ବେଲପଡ଼ା /କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଅଧ୍ୟକ୍ଷ ମହିଳା ସ୍ନାତକ, ମହାବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଦ୍ୱିତୀୟ ଥର ପାଇଁ ବିଧାନ ସଭାରେ ୩୧୦୦୦୦, କୋଟି ର ବଜେଟ ଉପସ୍ଥାପିତ ହୋଇଛି l ଏହା ଏକ ଆସୁନ୍ତଳିତ ବଜେଟ ଅଟେ , କାରଣ ୩୩୦୦୦କୋଟି ଟଙ୍କାର ବିତୀୟ ନିଅଣ୍ଟ ର ଆକଳନ କରାଯାଇଅଛି l
ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଅର୍ଥ ବିଭାଗ ଓ ଗଣଶିକ୍ଷା ବିଭାଗ କୁ ସର୍ବାଧିକ ଅର୍ଥ ବଣ୍ଟନ କରାଯାଇଅଛି, କିନ୍ତୁ କୃଷି ଓଡ଼ିଶା ରାଜ୍ୟ ର ଆର୍ଥିକ ମେରୁଦଣ୍ଡ ହୋଇଥିବା ସତ୍ତ୍ଵେ , କୃଷି ଓ କୃଷକ ଙ୍କ ପାଇଁ ବଜେଟ ର ମାତ୍ର ୩ ଶତକଡା ବ୍ୟୟ ବରାଦ କରିଛନ୍ତି, ଏହାକୁ ଅତିକମରେ ୨୦ ଶତକଡା କରିଥିଲେ ଭଳାହୋଇଥାନ୍ତା l ବୃତ୍ତିଗତ ଟିକସ କୁ ଛଡ୍ କରି ବିଭିନ୍ନ ବୃତ୍ତିରେ ଥିବା ବ୍ୟକ୍ତିଙ୍କୁ ଖୁସି କରିଛନ୍ତି l














