ଓଡ଼ିଶା ତାଜା ନ୍ୟୁଜ ( ୨୪ ସେପ୍ଟେମ୍ବର ଗୁରୁବାର ) କଟକ,ମାହାଙ୍ଗା :- ମାହାଙ୍ଗା ର ବିକାଶ ପୁରୁଷ ଭାବେ ଜଣାଶୁଣା ରାଜନେତା ପ୍ରଖ୍ୟାତ ସାରସ୍ୱତ୍ୱ ସାଧକ ବିଶିଷ୍ଟ ଜନନାୟକ ପ୍ରଖ୍ୟାତ ସାହିତ୍ୟିକ ତଥା ପୂର୍ବତନ ମନ୍ତ୍ରୀ ସେକ ମତୁଲୁବ ଅଲି ଙ୍କ ଆଜି ଭୁବନେଶ୍ୱର କୀମସ କୋଭିଡ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 78 ବର୍ଷ ହୋଇଥିଲା । ସେ ମାହାଙ୍ଗାରୁ ବିଗତ ଦିନରେ କଂଗ୍ରେସ ଦଳ ଟିକେଟ ରେ ଚାରିଥର ବିଧାୟକ ହୋଇ ଜାନକୀ ବାବୁ ଓ ଗିରିଧାରୀ ଗମାଙ୍ଗଙ୍କ ମନ୍ତ୍ରୀ ମଣ୍ଡଳରେ ଗୁରୁତ୍ୱପୂର୍ଣ ବିଭାଗ ରେ ମନ୍ତ୍ରୀ ମାହାଙ୍ଗା ବିକାଶ ର ସାରଥୀ ସାଜିଥିଲେ । ସେ ଗତ ୭ ତାରିଖରେ ହଠାତ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇ ଥିଲେ ।
ଆଜି ସକାଳୁ ତାଙ୍କର ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ତାଙ୍କ ମର ଶରୀରକୁ ଆଜି ଅପରାହ୍ନ ରେ ଭୁବନେଶ୍ୱର ରୁ ଏକ ନିରାଡ଼ମ୍ବର ଶୋଭାଯାତ୍ରାରେ ତାଙ୍କ ଜନ୍ମ ମାଟି ମାହାଙ୍ଗା ଧାରସାମସୁନ୍ଦର ପୁର ବାସଭବନକୁ ଅଣାଯାଇଥିଲା । ପ୍ରଥମେ ଖନ୍ଦୋଳ ସ୍ଥିତ କଂଗ୍ରେସ ଭବନ ରେ ତାଙ୍କ ଆନୁଗତ୍ୟ ଓ ଆତ୍ମୀୟ ଜନସାଧାରଣ ମାନେ ତାଙ୍କ ମରଶରୀର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ନିଜ ଗ୍ରାମକୁ ନିଆଯାଇ ସେଠାରେ ଗାର୍ଡ ଅଫ ଅନର ପ୍ରଦାନ ପରେ ଅନ୍ତିମ ସଂସ୍କାର କରାଯାଇଥିଲା । ପୁତ୍ର ମାସୁଦ ଅଲି ନିକଟରେ ରହି ସଂସ୍କାର କରିଥିଲେ ।
ଯେତେ ବେଳେ ମାହାଙ୍ଗା ବିକାଶ ଧାରା ରେ ଅଧୋଗତି ଘଟିଥିଲା ସେତେବେଳେ ସେ ମାହାଙ୍ଗା ରାଜନୀତିର ମଙ୍ଗ ଧରି ରାଜ୍ୟ କ୍ୟାବିନେଟ ରେ ଚାରିଥର ମନ୍ତ୍ରୀ ହୋଇ ମାହାଙ୍ଗାକୁ ବିକାଶ କ୍ଷେତ୍ରରେ ଆଗକୁ ନେଇଥିଲେ, ତାଙ୍କ ବିୟୋଗରେ ମାହାଙ୍ଗାର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ବିୟୋଗରେ ମାହାଙ୍ଗା ବିଧାୟକ ତଥା ପଂଚାୟତରାଜ ଆଇନି ପାନୀୟଜଳ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବାଚସ୍ପତି ଶରତ କର,ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା, ମାହାଙ୍ଗା ବ୍ଲକ ଅଧକ୍ଷ ଶରତ ନାୟକ, ପ୍ରାକ୍ତନ ବ୍ଲକ ଅଧକ୍ଷ ଭିକାରି ସ୍ୱାଇଁ, ରାଜକିଶୋର
ଜେନା, ଶିକ୍ଷାବିତ ରବୀନ୍ଦ୍ର ସାହୁ,ସାହିତ୍ୟିକ ଭକ୍ତ ଚରଣ ସାହୁ, ମାହାଙ୍ଗା ପ୍ରେସ କ୍ଲବ ସଭାପତି ଦୀପକ ସାହୁ, କାର୍ଯ୍ୟକାରୀ ସଭାପତି ଲଷ୍ମୀଧର ଖୁଣ୍ଟିଆ, ବରିଷ୍ଠ ସାମ୍ବାଦିକ ସୀତାନାଥ ସିଂହ, ସାମ୍ବାଦିକ ଅଶୋକ ଦାସ, ଅମୀୟ ନାୟକ ରମେଶ ସାହୁ, ତାପସ ବିଶ୍ୱାଳ ସମେତ ମାହାଙ୍ଗା ପ୍ରେସ କ୍ଲବ ର ସମସ୍ତ ସାମ୍ବାଦିକ କର୍ମକର୍ତ୍ତାଙ୍କ ସମେତ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିବାସହ ସ୍ବର୍ଗତ ଅଲିଙ୍କ ଅମର ଆତ୍ମାର ସଦଗତି କାମନା କରିବାସହ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ତାଙ୍କ ମୃତ୍ୟୁ ରେ ମାହାଙ୍ଗାର ଯୋଉ କ୍ଷତି ହେଲା ତାହା ସବୁଦିନ ଅପୂରଣୀୟ ହୋଇରହିବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି । (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ)