No Result
View All Result
ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୭ ଆକାଂକ୍ଷୀ ଜିଲ୍ଲା ସମେତ ୨୨ ଜିଲ୍ଲାରେ ଏହାର ପ୍ରଭାବ ପଡୁଛି
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭାରତର ସର୍ବବୃହତ ଘରୋଇ କ୍ଷେତ୍ର ବ୍ୟାଙ୍କ ଏଚ୍ଡିଏଫ୍ସି ତାହାର ସିଏସଆର୍ ଶାଖା ପରିବର୍ତ୍ତନ ଜରିଆରେ ଓଡ଼ିଶାରେ ଆଜିସୁଦ୍ଧା ୩୮.୭୪ ଲକ୍ଷରୁ ଅଧିକ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଛି । ରାଜ୍ୟରେ ବ୍ୟାଙ୍କ ୨୦୧୭ରୁ ସକ୍ରିୟ ରହିଛି ଏବଂ ଓଡ଼ିଶାର ୩୦ ଜିଲ୍ଲା ମଧ୍ୟରୁ ୭ଟି ଆକାଂକ୍ଷୀ ଜିଲ୍ଲା ଏବଂ ୬ଟି ଆକାଂକ୍ଷୀ ବ୍ଲକ ସମେତ ୨୨ଟି ଜିଲ୍ଲାରେ ଏହା ସେବା ଯୋଗାଉଛି ।

ପରିବର୍ତ୍ତନ ଅଧୀନରେ ବ୍ୟାଙ୍କ ୬ଟି ମୁଖ୍ୟ କ୍ଷେତ୍ରକୁ ଆପଣାଇଛି :
୧. ଗ୍ରାମାଞ୍ଚଳ ବିକାଶ
୨. ଶିକ୍ଷାକୁ ପ୍ରୋତ୍ସାହନ
୩. ଦକ୍ଷତା ତାଲିମ ଓ ଜୀବିକା ପରିବର୍ଦ୍ଧନ
୪. ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟରକ୍ଷା
୫. ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତି
୬. ପ୍ରାକୃତିକ ସମ୍ବଳ ପରିଚାଳନା
ଓଡ଼ିଶାରେ ଗ୍ରାମାଞ୍ଚଳ ବିକାଶ, ଶିକ୍ଷାକୁ ପ୍ରୋତ୍ସାହନ ଏବଂ ଦକ୍ଷତା ତାଲିମ ଓ ଜୀବିକା ପରିବର୍ଦ୍ଧନ ସର୍ବାଧିକ ଉଲ୍ଲେଖନୀୟ ପ୍ରଭାବ ପକାଇଛି ।
ଓଡ଼ିଶାରେ ସିଏସ୍ଆର ପଦଚିହ୍ନ :
ଏଚ୍ଡିଏଫ୍ସି ବ୍ୟାଙ୍କର ପରିବର୍ତ୍ତନ କାର୍ଯ୍ୟକ୍ରମ ସମଗ୍ର ଓଡ଼ିଶାରେ ୩୦ ଜିଲ୍ଲା ମଧ୍ୟରୁ ୨୨ଟି ଜିଲ୍ଲାରେ ଚାଲୁ ରହିଥିବା ଏବଂ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡିକୁ ମିଶାଇ ଏକ ମଜଭୁତ ଓ ଦୀର୍ଘସ୍ଥାୟୀ ଉପସ୍ଥିତି ନିର୍ମାଣ କରିଛି । ବ୍ୟାଙ୍କ ଓଡ଼ିଶାର ବଲାଙ୍ଗୀର, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ମାଲକାନାଗିରି, ନବରଙ୍ଗପୁର ଏବଂ ରାଗୟଗଡା ଆଦି ୭ଟି ଆକାଂକ୍ଷୀ ଜିଲ୍ଲାରେ ସଫଳତାର ସହିତ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିଛି ।
ବ୍ୟାଙ୍କର “ଅଗ୍ରଣୀ ସାମଗ୍ରିକ ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମ” ଉପରୋକ୍ତ ସମସ୍ତ ୬ଟି ଅଗ୍ରାଧିକାର କ୍ଷେତ୍ରରେ ସମନ୍ୱିତ ପ୍ରୟାସ ଉପରେ ଦୃଷ୍ଟିନିବଦ୍ଧ କରୁଥିବାବେଳେ ତାହା ବଲାଙ୍ଗୀର, କେନ୍ଦ୍ରାପଡା, କେନ୍ଦୁଝର, ମୟୁରଭଞ୍ଜ, ନବରଙ୍ଗପୁର, ନୟାଗଡ, ପୁରୀ ଓ ରାୟଗଡା ସମେତ ଜିଲ୍ଲାଗୁଡିକର ୨୩୦ରୁ ଅଧିକ ଗ୍ରାମରେ ସକାରାତ୍ମକ ପ୍ରଭାବ ପକାଇଛି ।
ଏଥିସହିତ ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମଗୁଡିକ ଉପରେ ଦୃଷ୍ଟିନିବଦ୍ଧ କରାଯାଉଛି, ଯେଉଁଠାରେ ବ୍ୟାଙ୍କ ଏକ ଲକ୍ଷ୍ୟଧାର୍ଯ୍ୟ ଭୋଗୋଳିକ ଅଞ୍ଚଳରେ ଗୋଟିଏ ଅଥବା ଦୁଇଟି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପଦକ୍ଷେପ ହାତକୁ ନେଉଛି ଏବଂ ଏହା ଅନଗୁଳ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନୂଆପଡା, ସମ୍ବଲପୁର ଏବଂ ସୁନ୍ଦରଗଡ ଆଦି ଜିଲ୍ଲାଗୁଡିକରେ କାର୍ଯ୍ୟକାରୀ କରାଯାଇଛି ।

“ଏଚ୍ଡିଏଫ୍ସି ବ୍ୟାଙ୍କରେ ଆମର ବିଶ୍ୱାସ ଯେ ସିଏସ୍ଆର ସମସ୍ତ ଆଭିମୁଖ୍ୟ ନିମନ୍ତେ ଗୋଟିଏ ପ୍ରକାର ଢାଞ୍ଚା ଉପଯୁକ୍ତ ନୁହେଁ । ପରିବର୍ତ୍ତନ ଜରିଆରେ ଆମେ ଆବଶ୍ୟକତା ଭିତ୍ତିକ ପଦକ୍ଷେପଗୁଡିକ ଡିଜାଇନ ଓ ତାହାକୁ କାର୍ଯ୍ୟକାରୀ କରୁଛୁ ଯାହା ପ୍ରତ୍ୟେକ ଅଞ୍ଚଳର ସ୍ୱତନ୍ତ୍ର ଚାଲେଞ୍ଜ ପ୍ରତି ଦୃଷ୍ଟିଦେଉଛି । ଓଡ଼ିଶାରେ ଆମର କାର୍ଯ୍ୟ ଏହି ଦର୍ଶନତତ୍ତ୍ୱକୁ ପ୍ରତିଫଳିତ କରୁଛି, ତାହା ହେଉଛି କୃଷକମାନଙ୍କୁ ଦୀର୍ଘସ୍ଥାୟୀ କୃଷି ନିମନ୍ତେ ସମର୍ଥନ କରିବା ଠାରୁ ନେଇ ଶିକ୍ଷା, ଦକ୍ଷତା ଏବଂ ଭିତ୍ତିଭୂମିକୁ ସୁଦୃଢ କରିବା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି ।
ସମାବେଶୀ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଯୋଗାଇବା ଏବଂ ତୃଣମୂଳ ସ୍ତରରେ ସ୍ଥାୟୀ ପ୍ରଭାବ ପକାଇବା ଦିଗରେ ଏକ କ୍ଷୁଦ୍ର ଭୂମିକା ନିଭାଇବା ନିମନ୍ତେ ଆମେ ପ୍ରତିବଦ୍ଧ ରହିଛୁ,” ବୋଲି ସୁଶ୍ରୀ ନୁସରତ ପଠାନ୍, ହେଡ୍ ସିଏସ୍ଆର, ଏଚ୍ଡିଏଫସି ବ୍ୟାଙ୍କ କହିଥିଲେ । ଏଚ୍ଡିଏଫସି ବ୍ୟାଙ୍କ ଭାରତରେ ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ଅନ୍ୟତମ ଶୀର୍ଷ ସିଏସ୍ଆର ବ୍ୟୟକାରୀ ରହିଥିଲା । ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବ୍ୟାଙ୍କ ରାଷ୍ଟ୍ରବ୍ୟାପୀ ସିଏସ୍ଆର ପ୍ରୟାସଗୁଡିକରେ ୧୦୬୮ କୋଟି ଟଙ୍କା ବ୍ୟୟ କରିଛି । ପରିବର୍ତ୍ତନ କାର୍ଯ୍ୟକ୍ରମ ଅଧୀନରେ ବ୍ୟାଙ୍କ ସମଗ୍ର ଦେଶରେ୧୦.୫୬ କୋଟି ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି ।

No Result
View All Result