ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମଲ୍ଟିପର୍ପୋଜ୍ ହଲ୍ରେ ଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ଆରମ୍ଭ ଦୀପ ପ୍ରଜ୍ୱଳନ ଓ ଗୋଷ୍ଠୀ ସଙ୍ଗୀତ ସହ ହୋଇଥିଲା । ପ୍ରଧାନାଚାର୍ଯ୍ୟା ପ୍ରୋଫେସର୍ ସତ୍ୟଭାମା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିବୃନ୍ଦ ଓ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହି ଅବସରରେ ଉତ୍କଳ ହସ୍ପିଟାଲ୍, ଭୁବନେଶ୍ୱରର ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀମତୀ ମୋନାଲିଶା ପଣ୍ଡା ନର୍ସିଂ ଶପଥର ଉଦ୍ଦେଶ୍ୟ ଓ ଗୁରୁତ୍ୱ ବିଷୟରେ ଅଲୋଚନା କରିଥିଲେ । ସେ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତିଗତ ନୀତି, କରୁଣା ଓ ଦାୟିତ୍ୱବୋଧ ସହ ରୋଗୀ ସେବା କରିବାକୁ ଆହ୍ୱାନ କରିଥିଲେ ।















