପଡ଼ିଥିବା ଓ ଅଧ୍ୟକ୍ଷା ବାହାରେ ବସି ଡିୟୁଟି କରୁଥିବା ଦେଖିବାକୁ ମିଳିଥିଲା । ଏ ସଂକ୍ରାନ୍ତରେ ନୂଆ ତଥ୍ଯ କଣ ଜାଣିବା ପାଇଁ (ଓଡ଼ିଶା ତାଜା ନ୍ୟୁଜ୍ ) ସାମ୍ବାଦିକ ଵିନୋଦ କୁମାର ସାହୁ ୧୩ ଫ୍ରେବୃୟାରୀ ଅପରାହ୍ନରେ ରାଜ ସୁନାଖଳା ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ନିକଟକୁ ଯାଇ ପ୍ରଶ୍ନ କରୁଥିବା ବେଳେ ଅଧ୍ୟକ୍ଷା ମଧ୍ୟ ଉତ୍ତର ଗୁଡ଼ିକ ସୁଚାରୁ ରୁପେ ପ୍ରକାଶ କରିଥିଲେ।
ଏହି ସମୟରେ ଅଧ୍ୟାପକ ପଦ୍ମ ଚରଣ ସାହୁ ଅଯଥା ରାଗ ଜର୍ଜରିତ ହୋଇ ସାମ୍ବାଦିକ ଵିନୋଦ କୁମାର ସାହୁଙ୍କୁ ତଥ୍ୟ ସଂଗ୍ରହରେ ବାଧା ସୃଷ୍ଟି କରିବା ସହ ଅମୂଳକ କଥା କହିବା ସହ ଦୂଃ ବ୍ୟବହାର କରି ବିଭିନ୍ନ କଟୁ କଥା କହିଥିଲେ । ଯାହାକି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଶୋଭାନୀୟ ନୁହେଁ । ଉକ୍ତ ସମୟରେ ଏଭଳୀ ଆଚରଣ ଦେଖି ସାମ୍ବାଦିକ ଵିନୋଦ ଭୟଭୀତ ହୋଇ ଯାଇଥିଲେ । ସେତେ ବେଳେ ବୋଧ ହୁଏ ଅଧ୍ୟାପକ ଜଣକ କିଛି ନିଶା ଦ୍ରବ୍ୟ ,
ଯେମିତିକି ସିଗାରେଟ କିମ୍ଵା ମଦ ପିଇଲା ଭଳି ଜଣା ପଡୁଥିଲେ । ଏଣୁ ସାମ୍ବାଦିକ ଜଣଙ୍କ ଅଧ୍ୟାପକଙ୍କୁ ବେଶୀ କିଛି ନକହି ରାଜ ସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତୀ । ଏଠି କଥା ହେଉଛି ଜଣେ କାର୍ଯ୍ୟରତ ସାମ୍ବାଦିକ ଅଧ୍ୟକ୍ଷାଙ୍କ ସହ କଥା ହେବା ବେଳେ, କିଭଳି ବିନା ଅନୁମତିରେ ଅଧ୍ୟାପକ ଜଣକ ପ୍ରବେଶ କରି ମୋବାଇଲ ମାଧ୍ୟମରେ ବିଭିନ୍ନ ଅବାସ୍ଥବ କଥାବାର୍ତ୍ତା କରିବା କଣ ଅଧ୍ୟକ୍ଷାଙ୍କୁ ଅପମାନ ନୁହେଂକି ?
ଖବର ନେବାରେ ଜଣା ପଡିଛି ଯେ ଅଧ୍ୟକ୍ଷା ସଂଯୁକ୍ତା ମିଶ୍ର ନିୟମ ବହିର୍ଭୁତ ହେବାକୁ ନଦେବାରୁ ପ୍ରତିହିଂସା ପରାୟଣ ହୋଇ ଅଧ୍ୟକ୍ଷାଙ୍କ ବିରୋଧରେ ଅଯଥା ମିଥ୍ୟା ଅଭିଯୋଗ ଆଣିଥିବା ଅଧ୍ୟକ୍ଷା ସଂଯୁକ୍ତା ମିଶ୍ର ସୂଚନା ଦେଇ ଛନ୍ତି, ଯାହା ଫଳରେ ରାଜ ସୁନାଖଳା ପୋଲିସ ପ୍ରାଥମିକ ତଦନ୍ତ କରି ଅଧ୍ୟାପକ ପଦ୍ମ ଚରଣ ସାହୁଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ସେମାନଙ୍କୁ କହିଥିଲେ ।
ଏତେ ସବୁ ପରେ ଏଭଳି ଅଧ୍ୟାପକଙ୍କୁ ଶୀଘ୍ର କଲେଜରୁ ବିତାଡିତ କରିବା ପାଇଁ ସାଧାରଣରେ ଦାବି ହେଉ ଥିବା ଜଣା ପଡ଼ିଛି । ଏଣୁ ଅଧ୍ୟକ୍ଷା ଏଭଳି ବିଶୃଙ୍ଖଳିତ ଅଧ୍ୟାପକଙ୍କୁ ଶୀଘ୍ର କାର୍ଯ୍ୟରୁ ବହିଷ୍କୃତ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏଭଳି ଦୁର୍ନୀତିଗ୍ରସ୍ତ ଠକ ଅଧ୍ୟାପକଙ୍କ ଉପରେ କିଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି ବିଭାଗୀୟ ଅଧିକାରୀ ଓ କଲେଜ୍ ଅଧ୍ୟକ୍ଷ ଦେଖିବାକୁ ବାକି ରହିଲା ।

No Result
View All Result